ରୋହିଣୀ କୋର୍ଟ ଶୁଟଆଉଟ୍ ମାମଲାରେ ୨ ଗିରଫ, ଟିଲୁ ନିର୍ଦେଶରେ ହୋଇଥିଲା ଗୁଳିକାଣ୍ଡ


ରୋହିଣୀ କୋର୍ଟ ପରିସରରେ ଦିଲ୍ଲୀ ପୋଲିସର ତନାଘନା (ଫାଇଲ୍ ଫଟୋ)
ଗତ ଶୁକ୍ରବାର ସ୍ଥାନୀୟ ରୋହିଣୀ କୋର୍ଟ ପରିସରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ରବିବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ୍ ଏହି ଗିରଫଦାରୀ କରିଥିବା ବେଳେ ଶୁକ୍ରବାର ଶୁଟଆଉଟ୍ ମାମଲାରେ ଗ୍ୟାଙ୍ଗଷ୍ଟର୍ ଜିତେନ୍ଦର ଗୋଗୀ ନିହତ ହୋଇଥିଲା। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଉମଙ୍ଗ ଯାଦବ ଓ ବିନୟ। ବର୍ତ୍ତମାନ ଦିଲ୍ଲୀର ମାଣ୍ଡୋଲି ଜେଲରେ କଏଦୀ ଭାବେ ରହିଥିବା ଗ୍ୟାଙ୍ଗଷ୍ଟର୍ ଟିଲୁ ତାଜପୁରିଆ ଜେଲ୍ ଭିତରୁ ବିନୟକୁ ବିରୋଧୀ ଗୋଷ୍ଠୀର ସଦସ୍ୟ ଗୋଗୀକୁ ହତ୍ୟା କରିବା ସକାଶେ ଦାୟିତ୍ବ ଦେଇଥିଲା। ଅନ୍ୟପକ୍ଷରେ ଉମଙ୍ଗ ଯାଦବ ଜଣେ ଏଲଏଲବି ଡ୍ରପଆଉଟ୍ ହୋଇଥିବା ବେଳେ ସେ ଘଟଣା ଦିନ ଆଇନଜୀବୀ ପୋଷାକ ପିନ୍ଧି ରୋହିଣୀ କୋର୍ଟରେ ହାଜର ହୋଇଥିଲା। ତା’ ମାଧ୍ୟମରେ ଅନ୍ୟ ଦୁଇ ଜଣ ଶୁଟର୍ କୋର୍ଟରେ ପହଞ୍ଚିଥିଲେ। ଏନକାଉଣ୍ଟର୍ ପରେ ଅଭିଯୁକ୍ତ ବିନୟ ଅନ୍ୟ ଦୁଇ ଶୁଟରଙ୍କ ପୋଷାକ ଓ ମୋବାଇଲ୍ ଫୋନ୍ ନେଇ କୋର୍ଟ ପରିସର ବାହାରକୁ ଚାଲିଯାଇଥିଲା। ତେବେ ବିନୟକୁ ଗିରଫ କରିବା ସହ ଦିଲ୍ଲୀ ପୋଲିସ୍ ଉକ୍ତ ସମସ୍ତ ପୋଷାକ ଓ ମୋବାଇଲ୍ ଫୋନକୁ ଜବତ କରିଛି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇକୁ ଦୁଇ ଗିରଫ ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ତାନ୍ତର କରାଯିବ ବୋଲି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗ୍ୟାଙ୍ଗଷ୍ଟର୍ ଟିଲୁ ତାଜପୁରିଆ ତା’ର ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗଷ୍ଟର୍ ଗୋଗୀକୁ ଗୁଳି କରି ହତ୍ୟା କରିବା ସକାଶେ ତା’ର ଅନୁଗତ ବିନୟକୁ ନିର୍ଦେଶ ଦେଇଥିଲା। ଜେଲ୍ ଭିତରେ ରହିଥିବା ସତ୍ତ୍ବେ ସେ ମୋବାଇଲ୍ ଫୋନ୍ ଯୋଗେ ନିୟମିତ ବ୍ୟବଧାନରେ ତା’ର କଳା ସାମ୍ରାଜ୍ୟ ପରିଚାଳନା କରିଆସୁଥିଲା। ଦୁଇ ଶୁଟର୍ ରୋହିଣୀ କୋର୍ଟଠାରୁ ପାଖାପାଖି ୩ କିମି ଦୂରବର୍ତ୍ତୀ ଦିଲ୍ଲୀର ହାଇଦରପୁରଠାରେ ଏକ ଫ୍ଲାଟରେ ରହିଆସୁଥିଲେ। ଏହି ଫ୍ଲାଟଟି ଉମଙ୍ଗ ଯାଦବ ନାମରେ ରହିଛି। ଉମଙ୍ଗ ଓ ବିନୟକୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ୍ ପଚରାଉଚରା ଜାରି ରଖିଛି। ମିଳିଥିବା ରିପୋର୍ଟ ଅନୁସାରେ ଉମଙ୍ଗ ଗତ ୨ ବର୍ଷ ହେଲା ଟିଲୁ ଗ୍ୟାଙ୍ଗ୍ ପାଇଁ କାମ କରିଆସୁଛି। ତାକୁ ଟିଲୁ ଜେଲରୁ ଫୋନ୍ କରି ତା’ ଘରକୁ ଦୁଇ ଜଣ ପିଲା ଆସିବେ। ସେମାନଙ୍କୁ ରୋହିଣୀ କୋର୍ଟରେ ପହଞ୍ଚି ଗୋଗୀ ଓ ତା’ର ଦୁଇ ଜଣ ସହଯୋଗୀଙ୍କୁ ହତ୍ୟା କରିବା ସକାଶେ ଟିଲୁ ନିର୍ଦେଶ ଦେଇଥିବା ବିନୟ ପୋଲିସ୍ ନିକଟରେ ପଚରାଉଚରା ବେଳେ ସ୍ବୀକାର କରିଛି। ସେ ତିନି ବର୍ଷ ଆଇନ ପଢ଼ିଥିବାରୁ ତା’ ପାଖରେ ଆଇନଜୀବୀ ପୋଷାକ ରହିଥିବା ମଧ୍ୟ ବିନୟ ପୋଲିସକୁ ସୂଚନା ଦେଇଛି। ଗତ ସେପ୍ଟେମ୍ବର ୨୪ ତାରିଖରେ ବିନୟ ଓ ଅନ୍ୟ ଦୁଇ ଜଣ ଯୁବକ ରୋହିତ କୋର୍ଟ ନିକଟସ୍ଥ ଏକ ମଲରେ ପହଞ୍ଚି ସେଠାରେ ଆଇନଜୀବୀ ପୋଷାକ ପରିଧାନ କରିଥିଲେ। ଗୋଗୀକୁ ହତ୍ୟା କରିବା ପରେ ସେମାନେ ସେଠାରୁ ପଳାୟନ କରିବାର ଯୋଜନା କରିଥିଲେ ହେଁ ଯୋଜନା ପଣ୍ଡ ହେବାରୁ ଉମଙ୍ଗ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।