ବ୍ରିଟିଶ୍ ସରକାରଙ୍କ ୟୁ-ଟର୍ଣ୍ଣ: ହଟାଇଲା କଡ଼ା କ୍ବାରେଣ୍ଟାଇନ୍‌ କଟକଣା


ବ୍ରିଟେନ୍ ବିମାନବନ୍ଦରରେ ଯାତ୍ରୀମାନେ ଆତଯାତ କରୁଛନ୍ତି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: କୋଭିଡ୍ ଟିକାକୁ ନେଇ ଭାରତ ସରକାର ବ୍ରିଟେନ୍ ବିପକ୍ଷରେ ଯେସାକୁ ତେସା ନୀତି ଆପଣାଇବାର ସୁଫଳ ଦେଖିବାକୁ ମିଳିଛି। କାରଣ ଏବେ ବ୍ରିଟିଶ୍ ସରକାର ୟୁ-ଟର୍ଣ୍ଣ ନେଇଛନ୍ତି ଏବଂ ଭାରତୀୟଙ୍କ ସକାଶେ ଲାଗୁ କରିଥିବା କଡ଼ା କ୍ବାରେଣ୍ଟାଇନ୍ କଟକଣାକୁ ପ୍ରତ୍ୟାହାର କରିନେଇଛି। ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାରଠାରୁ ଏହି ନୂଆ ନିୟମ ଲାଗୁ କରିବା ନେଇ ବ୍ରିଟିଶ୍ ସରକାର ଘୋଷଣା କରିଛନ୍ତି। ଏ ନେଇ ଟ୍ବିଟ୍ କରି ବ୍ରିଟିଶ ହାଇକମିଶନର ଆଲେକ୍ସା ଏଲି ସୂଚନା ଦେଇଛନ୍ତି। ବ୍ରିଟେନ୍ ପାଇଁ ଭାରତର ଡେପୁଟି ହାଇକମିଶନର୍ ଗତ ଗୁରୁବାର ଏହି ଘୋଷଣା କରିବା ପରେ ଗତ କିଛିଦିନ ଧରି ଚାଲିଥିବା ଟିକା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂର୍ବରୁ ଭାରତୀୟ କୋଭିଡ୍ ଟିକାର ଡବଲ୍ ଡୋଜ୍ ନେଇଥିଲେ ମଧ୍ୟ ବ୍ରିଟେନରେ ପହଞ୍ଚୁଥିବା ଭାରତୀୟଙ୍କ ପାଇଁ ବ୍ରିଟିଶ୍ ସରକାର କଡ଼ା କଟକଣା ଲାଗୁ କରିଥିଲେ। ଏହାର ଜବାବରେ ଭାରତ ସରକାର ମଧ୍ୟ ଅନୁରୂପ କଟକଣା ଲାଗୁ କରିଥିଲେ। ଡବଲ  ଡୋଜ ଟିକା ନେଇଥିବା କିମ୍ବା ଆଦୌ ଟିକା ନେଇ ନ ଥିବା ବ୍ରିଟିଶ୍ ନାଗରିକଙ୍କ ନିମନ୍ତେ ଭାରତରେ ପହଞ୍ଚିବାର  ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା। ତା’ଛଡ଼ା ଭାରତରେ ପହଞ୍ଚିବାର ୮ ଦିନ ପରେ ପୁନର୍ବାର ଆରଟି-ପିସିଆର୍ ଟେଷ୍ଟ୍ କରିବା ସକାଶେ ମଧ୍ୟ ନିୟମ ଲାଗୁ କରାଯାଇଥିଲା। ଆହୁରି ୧୦ ଦିନ ପାଇଁ ଉକ୍ତ ବ୍ରିଟିଶ୍ ଫେରନ୍ତାଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା। ତେବେ ଭାରତର ଏହି କଡ଼ା ପଦକ୍ଷେପ ପରେ ବ୍ରିଟିଶ୍ ସରକାର ତାଙ୍କ ଆଭିମୁଖ୍ୟରେ ନରମପଣ ଆଣିବା ସହ ସମ୍ପୂର୍ଣ୍ଣ କଟକଣାକୁ ହଟାଇଦେଇଛନ୍ତି।

ଗତ ଅକ୍ଟୋବର ୧ ତାରିଖଠାରୁ ଭାରତ ସହ ଅନ୍ୟ କେତେକ ଦେଶର ନାଗରିକଙ୍କ ପାଇଁ ବ୍ରିଟେନ ସରକାର ଏହି ନିୟମ ଲାଗୁ କରିଥିଲେ। ଏପରିକି ବ୍ରିଟେନ ଦ୍ୱାରା ଅନୁମୋଦିତ କୋଭିଶିଲ୍ଡ ଟିକାର ଡବଲ ଡୋଜ ନେଇଥିବା ସତ୍ତ୍ୱେ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ ନିୟମ ଲାଗୁ କରାଯାଇଥିବାରୁ ଏହାକୁ ବିଭିନ୍ନ ଦେଶ ତୀବ୍ର ବିରୋଧ କରିଥିଲେ। ବ୍ରିଟେନ ପକ୍ଷରୁ କେବଳ ହାତଗଣତି ଦେଶ ପାଇଁ ଏପରି ନିୟମ ଲାଗୁ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଇଁ  ନିୟମରେ ଯଥେଷ୍ଟ କୋହଳ କରାଯାଇଥିଲା। ବ୍ରିଟେନର ଏପରି ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରାଯିବା ସହ ଏହାକୁ ବିଭେଦପୂର୍ଣ୍ଣ ତଥା ଉପନିବେଶବାଦର ପ୍ରତିଫଳନ ବୋଲି ମଧ୍ୟ କେତେକ ଦେଶ କହିଥିଲେ। କିନ୍ତୁ ଭାରତ ଯେସାକୁ ତେସା ନିୟମ ଆପଣାଇଥିଲା। ବ୍ରିଟେନ୍‌ରୁ ଆସୁଥିବା କୌଣସି ବ୍ୟକ୍ତି କୋଭିଡ୍ ଟିକା ନେଇଥିଲେ ମଧ୍ୟ ଭାରତରେ ପହଞ୍ଚିବା ପରେ ତାଙ୍କ ପାଇଁ ୧୦ଦିନିଆ କଡ଼ା କ୍ବାରେଣ୍ଟାଇନ୍ ନିୟମ ଲାଗୁ କରାଯାଇଥିଲା। ଭାରତର ଏପରି ପଦକ୍ଷେପରେ ବ୍ରିଟିଶ୍ ସରକାର ଚାପଗ୍ରସ୍ତ ହୋଇ ଶେଷରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି କ୍ବାରେଣ୍ଟାଇନ ନିୟମକୁ ଗତ ଗୁରୁବାର କୋହଳ କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।