ପରଲୋକରେ ଓସ୍କାର୍ ବିଜେତା ପ୍ରଥମ କୃଷ୍ଣକାୟ ସିନେ ତାରକା ସିଡ୍‌ନୀ ପାଟିଏ


ସିଡ୍‌ନୀ ପାଟିଏଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ‘ୟୁଏସ୍‌ ପ୍ରେଜିଡେନ୍‌ସିଆଲ୍‌ ମେଡାଲ୍‌ ଅଫ୍‌ ଫ୍ରିଡମ୍‌’ ପ୍ରଦାନ କରୁଛନ୍ତି
ୱାଶିଂଟନ୍‌: ହଲିଉଡ୍‌ର ଓସ୍କାର୍ ବିଜେତା ପ୍ରଥମ ବିଶିଷ୍ଟ ଓ ଲୋକପ୍ରିୟ କୃଷ୍ଣକାୟ ସିନେ ତାରକା ସିଡ୍‌ନୀ ପାଟିଏଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ୧୯୫୦ ଏବଂ ୧୯୬୦ ଦଶକରେ ସେ ଅତ୍ୟାଧୁନିକ ତଥା ବିପ୍ଳବାତ୍ମକ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ଚେଷ୍ଟର୍‌ କୁପର୍‌ ନିଜର ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ  କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବାହାମୀୟ ନାଗରିକତ୍ବ ହାସଲ କରିଥିବା ପାଟିଏ ଥିଲେ ଜଣେ ଆଦର୍ଶ, ନାୟକ, ପରାମର୍ଶଦାତା, ସଂଗ୍ରାମୀ ଏବଂ ଜାତୀୟ ସମ୍ପଦ।

୧୯୫୮ ଦଶକର ହଲିଉଡ୍‌ ଚଳଚ୍ଚିତ୍ର ‘ଦି ଡେଫିଏଣ୍ଟ ୱାନ୍‌ସ୍’ ନିମନ୍ତେ ସେ ‘ଏକାଡେମୀ ଆୱାର୍ଡ’ ପାଇବାରେ ଥିଲେ ପ୍ରଥମ କୃଷ୍ଣକାୟ ସିନେ ତାରକା। ତା’ର ୬ ବର୍ଷ ପରେ ସେ ‘ଲିଲିଜ୍‌ ଅଫ୍ ଦି ଲ୍ୟାଣ୍ଡ୍‌’ରେ ଉଚ୍ଚକୋଟୀର ଅଭିନୟ ନିମନ୍ତେ ଶ୍ରେଷ୍ଠ ଅଭିନେତାର ‘ଓସ୍କାର୍‌’ ସମ୍ମାନ ପାଇଥିଲେ। ଓସ୍କାର୍‌ ହାସଲ କରିବାରେ ମଧ୍ୟ ସେ ଥିଲେ ପ୍ରଥମ କୃଷ୍ଣକାୟ ଅଭିନେତା। ୧୯୫୦ ଏବଂ ୧୯୬୦ ଦଶକରେ ଆମେରିକାରେ ବର୍ଣ୍ଣବୈଷମ୍ୟଜନିତ ଉତ୍ତେଜନାମୟ ପରିସ୍ଥିତିକୁ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ କିଛି ମାତ୍ରାରେ ଊଣା କରିଥିଲା। ସେଥିମଧ୍ୟରୁ ତାଙ୍କ ଅଭିନୀତ ୧୯୬୭ର ପ୍ରଥମ ଶ୍ରେଣୀୟ ଚଳଚ୍ଚିତ୍ର ‘ଗେସ୍‌ ହୁ ଇଜ୍‌ କମିଙ୍ଗ୍‌ ଟୁ ଡିନର୍‌’ ଏବଂ ‘ଇନ୍‌ ଦି ହିଟ୍‌ ଅଫ୍‌ ଦି ନାଇଟ୍‌’ ଆଦି ଚଳଚ୍ଚିତ୍ର ପ୍ରଣିଧାନଯୋଗ୍ୟ।

୨୦୦୯ରେ ରାଷ୍ଟ୍ରପତି ବାରାକ୍‌ ଓବାମା ତାଙ୍କୁ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ୟୁଏସ୍‌ ପ୍ରେଜିଡେନ୍‌ସିଆଲ୍‌ ମେଡାଲ୍‌ ଅଫ୍‌ ଫ୍ରିଡମ୍‌’ ପ୍ରଦାନ କରିଥିଲେ। ୧୯୭୬ରେ ସେ ଜୋଆନାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ୬ ଜଣ ସନ୍ତାନ ଓ ଅସୁମାରି ନାତିନାତୁଣୀ ଓ ଅଣନାତିନାତୁଣି ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।