ଅପରାଧ
ରେଳଗାଡ଼ି ବ୍ୟାଟେରୀ ଚୋରି ଅଭିଯୋଗରେ ୭ ଗିରଫ,୧୧ ବ୍ୟାଟେରୀ ଜବତ

ଜବତ କରାଯାଇଥିବା ୧୧ଟି ବ୍ୟାଟେରୀ
ରେଳଗାଡ଼ି ବ୍ୟାଟେରୀ ଚୋରି ଅଭିଯୋଗରେ ରେଳବାଇ ପୋଲିସ ସୋମବାର ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୧ଟି ବ୍ୟାଟେରୀ ସମେତ ଦୁଇଟି ଗାଡ଼ି ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭୁବନେଶ୍ଵର ଏବଂ କଟକର ବହୁ ଅପରାଧରେ ସଂପୃକ୍ତ ଥିବା ଜଣାପଡ଼ିଛି।