ଦିନକରେ ଭାରତରେ ୨୧ ହଜାର ୨୫୭ ନୂଆ ସଂକ୍ରମିତ ଚିହ୍ନଟ, ୨୭୧ ମୃତ


ଜଣେ ମହିଳାଙ୍କଠାରୁ ସ୍ବାସ୍ଥ୍ୟକର୍ମୀ ସ୍ବାବ୍ ସଂଗ୍ରହ କରୁଛନ୍ତି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୨୫୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଗତ ଗୁରୁବାର ଦିନକ ଭିତରେ ୨୭୧ ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ଆହୁରି ଦେଶରେ ଅଦ୍ୟାବଧି ୯୭.୯୬ ପ୍ରତିଶତ ସଂକ୍ରମିତ ସୁସ୍ଥତା ଲାଭ କରିସାରିଛନ୍ତି, ଯାହାକି ଗତ ବର୍ଷ ମାର୍ଚ୍ଚ ପରଠାରୁ ସର୍ବାଧିକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମିତଙ୍କ ତୁଳନାରେ ୩ ହଜାର ୯୭୭ ଜଣ ଅଧିକ ସଂକ୍ରମିତ ସୁସ୍ଥତା ଲାଭ କରିବା ଫଳରେ ଦେଶରେ ଏବେ ମାତ୍ର ୨ ଲକ୍ଷ ୪୦ ହଜାର ୨୨୧ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି, ଯାହାକି ମୋଟ ସଂକ୍ରମିତଙ୍କ ତୁଳନାରେ ମାତ୍ର ୧ ପ୍ରତିଶତ ତଳେ ଅର୍ଥାତ୍ ୦.୭୧ ପ୍ରତିଶତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଦେଶରେ ଇତିମଧ୍ୟରେ କୋଭିଡ୍ ସଂକ୍ରମଣ କାରଣରୁ ମୋଟ ୪ ଲକ୍ଷ ୫୦ ହଜାର ୧୨୭ ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିସାରିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୯୬୩ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଫଳସ୍ବରୂପ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୩୨ ଲକ୍ଷ ୨୫ ହଜାର ୨୨୧ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ଆହୁରି ଦେଶରେ ଏବେ ଦୈନିକ ସଂକ୍ରମଣ ହାର ୧.୫୩ ପ୍ରତିଶତ ରହିଛି। ଏଥିସହ ଗତ ୩୯ ଦିନ ହେଲା କ୍ରମାଗତ ଭାବେ ୩ ପ୍ରତିଶତ ତଳେ ଦୈନିକ ସଂକ୍ରମଣ ହାର ରହିଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଏହାଛଡ଼ା ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୯୩ କୋଟି ୧୭ ଲକ୍ଷ ୧୭ ହଜାର ୧୯୧ ଜଣ କୋଭିଡ୍ ଟିକା ନେଇସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ଗତ ଗୁରୁବାର ଦିନକ ଭିତରେ ୫୦ ଲକ୍ଷ ୧୭ ହଜାର ୭୫୩ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇସାରିଛି। ଏହି ସଂଖ୍ୟକ ଟିକା ୯୦ ଲକ୍ଷ ୬୮ ହଜାର ୫୨୫ଟି ସେସନରେ ଦିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧୩ ଲକ୍ଷ ୮୫ ହଜାର ୭୦୬ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ଇତିମଧ୍ୟରେ ମୋଟ ୫୮ କୋଟି ୪୩ ହଜାର ୧୯୦ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି। ସମଗ୍ର ବିଶ୍ବରେ ଏବେ ଭାରତ ସର୍ବାଧିକ ସକ୍ରିୟ ସଂକ୍ରମଣ ମାମଲାରେ ନବମ ସ୍ଥାନରେ ରହିଛି। ଏଥିସହ ମୃତ୍ୟୁସଂଖ୍ୟାରେ ଭାରତ ୩ୟ ସ୍ଥାନରେ ଥିବା ବେଳେ ସର୍ବାଧିକ ସଂକ୍ରମଣ ମାମଲାରେ ଦ୍ଦବପିତୀୟ ସ୍ଥାନରେ ରହିଛି। ଗତ ସପ୍ତାହକ ଭିତରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ଲକ୍ଷ ୪୮ ହଜାର ୮୬୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ବରେ ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ୧.୩୩ ପ୍ରତିଶତ ଭାରତରେ ରହିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟାର ୯.୨୯ ପ୍ରତିଶତ ଭାରତୀୟ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।