ସ୍ବପ୍ନରେ ଡେଣା ଲଗାଇଛି କନକ୍ଲେଭ: ସୁମେଧ


ଭୁବନେଶ୍ବରରେ ଆୟୋଜିତ ପେଟ୍ରୋକେମିକାଲ ଇନଭେଷ୍ଟରର୍ସ କନକ୍ଲେଭରେ ଯୋଗଦେବାକୁ ମୁମ୍ବାଇରୁ ଆସିଛନ୍ତି ସୁମେଧ ହାବୁ। ମୁମ୍ବାଇର ଅନ୍ଧେରୀ ଇଷ୍ଟରେ ଥିବା ଇମାଜିନାରିଅମ କମ୍ପାନୀକୁ ପ୍ରତିନିଧିତ୍ବ କରୁଥିବା ସୁମେଧ ଏଭଳି ଏକ କନକ୍ଲେଭ ତାଙ୍କୁ ବଡ଼ ସ୍ବପ୍ନ ଦେଖାଇବା ସହ ସ୍ବପ୍ନଗୁଡ଼ିକୁ ସାକାର କରାଇବା ଦିଗରେ ପ୍ରେରଣା ଯୋଗାଇଛି ବୋଲି ପ୍ରତିନିଧିର ଭ୍ରାମ୍ୟମାଣ ପ୍ରତିନିଧି ଦିଲୀପ ସୁବୁଦ୍ଧିଙ୍କୁ କହିଥିଲେ।

ପ୍ରତିନିଧି: କନକ୍ଲେଭ ଆପଣଙ୍କୁ କିଭଳି ସହାୟକ ହେଲା?
ସୁମେଧ: ଇମାଜିନାରିଅମ ଯେଉଁ କମ୍ପାନୀରେ ମୁଁ କାମ କରେ, ତାର ବାର୍ତ୍ତାକୁ ଏହି କନକ୍ଲେଭରେ ପହଞ୍ଚାଇ ପାରିଛି। କମ୍ପାନୀ ଉତ୍ପାଦନ କରୁଥିବା
ଥ୍ରୀଡି ଡିଜିଟାଲ ପ୍ରିଣ୍ଟିଙ୍ଗ ମେସିନଗୁଡ଼ିକ ବାବଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ କହିପାରିଛି। ଭବିଷ୍ୟତ ବିପଣନ ଦିଗରେ ସଫଳତା ମିଳିବ।

ପ୍ରତିନିଧି: ଓଡ଼ିଶାକୁ ନେଇ ଆପଣଙ୍କ ମତ, ଏଠାରେ ବ୍ୟବସାୟ ସମ୍ଭାବନା!
ସୁମେଧ: ସୁଯୋଗ ମିଳିଲେ ରାଜ୍ୟରେ ଇଜାମିନାରିଅମ ତା’ର ବିପଣନ ନେଟୱର୍କ ବଢ଼ାଇବା ପାଇଁ ଚିନ୍ତା କରିବ। ଏଠାକାର କିଛି ଉଦ୍ୟୋଗୀ ଓ ଡିଲରଙ୍କ ସହ ଆମର ସମ୍ପର୍କ ଅଛି।

ପ୍ରତିନିଧି: କର୍ମଶାଳାକୁ ସଫଳତାର ଶ୍ରେୟ ଦେବେ କାହିଁକି?
ସୁମେଧ: ଦେଶ ତଥା ଦେଶବାହାରୁ ୫୦୦ରୁ ଅଧିକ ଉଦ୍ୟୋଗୀ, ଶିଳ୍ପପତି, ବରିଷ୍ଠ ଅଧିକାରୀ, ନୀତି ନିର୍ଦ୍ଧାରକ ଏଥିରେ ଯୋଗଦେଇଥିଲେ। ପଲିଷ୍ଟର ପଲିମର ଚାହିଦା ଓ ବଜାର ତଥା କୌଶଳଗୁଡ଼ିକ ବାବଦରେ ଗୋଟିଏ ମଞ୍ଚରୁ ଜାଣିହେଲା। ମତ ବିନିମୟ ହେଲା। ନୂଆ ଉଦ୍ୟୋଗୀ ଓ ପ୍ରବୀଣ ଶିଳ୍ପପତିଙ୍କ ଠାରୁ ସମସ୍ୟାଗୁଡ଼ିକ ଜାଣିହେଲା, ଯାହା ବର୍ଷ ବର୍ଷ ଧରି ପୁସ୍ତକ ଅଧ୍ୟୟନରୁ ଜାଣି ହୋଇ ନ ଥାନ୍ତା। ସେ ଦୃଷ୍ଟିରୁ ଏ ସମ୍ମିଳନୀ ସଫଳ ହୋଇଥିବା କହିବି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ