କ୍ୟାବିନେଟ ନିଷ୍ପତ୍ତି: ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ମହାନଗରନିଗମ ପାଇଁ ଜାଗା ମିଶନ ସମେତ ୯ ପ୍ରସ୍ତାବ ଉପରେ ମୋହର

ପ୍ରତୀକାତ୍ମକ ଫଟୋ
ଭୁବନେଶ୍ୱର: ଶୁକ୍ରବାର  ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ୫ ମହାନଗରନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯିବା ସହ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଡେଡ୍‍ ବେସରକାରୀ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମଦ୍ରସା ଶିକ୍ଷକ ସପ୍ତମ ବେତନ କମିଶନ ଅନୁସାରେ ଦରମା ପାଇବେ। ଏଡେଡ୍‍ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ସପ୍ତମ ବେତନ କମିଶନ ଅନୁସାରେ ଦରମା ପାଇବେ। ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ। ନୂତନ ବର୍ଦ୍ଧିତ ବେତନ ୧.୧.୨୦୨୨ ଠାରୁ ଲାଗୁ କରାଯିବ। ୨୬ ହଜାର ବିଦ୍ୟାଳୟ ଶିକ୍ଷକ ଓ ୧୬,୬୬୪ କଲେଜ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡିବ। ୫ ମହାନଗରନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯାଇଛି। ୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ସରକାର। ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ବସ୍ତିର ୮ ଲକ୍ଷ ୫୮ ହଜାର ଲୋକେ ଉପକୃତ ହେବେ। ନିଷ୍ପତ୍ତି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗ ଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା ।  ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ  ଏହି ଆଇନ୍ ର ପରିସରଭୁକ୍ତ ହୋଇଥିଲେ ।  ନଗର ନିଗମ ମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ  ମଧ୍ୟ ୨୦୧୭ ମସିହାରେ “ ଓଡିଶା ମହାନଗର ନିଗମ ଅଧିନିୟମ -୨୦୦୩ ”ରେ  ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବାପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା । କିନ୍ତୁ ଉପରୋକ୍ତ ସଂଶୋଧନ ପରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦା ମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରି ନାହିଁ । ଏଥିଯୋଗୁଁ ନଗରନିଗମ ଗୁଡିକରେ ବାସକରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ଵବସ୍ତିବାସିନ୍ଦା ମାନେ ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ସମ୍ପତ୍ତିଗତ ଅଧିକାର ଆଇନକୁ କାର‌୍ୟ୍ୟକାରୀ କରିବା ପାଇଁ ଉପୁଜିଥିବା ସମସ୍ୟା ଗୁଡିକୁ  ଉପଲବ୍ଧିକରି ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ ମଧ୍ୟ ପୌରପାଳିକା ତଥା  ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଭୂମି ଅଧିକାର ଆଇନ ଭଳି ଅନୁରୂପ ବ୍ୟବସ୍ଥା ଆଗତ କରିବା ନିମନ୍ତେ ଓଡିଶା ମହାନଗର ନିଗମ ଅଧିନିୟମ -୨୦୦୩ କୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ରଖାଯାଇଅଛି। ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ  ବସ୍ତିବାସିନ୍ଦା ମାନଙ୍କୁ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ ।  ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ , ତେବେ ୩୦ ବର୍ଗ ମିଟର ପର‌୍ୟ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ।  ଏତଦ ବ୍ୟତୀତ କୌଣସି ଅର୍ଥ ନୈତିକ  ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହ କୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ  ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି।

ମହାନଗର ନିଗମ ମାନଙ୍କରେ  ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କେବଳ ଯେ ଭୂମିଅଧିକାର ସୁରକ୍ଷିତ କରାଇପାରିବ ତା ନୁହେଁ, ବରଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ମାଧ୍ୟମରେ  ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ। ଏତଦ ଦ୍ଵାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ପ୍ରାୟ  ୧ ଲକ୍ଷ ୯୦ ହଜାର ପରିବାର  ଅନ୍ତର୍ଗତ ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ। ଏହି କାର୍ୟ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ।  ଉପରୋକ୍ତ ଅଧ୍ୟାଦେଶଟି ବସ୍ତିବାସିନ୍ଦା ମାନଙ୍କୁ ସେମାନେ ବସବାସ କରୁଥିବା ସହର ଉପରେ  ସେମାନଙ୍କର ସମ୍ପୂର୍ଣ  ଅଧିକାର ଅଛିବୋଲି ଭରସା ଯୋଗାଇବ  ଏବଂ ଲୋକମାନଙ୍କର ମୂଲ୍ୟ , ଭୂମିର ମୂଲ୍ୟ ଠାରୁ ଅଧିକ ବୋଲି ସରକାରଙ୍କର ବିଶ୍ଵାସକୁ ପ୍ରତିପାଦିତ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।