ଏବେ ବିଅର ଗ୍ରିଲ୍ସଙ୍କ ସହ ରୋମାଞ୍ଚକ ଯାତ୍ରା କରିବେ ଅଜୟ


ବିଅର ଗ୍ରିଲ୍ସ ଓ ଅଜୟ ଦେବଗନ
ଲୋକପ୍ରିୟ ସର୍ଭାଇଭାଲ ସ୍କିଲ ଶୋ’ ’ଇନଟୁ ଦ ୱାଇଲ୍ଡ ଉଇଥ ବିଅର ଗ୍ରିଲ୍ସ’ରେ ଇତିମଧ୍ୟରେ ବଲିଉଡ ଷ୍ଟାର ଅକ୍ଷୟ କୁମାର, ରଜନୀକାନ୍ତ ନଜର ଆସିସାରିଛନ୍ତି। ଏବେ ଏହି ରୋମାଞ୍ଚକ ଯାତ୍ରାରେ ନିଜ ସାହସ ଦେଖାଇବାକୁ ଯାଉଛନ୍ତି ଆକ୍ସନ ଷ୍ଟାର ଅଜୟ ଦେବଗନ।

ଡିସକଭରି ଚ୍ୟାନେଲ ଅଜୟଙ୍କୁ ବିଅରଙ୍କ ଆଗାମୀ ଏପିସୋଡ ପାଇଁ ଚୟନ କରିଛି। ବିଅର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହାର ସୂଚନା ଦେଇଛନ୍ତି। ସେ ନାମ ଖୁଲାସା ନ କରି ଦୁଇଜଣ ବଲିଉଡ ଯୋଦ୍ଧା ଇନଟୁ ଦ ୱାଇଲ୍ଡରେ ତାଙ୍କ ସାଥ ଦେବେ ବୋଲି ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଅଜୟ ଦେବଗନ ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟଜଣକ ସମ୍ପର୍କରେ ଜଣାପଡ଼ି ନାହିଁ। ସେହିପରି ଅଜୟଙ୍କ ଫ୍ୟାନପେଜ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି।

ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଲେଖାଯାଇଛି ବିଅର ଗ୍ରିଲ୍ସଙ୍କ ସହ ଶୁଟିଂ କରିବା ଲାଗି ଅଜୟ ମାଳଦ୍ବୀପ ଯାଇଛନ୍ତି। ତେବେ ବାସ୍ତବରେ ଏହି ଶୋ’ର ଶୁଟିଂ ପାଇଁ ଅଜୟ ମାଳଦ୍ବୀପ ଯାଇଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। ବିଅରଙ୍କ ସହ ଏହି ଦୁଃସାହସିକ ଯାତ୍ରାରେ ଅଜୟଙ୍କୁ ଦେଖିବା ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଟ୍ରିଟରୁ କମ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।