ଭବାନୀପୁର ଉପନିର୍ବାଚନ ବାତିଲ୍ ପାଇଁ ଦାବି ରଖିଲେ ଦିଲୀପ ଘୋଷ


ସାମ୍ବାଦିକ ସମ୍ମିଳନୀରେ ଦିଲୀପ ଘୋଷ
କୋଲକାତା: ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରିବା ସକାଶେ ଭବାନୀପୁର ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଉପନିର୍ବାଚନକୁ ବାତିଲ୍ କରିବା ସକାଶେ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ମୁଖ୍ୟ ଦିଲୀପ ଘୋଷ। ଆଗାମୀ ଉପନିର୍ବାଚନ ସକାଶେ ବିଜେପି ପକ୍ଷରୁ ପ୍ରିୟଙ୍କା ଟିବ୍ରେୱାଲ୍ ପ୍ରାର୍ଥୀ କରାଯାଇଛି। ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦର୍ଶାଇ ଘୋଷ ଏହି ନିର୍ବାଚନକୁ ବାତିଲ୍ କରିବା ସକାଶେ ଦାବି କରିଛନ୍ତି। ସୋମବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଜାତୀୟ ଉପସଭାପତି ଘୋଷ ଟିଏମସି ପକ୍ଷରୁ ଉପନିର୍ବାଚନ ସକାଶେ ହୋଇଥିବା ପ୍ରଚାରରେ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରାଯାଉଛି। ସେ ନିଜେ ଯେତେବେଳେ ଭବାନୀପୁରର ଭୋଟରମାନଙ୍କୁ ଲିଫଲେଟ୍ ବାଣ୍ଟୁଥିଲେ, ସେତେବେଳେ ଟିଏମସି କର୍ମୀମାନେ ବିଜେପି ବିରୋଧରେ ନାରାବାଜି କରିଥିଲେ। ଏହାପରେ ସେ ଗୋଟିଏ ଟିକାକରଣ କେନ୍ଦ୍ରରେ ପ୍ରବେଶ କରିଥିଲେ। ସେଠାରେ ମଧ୍ୟ ଟିଏମସି କର୍ମୀମାନେ ତାଙ୍କୁ ଘେରିଯାଇଥିଲେ। ସେମାନେ ମଧ୍ୟ ତାଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ବିଜେପି କର୍ମୀମାନଙ୍କୁ ସେମାନେ ଆକ୍ରମଣ କରି ଲହୁଲୁହାଣ କରିଥିବା ଘୋଷ ଅଭିଯୋଗ କରିଛନ୍ତି। ତାଙ୍କ ବ୍ୟତୀତ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ସହ ମଧ୍ୟ ସମାନ ଅଘଟଣ ଘଟିଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଘୋଷ ଅଭିଯୋଗ କରିଥିବା ଜଣାପଡ଼ିଛି।

ଘୋଷ ଆହୁରି କହିଛନ୍ତି ଯେ ତାଙ୍କର ସୁରକ୍ଷାକର୍ମୀମାନେ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଫଳରେ ଟିଏମସି କର୍ମୀମାନେ ଏପରି ଆକ୍ରମଣ କରିଛନ୍ତି। ତାଙ୍କର ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କ ସୁରକ୍ଷାକର୍ମୀମାନେ ଏପରି ପଦକ୍ଷେପ ନେଇଥିଲେ। ନିର୍ବାଚନ କମିଶନ୍ ଆମର ସୁରକ୍ଷା ପାଇଁ ଯଥେଷ୍ଟ ପଦକ୍ଷେପ ନେବାର ନିୟମ ରହିଥିଲେ ହେଁ ଆମ କ୍ଷେତ୍ରରେ ସେପରି କିଛି ଘଟିଥିବା ନଜରକୁ ଆସିନାହିଁ ବୋଲି ଘୋଷ କହିଛନ୍ତି। ସେ କହିଛନ୍ତି ଯେ ପ୍ରତିଦିନ କ୍ଷମତାରେ ଥିବା ଟିଏମସିର କର୍ମୀମାନେ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଛନ୍ତି। ଏନେଇ ବିଜେପି ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ୍ ଆମକୁ କୌଣସି ସୁରକ୍ଷା ଯୋଗାଇ ଦେଉନାହିଁ। ଏପରିକି ଜଣେ ପୋଲିସ୍ କର୍ମୀ ସାଦା ପୋଷାକରେ ବିଜେପି କର୍ମୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଟିଏମସି କର୍ମୀମାନେ ଛାଡ଼ି ନ ଥିଲେ ବୋଲି ଘୋଷ କହିଛନ୍ତି। ଏପରି ସ୍ଥିତିରେ ଭବାନୀପୁରରେ କଦାପି ଆସନ୍ତା ୩୦ ତାରିଖରେ ସ୍ବଚ୍ଛ ଓ ଅବାଧ ଭୋଟ୍ ଗ୍ରହଣ ହୋଇପାରିବ ବୋଲି ସେ ବିଶ୍ବାସ କରିପାରୁନାହାନ୍ତି। ଏ ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନ୍ (ଇସିଆଇ)ଙ୍କୁ ମଧ୍ୟ ଅବଗତ କରାଯାଇଛି। କିନ୍ତୁ ସେ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି। ଏହିସବୁ ଦାବି ନେଇ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଖୁବଶୀଘ୍ର ଇସିଙ୍କୁ ଭେଟିବ ବୋଲି ମଧ୍ୟ ଘୋଷ ସୂଚନା ଦେଇଛନ୍ତି। ଘୋଷ ଟ୍ବିଟ୍ କରି କହିଛନ୍ତି ଯେ ଭବାନୀପୁରରେ ଆତଙ୍କରାଜ ଚଳାଇବା ସକାଶେ ନିଜେ ମମତାଙ୍କ ଭାଇ ପୋଲିସକୁ ମାଡ଼ ମାରିଥିବାର ଦୃଷ୍ଟାନ୍ତ ରହିଛି। ଯେଉଁଠି ପୋଲିସ ଉପରେ ମାଡ଼ ହେଉଛି, ସେଠି କିପରି ଭାବେ ଅବାଧ ନିର୍ବାଚନ ହୋଇପାରିବ, ତାହା ବିଚାରଯୋଗ୍ୟ ବୋଲି ଘୋଷ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।