ଚୀନ ସମ୍ପର୍କରେ ଅଛନ୍ତି କୋରୋନା ଲ୍ୟାବ୍ ଲିକ୍ ଥିଓରୀ ଅସ୍ବୀକାର କରିଥିବା ବୈଜ୍ଞାନିକ


ଉହାନ ଭୂତାଣୁତତ୍ତ୍ବ ପ୍ରତିଷ୍ଠାନ (ଫାଇଲ୍ ଫଟୋ)
କୋଭିଡ୍‌-୧୯ ମହାମାରୀ ଆତ୍ମପ୍ରକାଶ କରିବାର ଇତିମଧ୍ୟରେ ପ୍ରାୟ ଦୁଇବର୍ଷ ବିତିବାକୁ ବସିଲାଣି। ଚୀନ୍‌ର ଉହାନ ନଗରୀରୁ ବ୍ୟାପିଥିବା ଏହି ଭୂତାଣୁଙ୍କ ମୂଳ ଉତ୍ସ କେଉଁଠି, ସେ ପ୍ରଶ୍ନର ଏଯାଏ ସମାଧାନ ହୋଇପାରିଲା ନାହିଁ। ‌ତେବେ ଚୀନ୍ ଲାବୋରେଟୋରୀରୁ ଏହି ଭୂତାଣୁ ଲିକ୍ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ଏବଂ ଯାହାକୁ ପରେ ଖଣ୍ଡନ କରାଯାଇଥିଲା, ତା’ ସପକ୍ଷରେ କିଛି ସପ୍ତାହ ହେଲା ମତ ସୁଦୃଢ଼ ହେବାରେ ଲାଗିଛି।

ନିକଟରେ ଟେଲିଗ୍ରାଫ୍ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଲ୍ୟାବ୍ ଲିକ୍ ଥିଓରୀକୁ ଖଣ୍ଡନ କରି ଯେଉଁ ୨୭ ଜଣ ବୈଜ୍ଞାନିକ ଲାନ୍‌ସେଟ୍ ମେଡିକାଲ ଜର୍ନାଲରେ ଲେଖିଥିଲେ, ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କର ଚୀନ୍‌ର ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭା‌ଇରୋଲୋଜିର ଗବେଷକମାନଙ୍କ ସହ ଯୋଗସୂତ୍ର ଥିଲା ବା ଅଛି। ଫେବ୍ରୁଆରୀ ୨୦୨୦ରେ ଲାନ୍‌ସେଟ୍‌ରେ ଏକ ପତ୍ର ପ୍ରକାଶ ପାଇଲା ଯେ, କୋଭିଡ୍‌-୧୯ର ପ୍ରାକୃତିକ ଉତ୍ସ ନାହିଁ ବୋଲି କହୁଥିବା ଷଡ଼୍‌ଯନ୍ତ୍ର ତତ୍ତ୍ବକୁ ସେମାନେ ଦୃଢ଼ଭାବରେ ନିନ୍ଦା କରୁଛନ୍ତି। ଅନେକ ଦେଶର ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ କୋରୋନା ଭୂତାଣୁ ପ୍ରକୃତିରେ ହିଁ ବନ୍ୟଜନ୍ତୁ ବା ପକ୍ଷୀଠାରୁ ସୃଷ୍ଟି ହୋଇଛି। ଏହି ପତ୍ରର ଲେଖକମାନେ ସେମାନଙ୍କ ଉହାନ ସମ୍ପୃକ୍ତି ବିଷୟରେ ପ୍ରକାଶ କରି ନ ଥିଲେ। ଖୁବ୍‌ଶୀଘ୍ର ଜଣାପଡ଼ିଲା ଯେ ବ୍ରିଟିଶ ପ୍ରାଣୀବିଜ୍ଞାନୀ ପିଟର ଡାସଜାକ ହିଁ ଏହି ପତ୍ର ଲିଖନର ସୂତ୍ରଧର। ସେ ହେଉଛନ୍ତି ଆମେରିକା ଇକୋହେଲ୍‌ଥ ଆଲାଏନ୍ସର ଅଧ୍ୟକ୍ଷ, ଯେଉଁ ସଂସ୍ଥା ଉହାନ ଭୂତାଣୁତତ୍ତ୍ବ ପ୍ରତିଷ୍ଠାନରେ ପାଣ୍ଠି ବିନିଯୋଗ କରିଛି। ଗତବର୍ଷ ଜୁନ୍ ମାସରେ ଏହି ଜର୍ନାଲରେ ପିଟର ଡାସଜାକଙ୍କ ଉହାନ ସମ୍ପୃକ୍ତିକୁ ନେଇ ସ୍ପଷ୍ଟୀକରଣ ପ୍ରକାଶ ପାଇଲା ଯେ ତାଙ୍କର ସମ୍ପୃକ୍ତି ଅଛି ସତ କିନ୍ତୁ ଏହି ପତ୍ର ପ୍ରକାଶ ପାଇବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇ ନ ଥିଲା।

ଏବେ ଉହାନ ଲ୍ୟାବ୍ ଲିକ୍ ତତ୍ତ୍ବ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏହି ତତ୍ତ୍ବକୁ ଗ୍ରହଣ କରିଥିଲେ। ଆମେରିକାର ଏକ ଗୁଇନ୍ଦା ତଥ୍ୟ ଅନୁସାରେ ନଭେମ୍ବର ୨୦୧୯ରେ ଭୂତାଣୁ ଉହାନ ସହରର ବାହାର ଲୋକଙ୍କୁ ସଂକ୍ରମିତ କରିବା ପୂର୍ବରୁ ଉହାନ ବିଜ୍ଞାନାଗାରର ତିନିଜଣ ଗବେଷକଙ୍କୁ ସଂକ୍ରମଣ କରିଥିଲା। ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ ଲ୍ୟାବ୍ ଲିକ୍ ଥିଓରୀ ଉପରେ ତଦନ୍ତକୁ ବନ୍ଦ କରିଦେଇଥିଲେ। ତେବେ ଗତ ଜୁଲାଇରେ ବାଇଡେନ ପ୍ରଶାସନର କେତେଜଣ ବରିଷ୍ଠ ଅଫିସରଙ୍କର ଉକ୍ତ ଗୁଇନ୍ଦା ତଥ୍ୟ ଉପରେ ନଜର ପଡ଼ିଲା। ସେମାନେ ବିଶ୍ବାସ କରିବାକୁ ଆରମ୍ଭ କଲେ ଯେ ଭୂତାଣୁ ପ୍ରକୃତିରେ ସୃଷ୍ଟି ହୋଇପାରେ ଏବଂ ଉହାନ ଲ୍ୟାବ୍‌ରୁ ବି ଲିକ୍ ହୋଇପାରେ। ତେଣୁ ଲ୍ୟାବ୍ ଲିକ୍ ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼େଇ ଦିଆଯିବା ଅନୁଚିତ। ବାଇଡେନଙ୍କ ମୁଖ୍ୟ ମେଡିକାଲ ଉପ‌ଦେଷ୍ଟା ଆନ୍ଥୋନି ଫୌସି ସିନେଟ୍ କମିଟିକୁ ୧୧ ମେରେ କହିଥିଲେ ଯେ ଲ୍ୟାବ୍ ଲିକ୍ ସମ୍ଭାବନା ତ ନିଶ୍ଚୟ ଅଛି। ତେଣୁ ଏକ ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବା ଉଚିତ। ତା’ପରେ ନୂଆକରି ତଦନ୍ତ କରାଗଲା। କିନ୍ତୁ ଆମେରିକାର ଗୁପ୍ତଚର ସଂସ୍ଥା ଭୂତାଣୁଙ୍କ ଉତ୍ପତ୍ତି ନେଇ କୌଣସି ସ୍ପଷ୍ଟ ପ୍ରମାଣ ଦେଇପାରିଲେ ନାହିଁ। ତେବେ ଭୂତାଣୁଙ୍କ ଉତ୍ପତ୍ତି ନେଇ ଏକ ନୂଆ ରିପୋର୍ଟ ରାଷ୍ଟ୍ରପତିଙ୍କ ଟେବୁଲରେ ଏଇ ସପ୍ତାହରେ ଉପସ୍ଥାପିତ ହେବାକୁ ଯାଉଛି। ବାଇଡେନ ମେ ମାସରେ ତଦନ୍ତକାରୀ ଦଳକୁ ୯୦ ଦିନ ସମୟ ଦେଇଥିଲେ। ତେବେ ଏଇ ସପ୍ତାହରେ ସେମାନେ ଯେଉଁ ରିପୋର୍ଟ ଦେବେ, ତାହା ଉହାନ ଲ୍ୟାବ୍ ଲିକ୍ ଥିଓରୀକୁ ସମର୍ଥନ କରିବ ବୋଲି ଆଶା କରାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।