ମିଳିଲା ଚିକୁନର ସନ୍ଧାନ: ପ୍ରେମ ପାଇଁ ନିଜେ ରଚିଥିଲା ନିଜର ଅପହରଣ ନାଟକ


ମଧ୍ୟ ପ୍ରଦେଶ ପୋଲିସ୍‌ ଦ୍ବାରା ଧରାପଡ଼ିଛି ଚିକୁନ୍‌
ପ୍ରେମ ପାଇଁ ନିଜେ ନିଜର ଅପହରଣ ନାଟକ ରଚନା କରିଥିଲା ସ୍ୱିଗି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ। ବିବାହିତ ଥାଇ ବି ପୁଣି ଥରେ ରୋମାନ୍ସରେ ମାତିଥିଲା। ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ନିଜର ଅପହରଣ ନାଟକ ରଚନା କରିଥିଲା। ଚିକୁନ ଓ ସମ୍ପୃକ୍ତ ଯୁବତୀଙ୍କ ସନ୍ଧାନ ମିଳିବା ପରେ ଏହି ଘଟଣା ଉପରୁ ପରଦା ଉଠିଛି। ଉଭୟଙ୍କୁ ମଧ୍ୟପ୍ରଦେଶରେ ରେଲ୍‌ୱେ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ଚିକୁନକୁ ଓଡ଼ିଶା ଅଣାଯିବ ବୋଲି ପୋଲିସ୍‌ ସୂଚନା ଦେଇଛି।

ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ଡେଲିଭରି ବଏ ଚିକୁନ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ସେଇଦିନ ସନ୍ଧ୍ୟାରେ ଫୁଡ୍ ଡେଲିଭରି କରିବାକୁ ଯାଇଥିବା ଚିକୁନ ରାତି ୧୦ଟା ୧୫ ମିନିଟ୍ ପରେ ନିଖୋଜ ଥିବା ଅଭିଯୋଗ ହୋଇଥିଲା। କିଛି ବ୍ୟକ୍ତି ତାଙ୍କୁ ସାମନ୍ତରାପୁର ଛକରେ ପିଛା କରୁଥିଲେ। ଏସମ୍ପର୍କରେ ସେ ସ୍ତ୍ରୀଙ୍କୁ ଜଣାଇଥିଲେ। ଗାଡ଼ି ଖରାପ ହୋଇଯାଇଥିବାରୁ ସେ ଆସି ପାରି ନ ଥିବା ବି ସ୍ତ୍ରୀଙ୍କୁ କହିଥିଲେ। ପରିବାର ଲୋକ ଓ ପୋଲିସ୍‌ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନ ଥିଲା। ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍‌, ଗଞ୍ଜି ଓ ଏକ ଛୁରି ମିଳିଥିଲା। ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କୁ କିଛି ନିଶାସକ୍ତ ଯୁବକ ଅପହରଣ କରି ନେଇଥିଲେ।

ଚିକୁନ ନିଖୋଜ ହେବାର ଦିନକ ପରେ ଅର୍ଥାତ୍‌ ୧୨ ତାରିଖ ଦିନ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଦପୁର ଗାଁର ଜଣେ ଯୁବତୀ ନିଖୋଜ ହୋଇ ଯାଇଥିଲେ। ଏନେଇ ଯୁବତୀଙ୍କ ବାପା ଗୋପ ଥାନାରେ ଅଭିଯୋଗ କରିଥିଲେ। ଚିକୁନ ଉକ୍ତ ଯୁବତୀଙ୍କ ପଡ଼ୋଶୀଙ୍କ ଘରକୁ ଯା’ଆସ ବେଳେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ଚିକୁନ ଅପହରଣ କରି ନେଇଥିବା ଉକ୍ତ ଯୁବତୀଙ୍କ ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଏହାସହ ଝିଅ ନିଖୋଜ ହେବା ନେଇ ଗୋପ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ସହ ଚିକୁନଙ୍କ ପ୍ରେମ ସମ୍ପର୍କ ଥିବାନେଇ ଯୁବତୀ ଜଣକ ତାଙ୍କ ସାଙ୍ଗଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ ପ୍ରମାଣ ମିଳିଛି। ପୋଲିସ୍‌ ଏହି ଚିଠି ଜବତ କରିଛି।

ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା ଚିକୁନ। ସିସିଟିଭି ଆଧାରରେ ପୋଲିସ୍‌ ଛାନଭିନ କରିବା ପରେ ନିଜ ଅପହରଣର ନାଟକ ନିଜେ ସ୍ୱିଗି ବୟ ରଚିଥିବା ପୋଲିସ ସନ୍ଦେହ କରିଥିଲା। ପରେ ତା ଫୋନକୁ ଟ୍ରାକ୍ କରି ପୋଲିସ୍‌ ସ୍ୱିଗିବୟଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା। ପତିତପାବନଙ୍କ ସହ ଯୁବତୀଙ୍କୁ ମଧ୍ୟ ଠାବ କରାଯାଇଛି। ଏବେ ପତିତପାବନକୁ ଆଣିବା ପାଇଁ ଏକ ଟିମ୍‌ ମଧ୍ୟ ପ୍ରଦେଶ ଯାଇଛି। ପତିତପାବନକୁ ପଚରା ଉଚାର ପରେ ଅପହରଣ ଘଟଣା ଉପରୁ ପରଦା ହଟିବ। ଏନେଇ ଭୁବନେଶ୍ବର ଡ଼ିସିପି ସୁଚନା ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।