ନାରୀ
ସୁନ୍ଦରବନର ପ୍ରଥମ ମହିଳା ଟୁରିଷ୍ଟ, ରୟାଲ ଟାଇଗର ସହ ପରିଚତ କରାଇବେ

ଭାସ୍ବତୀ କାମିଲା ସରକାର
ଯଦି ମହିଳା ପାଇଲଟ ହୋଇପାରିବେ, ଟ୍ରେନ ଚଳାଇପାରିବେ ତେବେ ସୁନ୍ଦରବନରେ ପର୍ଯ୍ୟଟକ ଗାଇଡ କାହିଁକି ହୋଇପାରିବେ ନାହିଁ। ଏହି ଶବ୍ଦ ହେଉଛି ସୁନ୍ଦରବନ ଦ୍ବୀପରେ ରହୁଥିବା ଭାସ୍ବତୀ କାମିଲା ସରକାରଙ୍କର। ଯିଏ ସେହି ଗାଁର ପ୍ରଥମ ମହିଳା ଟୁରିଷ୍ଟ ଗାଇଡ ଅଟନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଚଳିତ ବର୍ଷ ୧ ଅକ୍ଟୋବରରୁ ପର୍ଯ୍ୟଟକଙ୍କ ପାଇଁ ସୁନ୍ଦରବନ ଖୋଲାଯିବ। ଏପରିସ୍ଥଳେ ଯେତେବେଳେ ଭାସ୍ବତୀ ଶୁଣିଲେ ବନ ବିଭାଗକୁ ଟୁରିଷ୍ଟ ଗାଇଡଙ୍କର ଆବଶ୍ୟକତା ରହିଛି, ସେତେବେଳେ ସେ ଏହି କାମ ପାଇଁ ନିଜ ନାମ ଦେଇଥିଲେ। ତାଙ୍କ ସହିତ ଅନ୍ୟ ୪ଜଣ ମହିଳାଙ୍କୁ ବି ଟୁରିଷ୍ଟ ଗାଇଡ କାମ ଦାୟିତ୍ବ ଦିଆଯାଇଛି।
ସୁନ୍ଦରବନର ପ୍ରଥମ ମହିଳା ଟୁରିଷ୍ଟ ଗାଇଡ
୩୪ବର୍ଷୀୟ ଭାସ୍ବତୀ କାମିଲା ସରକାର ସୁନ୍ଦରବନ ଟାଇଗର ରିଜର୍ଭ ସାମ୍ନାରେ ଥିବା ସୁନ୍ଦରବନ ଦ୍ବୀପର ନିକଟସ୍ଥ ଏକ ଗାଁରେ ଜନ୍ମ ହୋଇ ସେହିଠାରେ ବଡ଼ ହୋଇଥିଲେ। ସେ ପିଲାଦିନୁ ରୟାଲ ବେଙ୍ଗଲ ଟାଇଗର, ବିଶାଳ ମହାନାର କୁମ୍ଭୀର, ମାନବ-ପଶୁ ସଂଘର୍ଷ ସମେତ ଅନେକ ଜିନିଷ ଦେଖିଛନ୍ତି।
ଭାସ୍ପତୀଙ୍କ କହିବାନୁସାରେ ପର୍ଯ୍ୟଟକ ଅଧିକାଂଶ ସମୟରେ ତାଙ୍କ ଗାଁକୁ ଆସିଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମିଳିଥାଏ। ବନ ବିଭାଗ ମହିଳା ଟୁରିଷ୍ଟ ଗାଇଡ ଖୋଜୁଛନ୍ତି ଶୁଣିବା ପରେ ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ତାଙ୍କୁ ଆତ୍ମନିର୍ଭର କରିବା ସହିତ ସେ ତାଙ୍କ ପରିବାର ପାଇଁ କିଛି କାମ କରିପାରିବେ। ଭାସ୍ବତୀ ଏହା ପୂର୍ବରୁ ଏକ ଗାଁ ନର୍ସରୀ ସ୍କୁଲ ଓ ସ୍ବୟଂ ସହାୟକ ଗୋଷ୍ଠୀରେ ପ୍ରଶିକ୍ଷକ ରୂପରେ କାମ କରୁଥିଲେ। ଯଦିଓ ପ୍ରଥମ ଥର ଟାଇଗର ରିଜର୍ଭରେ ପ୍ରବେଶ କରି ନାଆ ଉପରେ ଟୁରିଷ୍ଟ ଗାଇଡ ସହିତ ମହିଳା ଗାଇଡ ଯାତ୍ରା କରିବେ। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଅବସ୍ଥିତ ସୁନ୍ଦରବନ ପାଖାପାଖି ୧୦୦ ବାଘଙ୍କ ଘର। ଅନ୍ୟ ଜଙ୍ଗଲ ଜନ୍ତୁଙ୍କ ସହିତ ବାଘ ଓ କୁମ୍ଭୀର ଦେଖିବା ଲାଗି ପାଖାପାଖି ୧୦ ଲକ୍ଷ ପର୍ଯ୍ୟଟକ ଡେଲ୍ଟା ଯାତ୍ରା କରନ୍ତି। ଏଠାକୁ କେବଳ ଡଙ୍ଗାରେ ପହଞ୍ଚିପାରିବେ।