ଲଖିମପୁର ଖେରୀ ହିଂସା ମାମଲା: ଜେଲ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ସୋମବାର ପରବର୍ତ୍ତୀ ଶୁଣାଣି


କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୋଲିସ ଗିରଫ କରୁଛି
ଲକ୍ଷ୍ନୌ: ଶନିବାର ମଧ୍ୟରାତ୍ରିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଉତ୍ତର ପ୍ରଦେଶ ଲଖିମପୁର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ଶନିବାର ପ୍ରାୟ ୧୨ ଘଣ୍ଟା ଧରି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଶିଷ ମିଶ୍ରଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ତଦନ୍ତକାରୀ ଅଧିକାରୀଙ୍କୁ ଅସହଯୋଗ କାରଣରୁ ତାଙ୍କୁ ପୋଲିସ ଗିରଫ କରିବା ପରେ ବିଚାରପତିଙ୍କ ଆବାସିକ କାର୍ଯ୍ୟସ୍ଥଳୀରେ ହଜାର କରାଇଥିଲା। ତେବେ ପୋଲିସ ଅଧିକ ପଚରାଉଚୁରା ପାଇଁ ଆଶିଷ ମିଶ୍ରଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତୁ ଆଶିଷ ମିଶ୍ରଙ୍କ ଓକିଲ ଏହାର ବିରୋଧ କରିବାରୁ ବିଚାରପତି ତାଙ୍କୁ ସୋମବାର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ସୋମବାର ଦିନ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ଓ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାର ଯୋଜନା ରଖିଛି। ଶନିବାର ଆଶିଷଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ୪୦ଟି ପ୍ରଶ୍ନ ପଚରା ଯାଇଥିଲା କିନ୍ତୁ ସେ ୩୨ଟି ପ୍ରଶ୍ନର କୌଣସି ଉତ୍ତର ଦେଇ ପାରି ନ ଥିଲେ। ତାଙ୍କୁ ଯେଉଁ ୪୦ଟି ପ୍ରଶ୍ନ ପଚରାଯାଇଥିଲା, ସେଗୁଡିକ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା - ଚାଷୀଙ୍କ ଉପରେ ଯେଉଁଦିନ ଗାଡି ମାଡ଼ିଗଲା, ସେହି ସମୟରେ ଆପଣ କେଉଁଠି ଥିଲେ? ଆପଣଙ୍କ ମୋବାଇଲ ଲୋକେସନ ଚାଷୀମାନଙ୍କ ପ୍ରଦର୍ଶନ ଠାରୁ ଅଳ୍ପ ଦୂରରେ ଥିବା ଦର୍ଶାଉଛି, ଆପଣ ସେଠାରେ ଥିଲେ କି? ଚାଷୀଙ୍କ ଉପରେ ଗାଡି ମାଡ଼ିଯିବା ଘଟଣାରେ, ଆପଣ କେଉଁ ଗାଡ଼ିରେ ଯାଉଥିଲେ, ପ୍ରଥମ, ଦ୍ଵିତୀୟ ନା ତୃତୀୟ? ଦୁଇ ଥର ନୋଟିସ ଦେବା ପରେ ମଧ୍ୟ ଆପଣ କାହିଁକି ପୋଲିସ ଆଗରେ ହାଜର ହେଲେ ନାହିଁ? ଗତ ଦୁଇ ଦିନ ଆପଣ କେଉଁଠାରେ ଥିଲେ କହିବେ କି?

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଡୁଆ ବୃଦ୍ଧି ପାଇଛି। ପୂର୍ବରୁ ତାଙ୍କ ପୁଅ ଏହି ଘଟଣାରେ ସମ୍ପୃକ୍ତ ନ ଥିବା ସେ କହୁଥିବା ବେଳେ ଆଜିର ଗିରଫଦାରୀ ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଘଟଣାରେ ଆଶିଷ ମିଶ୍ରକୁ ସୁରକ୍ଷା ଦେଉଥିବା ଉତ୍ତର ପ୍ରଦେଶ ସରକାରଙ୍କ ଅଭିସନ୍ଧି ପଦାରେ ପଡିଯାଇଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ଦାଏର କରି ଉତ୍ତର ପ୍ରଦେଶ ସରକାରଙ୍କ ମନୋଭାବକୁ ଅତ୍ୟନ୍ତ ନିନ୍ଦନୀୟ କହିବା ସହ ଭର୍ସନା କରିଥିଲେ ଓ କହିଥିଲେ ତୁରନ୍ତ ପଦକ୍ଷେପ ନିଅ ଏବଂ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ସଂରକ୍ଷିତ ରଖ।

ଗତ ସପ୍ତାହରେ ଲଖିମ୍‌ପୁର ଖେରୀରେ ପ୍ରତିବାଦରତ କୃଷକମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କାର ଚଢ଼ାଇ ଦେଇଥିବା ନେଇ ହୋଇଥିବା ଅଭିଯୋଗ ଉପରେ ଏବେ ତଦନ୍ତ ଚଳାଇଛି ୟୁପି ପୋଲିସ। ଆଜି ଏ ନେଇ ଆଶିଷଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏବେ ବଡ଼ ଖବର ସାମ୍ନାକୁ ଆସିଥିଲା। ଘଟଣା ଘଟିବା ଦିନ ମୋ ପୁଅ ଅନ୍ୟ ଏକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲା ବୋଲି କହିଥିଲେ ଅଜୟ ମିଶ୍ର। ହେଲେ ଆଜି ତାହା ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଆଶିଷ। ସୂତ୍ରରୁ ଜଣାପଡ଼ିଛି ଯେ, ଆଶିଷ ଅକ୍ଟୋବର ୩ ତାରିଖରେ ୨.୩୬ ରୁ ୩.୩୦ ମଧ୍ୟରେ କେଉଁଠି ଥିଲେ, ତାହା କହିପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଲଖିମ୍‌ପୁର ଖେରୀ ହିଂସାକାଣ୍ଡ ମାମଲା ତଦନ୍ତ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଗଠନ କରିଥିବା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦:୩୦ରେ ଆଶିଷ ହାଜର ହୋଇଥିଲେ। ଏହାପରେ କ୍ରାଇମ୍‌ ବ୍ରାଞ୍ଚ୍‌ ଅଫିସ୍‌ରେ ତାଙ୍କୁ ପଚରାଉଚରା କରାଯାଇଥିଲା। ହିଂସାକାଣ୍ଡ ସଂକ୍ରାନ୍ତରେ ଗତକାଲି ତାଙ୍କୁ ପଚରାଉଚରା କରାଯିବା କଥା। ସେଥିପାଇଁ ସମନ୍‌ ପଠାଯାଇଥିଲେ ବି ଗତକାଲି ତାଙ୍କର ଦେଖା ନ ଥିଲା କି ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ନ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।