ପୂଜାରେ ପୂର୍ବତଟ ରେଳପଥର ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ସେବା


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷା ସୂଚୀକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଛି। ପୁରୀ-ପାଟନା-ପୁରୀ ସ୍ପେଶାଲ୍‌ (ଟ୍ରେନ୍‌ ନଂ ୦୮୪୩୯/୦୮୪୪୦) ୨୦୨୧ ଅକ୍ଟୋବର ୧୬ ରୁ ୩୧ ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ ପାଟନାରୁ ଛାଡିବ। ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍‌ ଏବଂ ଜେନେରାଲ୍‌ କ୍ଲାସ୍‌ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍‌ ଉପଲବ୍ଧ ଅଛି।

ବିଶାଖାପାଟନମ୍‌-ସିକନ୍ଦରାବାଦ-ବିଶାଖାପାଟନମ୍‌ ସ୍ପେଶାଲ୍‌ (ଟ୍ରେନ୍‌ ନଂ ୦୮୫୭୯/୦୮୫୮୦) ୨୦୨୧ ଅକ୍ଟୋବର ୧୩ରୁ ୨୮  ମଧ୍ୟରେ ପ୍ରତି ବୁଧବାର ଦିନ ବିଶାଖାପାଟନମ୍‌ ଠାରୁ ସନ୍ଧ୍ୟା ୭ଟାରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ଗୁରୁବାର ଦିନ ସନ୍ଧ୍ୟା ୭ଘଣ୍ଟା ୪୦ମି.ରେ ଛାଡିବ   । ଏହି ଟ୍ରେନରେ ଏସି-୩ ଟାୟାର, ସ୍ଲିପର୍‌ ଏବଂ ଜେନେରାଲ୍‌ କ୍ଲାସ୍‌ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍‌ ଉପଲବ୍ଧ ଅଛି। ବିଶାଖାପାଟନମ୍‌-ତିରୁପତି-ବିଶାଖାପାଟନମ୍‌ ସ୍‌ତନ୍ତ୍ର (ଟ୍ରେନ୍‌ ନଂ ୦୮୫୮୩/୦୮୫୮୪) ୨୦୨୧ ଅକ୍ଟୋବର ୧୮ରୁ ନଭେମ୍ବର ୨ ମଧ୍ୟରେ ପ୍ରତି ସୋମବାର ଦିନ ବିଶାଖାପାଟନମ୍‌ ଠାରୁ ସନ୍ଧ୍ୟା ୭ଘଣ୍ଟା ୧୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା  ତିରୁପତି ଠାରୁ ପ୍ରତି ମଙ୍ଗଳବାର ଦିନ ରାତ୍ରି ୯ଘ.୫୫ମି.ରେ ଛାଡିବ। ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍‌ ଏବଂ ଜେନେରାଲ୍‌ କ୍ଲାସ୍‌ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍‌ ଉପଲବ୍ଧ ଅଛି।

ବିଶାଖାପାଟନମ୍‌-ସିକନ୍ଦରାବାଦ-ବିଶାଖାପାଟନମ୍‌ ସ୍ପେଶାଲ୍‌ (ଟ୍ରେନ୍‌ ନଂ ୦୮୫୮୫/୦୮୫୮୦୬): ୨୦୨୧ ଅକ୍ଟୋବର ୧୯ ରୁ  ନଭେମ୍ବର ୩ ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ବିଶାଖାପାଟନମ୍‌ରୁ ସନ୍ଧ୍ୟା ୫ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ରାତ୍ରି ୯ଘ.୦୫ମି.ରେ ଛାଡିବ। ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍‌ ଏବଂ ଜେନେରାଲ୍‌ କ୍ଲାସ୍‌ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍‌ ଉପଲବ୍ଧ ଅଛି। ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ୍‌ (ଟ୍ରେନ୍‌ ନଂ ୦୮୧୭୯/୦୮୧୮୦) ଟ୍ରେନ୍‌ ୨୦୨୧ ଅକ୍ଟୋବର ୯ ରୁ  ନଭେମ୍ବର ୭ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାଓଡ଼ା ଠାରୁ ରାତ୍ରି ୮ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ ଘଣ୍ଟା ୨୦ମି.ରେ ଛାଡିବ। ଏହି ଟ୍ରେନରେ ସ୍ଲିପର୍‌ ଏବଂ ଜେନେରାଲ୍‌ କ୍ଲାସ୍‌ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍‌ ଉପଲବ୍ଧ ଅଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।