ଡବଲ୍‌-ଇଞ୍ଜିନ୍‌ ସରକାରଙ୍କ ଡବଲ୍‌-ବେନିଫିଟ୍‌ର ଶ୍ରେଷ୍ଠ ଉଦାହରଣ ଉତ୍ତର ପ୍ରଦେଶ: ପ୍ରଧାନମନ୍ତ୍ରୀ


ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ବବିଦ୍ୟାଳୟ ଶୁଭାରମ୍ଭ ଅବସରରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଡବଲ୍‌-ଇଞ୍ଜିନ୍‌ ସରକାରଙ୍କ ଡବଲ୍‌-ବେନିଫିଟ୍‌ର (ଦ୍ବିଗୁଣ ଲାଭ) ଏକ ଜାଜ୍ଜ୍ବଲ୍ୟମାନ ଉଦାହରଣ ଉତ୍ତର ପ୍ରଦେଶ ହୋଇପାରିଛି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିଲ୍ଲୀରୁ ପ୍ରାୟ ୫୦ କିଲୋମିଟର ଦୂର ଅଲୀଗଡ଼ସ୍ଥିତ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ବବିଦ୍ୟାଳୟ ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଏକଦା ଦେଶ ବିକାଶରେ ବାଧକ ବୋଲି ବିଚାର କରାଯାଉଥିବା ଉତ୍ତର ପ୍ରଦେଶ ଆଜି ଦେଶର ସର୍ବବୃହତ୍‌ ବିକାଶ ଅଭିଯାନର ନେତୃତ୍ବ ନେଉଥିବା କଥା ମୋତେ ଖୁବ୍‌ ସନ୍ତୋଷ ପ୍ରଦାନ କରୁଛି।

କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରଙ୍କ କୃତ୍ବିତ୍ବ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଜାତୀୟ ଏବଂ ଅନ୍ତର୍ଜାତୀୟ ନିବେଶକମାନଙ୍କ ନିମନ୍ତେ ଉତ୍ତର ପ୍ରଦେଶ ଏକ ଅନୁକୂଳ ଲକ୍ଷ୍ୟସ୍ଥଳ ଭାବେ ଅଧିକରୁ ଅଧିକ ପ୍ରତିୟମାନ ହୋଇଚାଲିଛି। ସମୁଚ୍ଚିତ ବାତାବରଣ ସୃଷ୍ଟି ଏବଂ ଆବଶ୍ୟକ ସମ୍ବଳ ଯୋଗାଇ ଦେଲେ ଏହା ସମ୍ଭବ ହୁଏ। ଆଜି ଉତ୍ତର ପ୍ରଦେଶ ଡବଲ୍‌-ଇଞ୍ଜିନ୍‌ ସରକାରଙ୍କ ଡବଲ୍‌-ବେନିଫିଟ୍‌ର (ଦ୍ବିଗୁଣ ଲାଭ) ଏକ ଜାଜ୍ଜ୍ବଲ୍ୟମାନ ଉଦାହରଣ ହୋଇପାରିଛି।

ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ ଏବଂ ଜାଟ୍‌ ସମ୍ପ୍ରଦାୟ କୃଷକମାନଙ୍କ ପ୍ରତିବାଦର ନେତୃତ୍ବ ନେଉଥିବାରୁ ଏହି ବିଶ୍ବବିଦ୍ୟାଳୟର ନାମକରଣ ଜାଟ୍‌ ସମ୍ପ୍ରଦାୟର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରି ସେମାନଙ୍କ ନିକଟତର ହେବାକୁ ଏହା ଏକ ଉଦ୍ୟମ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।