୨୦୨୩ରେ ନୂଆ ପ୍ରଗତି ମୈଦାନରେ ଜି-୨୦ ବିଶ୍ୱ ସମ୍ମିଳନୀ


ନୂଆ ରୂପରେ ପ୍ରଗତି ମୈଦାନ
ନୂଆଦିଲ୍ଲୀ: ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନଠାରେ ଜି-୨୦ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ। ଜି-୨୦ର ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଏହି ମୈଦାନରେ ଏକାଠି ହେବେ। ଏ ନେଇ ମଙ୍ଗଳବାର କେନ୍ଦ୍ର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପ୍ରଗତି ମୈଦାନରେ ଥିବା ନୂଆ ପ୍ରଦର୍ଶନୀ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହି ମୈଦାନରେ ଆସନ୍ତା ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫର ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗତି ମିଶନ ଶକ୍ତି ଯୋଜନାର ଶୁଭାରମ୍ଭ କରିଥିବା ନେଇ ମଧ୍ୟ ଗୋଏଲ ସୂଚନା ଦେଇଛନ୍ତି। ସୂଚନା ଦେବାକୁ ଯାଇ ଗୋଏଲ୍ କହିଛନ୍ତି ଯେ ନୂଆ ପ୍ରଗତି ମୈଦାନ ପ୍ରାୟ ୭୨ ହଜାର ବର୍ଗ କିମି ପରିମିତ ଅଞ୍ଚଳରେ ରହିଛି। ଏହା ମଧ୍ୟରେ ୮ଟି ପ୍ରଦର୍ଶନୀ ହଲ ନିର୍ମାଣ କରାଯିବ। ଏବେ ଏହା ମଧ୍ୟରେ ନୂଆ ଆଇସିସି ସେଣ୍ଟରର ନିର୍ମାଣ ଚାଲିଛି। ଏଠାରେ ଥିବା ଭୂତଳ ପାର୍କିଂରେ ଏକକାଳୀନ ୮ ହଜାର ଗାଡ଼ିର ପାର୍କିଂ ବ୍ୟବସ୍ଥା କରାଯିବ। ଏହି ମୈଦାନରେ ସମସ୍ତ ପ୍ରକାର ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଉପଲବ୍ଧ ହେଉଥିବା ଗୋଏଲ୍ କହିଛନ୍ତି।

ତାଙ୍କ କହିବାନୁସାରେ, ଏଠାକାର ଭାଇରୋନ ମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଠିକ୍‌ ଭାବେ ଟ୍ରାଫିକ ପରିଚାଳନା ପାଇଁ ୬ଟି ଟନେଲର ନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୁତ ଗତିରେ ଆଗେଇ ଚାଲିଛି। ତା’ଛଡ଼ା ଗୋଟିଏ ସବ୍‌-ୱେ’ର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ପ୍ରଧାନମନ୍ତ୍ରୀ ଗତି ଶକ୍ତି-ଜାତୀୟ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶମୂଳକ ଯୋଜନାକୁ ଅଧିକ ଗତି ଦେବା ସହ ନୂଆ ଦିଗ ଦେଖାଇବ। ଏହି ପ୍ଲାନ୍ ମଧ୍ୟ ଦେଶରେ ବ୍ୟାପକ ମାତ୍ରାରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଜି-୨୦ ସମ୍ମିଳନୀ-୨୦୨୩ରେ ପ୍ରଗତି ମୈଦାନରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଗତି ମିଶନ ମାଧ୍ୟମରେ ଭିତ୍ତିଭୂମିର ବିକାଶ ସହ ସାମଗ୍ରିକ ବିକାଶ ମଧ୍ୟ ସମ୍ଭବପର ହୋଇପାରିବ। ପାଖାପାଖି ଶହେ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବା ସହ ବ୍ୟାପକ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ତା’ଛଡ଼ା ଅର୍ଥନୈତିକ ସ୍ଥିତିକୁ ସଜାଡ଼ିବାରେ ମଧ୍ୟ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଗୋଏଲ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।