ଟି-୨୦ ବିଶ୍ବକପ: ଆଫଗାନିସ୍ତାନ ୧୩୦ ରନରେ ସ୍କଟଲାଣ୍ଡକୁ ହରାଇଲା


ପ୍ଲେୟର ଅଫ ଦ ମ୍ୟାଚ ମୁଜୀବ ଉର ରହମାନ
ଶାରଜାହ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ସୋମବାର ଶାରଜାହ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ-ବିର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୧୩୦ ରନର ବିଶାଳ ବ୍ୟବଧାନରେ ସ୍କଟଲାଣ୍ଡକୁ ପରାସ୍ତ କରିଛି। ଆଫଗାନିସ୍ତାନର ଘାତକ ବୋଲିଂର ସାମନା ସ୍କଟଲାଣ୍ଡର ବ୍ୟାଟ୍ସମ୍ୟାନମାନେ କରିପାରି ନ ଥିଲେ। ନଜିବୁଲ୍ଲା ଜଦରାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ହଜରାତୁଲ୍ଲା ଜଜାଇ ଓ ରହମାନୁଲ୍ଲା ଗୁରବାଜଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୧୯୦ ରନ୍‌ କରିଥିଲା। ଜବାବରେ ସ୍କଟଲାଣ୍ଡ ୧୦.୨ ଓଭରରେ ମାତ୍ର ୬୦ ରନ କରି ଅଲଆଉଟ ହୋଇଯାଇଥିଲା। ଦମ୍‌ଦାର ବୋଲିଂ ପାଇଁ ଆଫଗାନିସ୍ତାନର ମୁଜୀବ ଉର ରହମାନଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ହଜରାତୁଲ୍ଲା ଜଜାଇ ଓ ମହମ୍ମଦ ଶେହଜାଦ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ରନ କରି ଏକ ଦୃଢ ମୂଳଦୁଆ ପକାଇଥିଲେ। ଜଜାଇ ୩ଟି ଲେଖାଏଁ ଚୌକା ଓ ଛକା ସହ ୪୪ ରନ କରିଥିବାବେଳେ ଶେହଜାଦ ୨ଟି ଚୌକା ଓ ଗୋଟିଏ ଛକା ସହ ୨୨ ରନ କରିଥିଲେ। ଅନ୍ୟପକ୍ଷରେ ରହମାନୁଲ୍ଲା ଗୁରବାଜ ଗୋଟିଏ ଚୌକା ଓ ୪ଟି ଛକା ସହ ୪୬ ରନ, ନଜିବୁଲ୍ଲା ଜଦରାନ ୫ଟି ଚୌକା ଓ ୩ଟି ଛକା ସହ ୫୯ ରନ କରିଥିଲେ। ଅଧିନାୟକ ମହମ୍ମଦ ନବୀ ୨ଟି ଚୌକା ସହ ଅପରାଜିତ ୧୧ ରନ କରିଥିଲେ। ଏହା ଫଳରେ ଦଳ ୨୦ ଓଭରରେ ୧୯୦ ରନ କରିପାରିଥିଲା। ସ୍କଟଲାଣ୍ଡ ପକ୍ଷରୁ ସଫିଆନ୍ ଶରିଫ୍ ୨ଟି ଏବଂ ଜୋସ ଡାଭି ଓ ମାର୍କ ଓ୍ବାଟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଜବାବରେ ସ୍କଟଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଆଫଗାନିସ୍ତାନର ବୋଲରଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲେ। ଜର୍ଜ ମୁନ୍ସିଙ୍କ ୨୫ ରନ, କାଇଲ୍ କୋଏଜରଙ୍କ ୧୦ ରନ ଓ କ୍ରିସ୍ ଗ୍ରୀଭସଙ୍କ ୧୨ ରନକୁ ଛାଡିଦେଲେ ଦଳର କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲିଂର ସାମନା କରିପାରି ନ ଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜୀବ ଉର ରହମାନ ୫ଟି ଓ ରାଶିଦ ଖାନ ୪ଟି ଓ୍ବିକେଟ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।