କୃଷି ଆଇନ ପ୍ରତ୍ୟାହାର କଲେ ମୋଦୀ, ତଥାପି ଆନ୍ଦୋଳନ ବନ୍ଦ କରିବେନି ଚାଷୀ


କୃଷି ଆଇନ ପ୍ରତ୍ୟାହାର ନେଇ ଚାଲିଥିବା ଆନ୍ଦୋଳନ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ପାଖାପାଖି ବର୍ଷେ ହେଲା କେନ୍ଦ୍ର ସରକାରଙ୍କ ଏହି କୃଷିବିରୋଧୀ ଆଇନ ବିରୋଧରେ ହଜାର ହଜାର ସଂଖ୍ୟାରେ ଚାଷୀ ଜାତୀୟ ରାଜଧାନୀ ଦିଲ୍ଲୀ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଚଳାଇଆସୁଛନ୍ତି। ତେବେ ଶେଷରେ ପ୍ରଧାନମନ୍ତ୍ରୀ ଏହି ଆନ୍ଦୋଳନରତ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଏଥିସହ କେତେକ ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନ ଥିବାରୁ ଏଥିସକାଶେ ମୋଦୀ ଦେଶବାସୀଙ୍କ ନିକଟରେ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି। ସେହିପରି ବର୍ତ୍ତମାନ କୃଷି ଆଇନ ପ୍ରତ୍ୟାହାର ହୋଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ନିଜ ନିଜ ଘରକୁ ଫେରିଯିବାକୁ ମୋଦୀ କହିଛନ୍ତି। ମୋଦୀ କହିଛନ୍ତି ଯେ ସେ ଚାଷୀଙ୍କ ସମସ୍ୟା ଓ ଅସୁବିଧାକୁ ବେଶ୍ ନିକଟରୁ ଦେଖିଛନ୍ତି ଆଉ ସେସବୁକୁ ବୁଝିଛନ୍ତି। ଏହି କାରଣରୁ ତାଙ୍କ ସରକାର ସବୁବେଳେ କୃଷି ଓ କୃଷକ କଲ୍ୟାଣ ଉପରେ ଅଧତ୍କ ଗୁରୁତ୍ବ ଦେଇଆସିଛନ୍ତି। ଦେଶରେ ୮୦ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ସେହିପରି ଦେଶରେ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ରହିଛି। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ଅବିରତ ଉଦ୍ୟମ କରିଆସିଛି। କୃଷକଙ୍କୁ ୨୨ କୋଟି ସଏଲ ହେଲଥ କାର୍ଡ ମିଳିଛି। ଚାଷୀଙ୍କ ସ୍ୱାର୍ଥକୁ ନଜରରେ ରଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଥିଲା। ଦେଶର ବିଭିନ୍ନ ମଣ୍ଡିର ନବୀକରଣ ମଧ୍ୟ କରାଯାଇଛି। ଦେଶର ଚାଷୀ କିପରି ଭାବେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିବ, ସେଥିସକାଶେ କେନ୍ଦ୍ର ସରକାର ସମସ୍ତଙ୍କ ସହ ଆଲୋଚନା କରି ୩ଟି ନୂଆ କୃଷି ଆଇନ ଆଣିଥିଲେ। କ୍ଷୁଦ୍ରଚାଷୀଙ୍କୁ ସୁଦୃଢ କରିବାକୁ ନୂଆ ଆଇନରେ ବନ୍ଦୋବସ୍ତ କରାଯାଇଥିଲା। ଏହାକୁ ଅଧିକାଂଶ ଚାଷୀ ସ୍ୱାଗତ କରିଥିଲେ। କିନ୍ତୁ ଏହି ଆଇନକୁ କେତେକ ଗୋଷ୍ଠୀ ଓ ଚାଷୀ ବିରୋଧ କରିଥିଲେ। ଏହି ଆଇନର ସକାରାତ୍ମକ ଦିଗ ସମ୍ପର୍କରେ ସମ୍ପୂର୍ଣ୍ଣ ନିଷ୍ଠା ଓ ସ୍ୱଚ୍ଛତାର ସହ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା। ଏହାକୁ କେତେକ ବୁଝିପାରିଥିବା ବେଳେ ଆଉ କେତେକ ଅବୁଝା ରହିଯାଇଥିଲେ। ଏହିସବୁ ଚାଷୀଙ୍କୁ ଆମେ ବୁଝାଇ ପାରି ନ ଥିବାରୁ ଏଥିପାଇଁ କେନ୍ଦ୍ର ସରକାର କ୍ଷମା ପ୍ରାର୍ଥନା କରୁଥିବା ମୋଦୀ କହିଛନ୍ତି। ଏପରି ସ୍ଥିତିରେ କାହାକୁ ଦୋଷ ନ ଦେଇ ଆନ୍ଦୋଳନରତ ଚାଷୀଙ୍କୁ ସମ୍ମାନ ଜଣାଇ ୩ଟିଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଦୀର୍ଘଦିନ ଧରି ରାସ୍ତାରେ ବସିଥିବା ଚାଷୀମାନେ ନିଜ ନିଜ ଘରକୁ ଫେରିଯିବାକୁ ମୋଦୀ ନିବେଦନ କରିଛନ୍ତି। ତେବେ ଆନ୍ଦୋଳନରତ ଚାଷୀମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ହେଁ ତୁରନ୍ତ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏଥିସହ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଆଇନଗତ ମାନ୍ୟତା ଦାବି କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।