ନାରୀ
ପ୍ରଜ୍ଞାଙ୍କୁ ରୋକି ପାରିଲାନି ପ୍ରତିବନ୍ଧକ, ହେଲେ ଆଇପିଏସ

ଆଇପିଏସ ପ୍ରଜ୍ଞା ଜୈନ
ଥରେ ମହିଳା କିଛି କରିବାକୁ ଦୃଢ଼ ନିଶ୍ଚିତ ହୋଇଗଲେ ସମସ୍ତ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଥାନ୍ତି। ଏପରି କିଛି କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଏକ ଛୋଟ ଗାଁ ବଡ଼ୌତର ଡା.ପ୍ରଜ୍ଞା ଜୈନ। ବାହାଘର ପରେ ବି ସେ କ୍ୟାରିଅରକୁ ପଛକୁ ଛାଡ଼ି ନ ଥିଲେ। ଏପରିକି ଗର୍ଭାବସ୍ଥା ସମୟରେ ବେଡରେଷ୍ଟରେ ଥାଇ ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ଓ ନିଜ ସ୍ବପ୍ନକୁ ସତ କରି ଦେଖାଇଛନ୍ତି।
ଜୀବନରେ ଏତେସବୁ ଅସୁବିଧା ଆସିବା ସତ୍ତ୍ବେ ପ୍ରଜ୍ଞା ନିଜ କ୍ୟାରିଅର ଛାଡ଼ି ନ ଥିଲେ। ୟୁପିଏସସି ପରୀକ୍ଷା ପାସ କରିବା ପରେ ସେ ପୋଲିସ ସେବାରେ ତାଲିମ ନେଇଥିଲେ। ଏହା ତାଙ୍କ ପାଇଁ ଏତେ ସହଜ ନ ଥିଲା। ତଥାପି ପ୍ରଜ୍ଞା ସାହସ ହରାଇ ନ ଥିଲେ। ସେ ସଫଳତାପୂର୍ବକ ତାଲିମ ଶେଷ କରି ପଞ୍ଜାବର ଆଇପିଏସ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି।
ହୋମିଓପାଥିକ ଡାକ୍ତରରୁ ଆଇପିଏସ ଅଧିକାରୀ
ପ୍ରଜ୍ଞା ପ୍ରଥମେ ଜଣେ ହୋମିଓପାଥିକ ଡାକ୍ତର ଥିଲେ ଓ ଦିନରେ ଅନେକ ଘଣ୍ଟା ନିଜ କ୍ଲିନିକରେ ରହୁଥିଲେ। ଘର ଓ ପରିବାରର ଦାୟିତ୍ବ ସମେତ ସେ ୟୁପିଏସସି ପରୀକ୍ଷା ଦେବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମ ଦୁଇଟି ପ୍ରଚେଷ୍ଟାରେ ସେ ଅସଫଳ ହୋଇଥିଲେ, କିନ୍ତୁ ତୃତୀୟ ପ୍ରୟାସରେ ସେ ସଫଳ ହେବା ସହିତ ପରୀକ୍ଷା କ୍ଲିଅର କରିଥିଲେ। ତେବେ ପ୍ରଜ୍ଞା ଏଥିପାଇଁ କୌଣସି କୋଚିଂ ନେଇ ନ ଥିଲେ। ନିଜ ଦମରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। କ୍ଲିନିକ ଓ ଘର କାମ ଶେଷ ହେବା ପରେ ଯେଉଁ ସମୟ ମିଳୁଥିଲା, ସେହି ସମୟରେ ସେ ୟୁପିଏସସି ପାଇଁ ପଢ଼ୁଥିଲେ।
ପରୀକ୍ଷା ପାସ କରିବା ପାଇଁ କୌଣସି ନିର୍ଦ୍ଦିୀଷ୍ଟ ନିୟମ ନ ଥାଏ
ପ୍ରଜ୍ଞା କହିଛନ୍ତି ଯେ ୟୁପିଏସସି ପାଇଁ ଯେତେ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବ, ସେତେ ଭଲ ବୋଲି ଅନେକ କହନ୍ତି। କିନ୍ତୁ ତାଙ୍କ କ୍ଷେତ୍ରରେ ଏହା ହୋଇ ନ ଥିଲା। କାରଣ ବହୁତ ପଛରେ ସେ ୟୁପିଏସସି ପାଇଁ ମନ ସ୍ଥିର କରିଥିଲେ। ମୋଟାମୋଟି ଭାବେ ପରୀକ୍ଷା ପାସ କରିବା ପାଇଁ କୌଣସି ନିର୍ଦ୍ଦିୀଷ୍ଟ ନିୟମ ନ ଥାଏ। ଆପଣ ଯେମିତି ଚାହିବେ, ସେମିତି ସବୁକିଛି କରିପାରିବେ ବୋଲି ପ୍ରଜ୍ଞା କହିଛନ୍ତି।
ୟୁପିଏସସି ଆଶାୟୀଙ୍କୁ ପରାମର୍ଶ
ୟୁପିଏସସି ପରୀକ୍ଷା ସମ୍ପର୍କରେ ପରାମର୍ଶ ଦେଇ ପ୍ରଜ୍ଞା କହନ୍ତି ଯେ କୋଚିଂ ନିଅନ୍ତୁ ବା ନ ନିଅନ୍ତୁ କିନ୍ତୁ ଟେଷ୍ଟ ସିରିଜ ନିହାତି ଭାବେ ଜଏନ କରନ୍ତୁ। ପେପରର ଅଭ୍ୟାସ ନ କରିବା ଯାଏ ମୁଖ୍ୟ ପରୀକ୍ଷା ଦେବା ସମୟରେ ପ୍ରଦର୍ଶନ ଭଲ ହେବ ନାହିଁ। ଏଥିସହିତ ସାକ୍ଷାତକାର ପାଇଁ ବେଶୀ କିଛି ନୁହେଁ, କିନ୍ତୁ କେତେକ ମକ ଟେଷ୍ଟ ନିହାତି ଦିଅନ୍ତୁ। ଏହାଦ୍ବାରା ମାହୋଲ ସହିତ ଆପଣ ପରିଚିତ ହୋଇପାରିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ