ପାକିସ୍ତାନର ଦ୍ୱେତ ଭୂମିକାକୁ ନେଇ ଆମେରିକା କ୍ଷୁବ୍ଧ


ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ (ଫାଇଲ ଫଟୋ)
ୱାଶିଂଟନ: ଆଫଗାନିସ୍ତାନ ପ୍ରସଙ୍ଗରେ ପାକିସ୍ତାନର ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ନେଇ ଆମେରିକା ପ୍ରଶାସନ କ୍ଷୁବ୍ଧ ହୋଇଛି। ପାକିସ୍ତାନ ପରୋକ୍ଷରେ ତାଲିବାନୀ ଆତଙ୍କବାଦୀଙ୍କୁ ସମର୍ଥନ କରି ଆମେରିକୀୟ ଲୋକଙ୍କ ଜୀବନହାନି ନେଇ କାର୍ଯ୍ୟ କରିଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେରିକୀୟ କଂଗ୍ରେସରେ ଏନେଇ ରିପବ୍ଲିକାନ ସଦସ୍ୟଙ୍କ ଉଦବେଗ ପରିପ୍ରେକ୍ଷୀରେ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ କହିଛନ୍ତି ଯେ ଆମକୁ ପାକିସ୍ତାନ ବାବଦରେ ନିଷ୍ପତ୍ତି ବଦଳାଇବାକୁ ସମୟ ଆସିଛି। ସରକାର ଏହାର ଉପରେ ବିଚାର ଆଲୋଚନା କରୁଛନ୍ତି। ପାକିସ୍ତାନ ତା’ର ଆତଙ୍କୀ କାର୍ଯ୍ୟକଳାପ ପରିହାର କରିବା ବଦଳରେ ଛଦ୍ମବେଶରେ କାର୍ଯ୍ୟ କରିବାର ପ୍ରମାଣ ମିଳିସାରିଛି। ତେଣୁ ଆଗକୁ ଆମର ପାକିସ୍ତାନ ନୀତିରେ ପରିବର୍ତ୍ତନ ନିଶ୍ଚିତ ବୋଲି ବ୍ଲିନକେନ ସଦସ୍ୟମାନଙ୍କୁ ଉଦବେଗକୁ ଦେଖି କଂଗ୍ରେସରେ ପ୍ରତିଶ୍ରୁତି ରଖିଛନ୍ତି।

ବିଶେଷକରି ଆମେରିକାରେ ଟାର୍ଗେଟରେ ଥିବା ହକ୍କାନୀ ନେଟୱାର୍କ ପ୍ରତି ପାକିସ୍ତାନ ସେନାର ସମର୍ଥନକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି। ଅନେକ ଆତଙ୍କୀ କାର୍ଯ୍ୟ ପାଇଁ କୁଖ୍ୟାତି ପାଇଥିବା ହକ୍କାନୀ ନେଟୱାର୍କର ଗତିବିଧି ଉପରେ ଆମେରିକା ନଜର ରଖିବା ସହ ପାକିସ୍ତାନ ଆଇଏସଆଇ ଓ ସେନା କିପରି ଭାବେ ଏହି ସଂଗଠନକୁ ଅର୍ଥ ସହ ତାଲିମ ଯୋଗାଇ ଦେଉଛି, ତାହା ଉପରେ ନଜର ରଖିଛନ୍ତି। କେବଳ ବିରୋଧୀ ରିପବ୍ଳିକାନ ସଦସ୍ୟ ନୁହନ୍ତି, ଶାସକ ଡେମୋକ୍ରାଟିକ ଦଳର ସଦସ୍ୟ ମାନେ ମଧ୍ୟ ପାକିସ୍ତାନର ଦ୍ୱେତ ଭୂମିକାକୁ ନେଇ ପ୍ରଶ୍ନ କରିବା ସହ ଇସଲାମାବାଦ ବିରୋଧରେ ତୁରନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।