ଶତ୍ରୁପକ୍ଷର ନାକ ତଳେ କାବୁଲରେ ହିଁ ରହୁଥିଲି: ତାଲିବାନ ମୁଖପାତ୍ର


ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ (ଫାଇଲ୍ ଫଟୋ)
ସେ କାବୁଲରେ ବାସ କରୁଥିଲେ। ସମସ୍ତଙ୍କ ଆଖି ଆଗରେ ଚଳପ୍ରଚଳ ହେଉଥିଲେ। ଆମେରିକା ଓ ଆଫଗାନିସ୍ତାନ ସୈନ୍ୟମାନେ ତାଙ୍କୁ ଧରିବାକୁ ବହୁବାର ଚଢ଼ାଉ କରିଛନ୍ତି। କିନ୍ତୁ ସବୁଧର ସେ ଖସିଯିବାରେ ସଫଳ ହୋଇଥିଲେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ। ଗତମାସରେ ତାଲିବାନ କାବୁଲ ଦଖଲ କରିବା ପରେ ପ୍ରାୟ ଏକ ଦଶନ୍ଧି ବ୍ୟବଧାନରେ ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ମୁଜାହିଦ କହିଛନ୍ତି, ତାଙ୍କ ଶତ୍ରୁପକ୍ଷର ନାକ ତଳେ ସେ କାବୁଲରେ ହିଁ ବାସ କରୁଥିଲେ।

ଦୀର୍ଘବର୍ଷ କାଳ ଲୁଚିଛପି ନିଜର କାର୍ଯ୍ୟକଳାପ ଜାରି ରଖିଥିବା ମୁଜାହିଦ ସ୍ୱୀକାର କରିଥିଲେ ଯେ ସେ ପାକିସ୍ତାନର ନୋସୋରାରେ ଥିବା ହକାନିଆ ସେମିନାରୀରେ ଶିକ୍ଷା ଲାଭ କରିଥିଲେ। ତାହାକୁ ଆନ୍ତର୍ଜାତିକ ମହଲରେ ତାଲିବାନ ବିଶ୍ୱବିଦ୍ୟାଳୟ ବା ଜିହାଦ ବିଶ୍ୱବିଦ୍ୟାଳୟ ଆଖ୍ୟା ଦିଆଯାଇଛି। ଆମେରିକା ଓ ଆଫଗାନ ସୈନ୍ୟମାନେ ଭାବିଥିଲେ ଯେ ସେ ଆଉ ନାହାନ୍ତି। ତଥାପି ସେମାନେ ବାରମ୍ବାର ତାଙ୍କୁ ଖୋଜିବାକୁ ଚଢ଼ାଉ କରିଥିଲେ। ଦ ଏକ୍ସପ୍ରେସ ଟ୍ରିବ୍ୟୁନକୁ ସାକ୍ଷାତକାର ଦେଇ ମୁଜାହିଦ କହିଛନ୍ତି, ସେମାନଙ୍କ ଚଢ଼ାଉରୁ ସେ ଅନେକ ଥର ଖସିଯାଇଛନ୍ତି। ସେ ସାରା ଆଫଗାନିସ୍ତାନରେ ଅବାଧରେ ଚଳପ୍ରଚଳ କରିଛନ୍ତି। କାବୁଲରେ ସେ ଦୀର୍ଘକାଳ ରହିଥିଲେ ଏବଂ ସମସ୍ତଙ୍କ ଆଖି ଆଗରେ ବାସ କରୁଥିଲେ।

ତାଲିବାନର ସମ୍ମୁଖଭାଗ ଯୋଦ୍ଧାଙ୍କ ସହିତ ମଧ୍ୟ ସେ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କୁ ତାଜା ସୂଚନା ପହଞ୍ଚାଉଥିଲେ। ଦୀର୍ଘବର୍ଷ ଲୁଚିଛପି ରହିଥିବାରୁ ଅନେକ ମନେ କରୁଥିଲେ ଯେ ତାଲିବାନର ହୁଏତ ଏକାଧିକ ମୁଖପାତ୍ର ଥାଇପାରନ୍ତି। ଆମେରିକା ସୈନ୍ୟମାନେ ଅନେକ ଥର ତାଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିଥିଲେ। ସମ୍ଭବତଃ ସେହି ଆଧାରରେ ସେମାନେ ଅନେକ ଥର ଚଢଉ କରିଥବଲେ, କିନ୍ତୁ ସବୁଥର ସେ ଖସି ଯାଇଥିଲେ। ମୁଜାହିଦ କହିଥିଲେ ଯେ ତାଙ୍କର ପୂର୍ବ ମୁଖପାତ୍ର ଗିରଫ ହେବାପରେ ସେ ତାଲିବାନର ମୁଖପାତ୍ର ହୋଇଥିଲେ। ତାଲିବାନର ପ୍ରତିଷ୍ଠାତା ମୁଲା ଓମାରଙ୍କୁ ସେ କେବେ ଦେଖିନଥିବା ମୁଜାହିଦ କହିଛନ୍ତି। ତେବେ ସେ ଶେଖ ମନସୁର ଓ ଶେଖ ହେବାତୁଲ୍ଲାଙ୍କ ସହିତ କାର୍ଯ୍ୟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।