ବିଜେପିକୁ ଝଟକା: ଟିଏମସିରେ ଯୋଗଦେଲେ ବାବୁଲ୍ ସୁପ୍ରିୟୋ


ଟିଏମସିରେ ମିଶିବା ପରେ ଡେରେକ୍ ଓ ଅଭିଷେକଙ୍କ ସହ ବାବୁଲ୍
ବିଜେପି ପକ୍ଷରୁ କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ସୁନାମଧନ୍ୟ ଗାୟକ ବାବୁଲ୍ ସୁପ୍ରିୟୋ ଶେଷରେ ଦଳ ବଦଳାଇଛନ୍ତି। ପଶ୍ଚିମବଙ୍ଗରେ ଗତ ବିଧାନସଭା ପରେ ଟିଏମସିର କ୍ଷମତା ବଢ଼ିଚାଲିଥିବା ବେଳେ ବିଜେପି ଲୋକପ୍ରିୟତା ହ୍ରାସ ପାଉଥିବା ଲକ୍ଷ୍ୟ କରି ନିଜର ରାଜନୈତିକ କ୍ୟାରିୟରକୁ ବଞ୍ଚାଇବା ସକାଶେ ବାବୁଲ୍ ବିରୋଧୀ ଟିଏମସିରେ ଯୋଗ ଦେଇଛନ୍ତି। ଶନିବାର ଏଆଇଟିସି ଟ୍ବିଟର୍ ହ୍ୟାଣ୍ଡଲରେ ଟିଏମସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ  ବାନାର୍ଜୀ ଓ ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ଆସନସୋଲ୍ ସାଂସଦ ବାବୁଲ୍ ସୁପ୍ରିୟୋ ଟିଏମସି ପରିବାରରେ ସାମିଲ୍ ହୋଇଛନ୍ତି। ଦଳ ତାଙ୍କୁ ସ୍ବାଗତ କରୁଛି ବୋଲି ଉକ୍ତ ଟ୍ବିଟରରେ ଦର୍ଶାଇଛନ୍ତି। ବାବୁଲ୍ ଆସନସୋଲରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଉଭୟ ଥର ବିଜେପି ଟିକେଟରେ ସେ ଲୋକସଭା ଯାଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ବ ମଧ୍ୟ ଦେଇଥିଲେ। କିନ୍ତୁ ନିକଟରେ ମନ୍ତ୍ରିମଣ୍ଡଳରେ କେତେକ ପରିବର୍ତ୍ତନ କରାଯିବା ପରେ ବାବୁଲଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା।

ଗତ ବିଧାନସଭା ନିର୍ବାଚନରେ ବାବୁଲ୍ ଟଲିଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କୁ ଟିଏମସି ନେତା ତଥା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଅରୂପ ବିଶ୍ବାସଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ଗତ ସପ୍ତାହରେ ସେ ସାଂସଦ ପଦରୁ ଇସ୍ତଫା ଦେବା ସହ ରାଜନୀତିରୁ ଅବସର ନେବେ ବୋଲି ଟ୍ବିଟ୍ କରିଥିଲେ। କିନ୍ତୁ ନିଜର ନିଷ୍ପତ୍ତି ପରିବର୍ତ୍ତନ ନେଇ ବାବୁଲ୍ କହିଛନ୍ତି ଯେ ପାଖାପାଖି ୨ ମାସ ତଳେ ରାଜନୀତି ତ୍ୟାଗ କରିବାକୁ ଚାହୁଁଥିଲି। ଏନେଇ ବେଶ୍ ସିରିଅସ୍ ବି ଥିଲି। କିନ୍ତୁ ଟିଏମସି ପକ୍ଷରୁ ସୁଯୋଗ ମିଳିବା ପରେ ନିଷ୍ପତ୍ତି ବଦଳାଇବାକୁ ଉଚିତ ମଣିଲି। ଏଥିସହ ଟିଏମସିରେ ନେତାମାନଙ୍କ ସହ କାର୍ଯ୍ୟ କରିବା ପାଇଁ ସେ ବେଶ୍ ଉତ୍ସୁକ ବୋଲି ବାବୁଲ୍ କହିଛନ୍ତି। ପଶ୍ଚିମବଙ୍ଗ ଜନସାଧାରଣଙ୍କ ବିକାଶ ପାଇଁ ସେ କାର୍ଯ୍ୟ କରିବେ ବୋଲି ମଧ୍ୟ ବାବୁଲ୍ କହିଛନ୍ତି। ସୋମବାର ସେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ଜଣାଇଛନ୍ତି। ଏହି ଅବସରରେ ସେ ଅଭିଷେକ ଓ ମମତା ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କ ପ୍ରତି ଚିରଋଣୀ ରହିବେ ବୋଲି ମଧ୍ୟ ବାବୁଲ୍ କହିଛନ୍ତି। ସେହିପରି ବିଜେପି ଛାଡ଼ି ଟିଏମସିରେ ମିଶିବା ପରେ ଆସନସୋଲ ଆସନର କୌଣସି ଗୁରୁତ୍ବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।