ସ୍ବର୍ଗଠାରୁ କମ ନୁହେଁ ତାଲିବାନ ହାତକୁ ଚାଲିଯାଇଥିବା ଆଫଗାନିସ୍ତାନ


ଆଫଗାନିସ୍ତାନରେ ଥିବା ବ୍ଲୁ ମସ୍କ
ଆଫଗାନିସ୍ତାନକୁ ତାଲିବାନ ଏବେ ପୂରା କବଜା କରିନେଇଛି। ଏପରିସ୍ଥଳେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ରକ୍ତପାତ, ଯୁଦ୍ଧର ଝଲକ ମନକୁ ଆସୁଛି। କିନ୍ତୁ ଜାଣିଛନ୍ତି କି ବିଶ୍ବରେ ସୁନ୍ଦର ଦେଶର ତାଲିକାରେ ଆଫଗାନିସ୍ତାନକୁ ଗଣାଯାଏ। ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ସ୍ମାରକ ଯେ କୌଣସି ବ୍ୟକ୍ତିଙ୍କ ମନକୁ ଆକର୍ଷିତ କରିବ। ଆଫଗାନିସ୍ତାନର କେତେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି।

ପାମିର ପର୍ବତ
ସେଣ୍ଟ୍ରାଲ ଏସିଆସ୍ଥିତ ପାମିର ପର୍ବତ ଆଫଗାନିସ୍ତାନର ଅତୀବ ମନୋରମ ସ୍ଥାନ। ପର୍ଯ୍ୟଟକଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ। ଏଠାକୁ ପ୍ରତ୍ୟେକ ବର୍ଷ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଦେଶ ବିଦେଶରୁ ଆସିଥାନ୍ତି।

ବନ୍ଦ-ଏ-ଆମୀର ଜାତୀୟ ଉଦ୍ୟାନ
ବନ୍ଦ-ଏ-ଆମୀର ଜାତୀୟ ଉଦ୍ୟାନରେ ପହଞ୍ଚିବା କିଛି ମାତ୍ରାରେ କଷ୍ଟକର। କିନ୍ତୁ ଆଫଗାନିସ୍ତାନର ସହର ବାମିୟାନ ଦେଇ ଏଠାରେ ସହଜରେ ପହଞ୍ଚିପାରିବେ। ଏଠାକୁ ଯିବା ଲାଗି ଗୁରୁବାର ମଧ୍ୟାହ୍ନ ଓ ଶୁକ୍ରବାର ସକାଳ, ସପ୍ତାହରେ ଦୁଇ ଦିନ ମିନି ଭ୍ୟାନର ସୁବିଧା ମିଳିଥାଏ।

ବାମିୟାନ ବୁଦ୍ଧ
ଏହା ଆଫଗାନିସ୍ତାନର ମଧ୍ୟ ଭାଗରେ ଥିବା ଏକ ସହର। ଏଠାରେ ଅଧିକ ସଂଖ୍ୟାରେ ବୌଦ୍ଧ ଧର୍ମାବଲମ୍ବୀ ରହିଥାନ୍ତି। ‘ବାମିୟାନ କେ ବୁଦ୍ଧ’ ଏକ ବହୁବିଧ ସଂସ୍କୃତିର ପେଣ୍ଠସ୍ଥଳୀ ଭାବେ ସାରା ବିଶ୍ବରେ ଲୋକପ୍ରିୟ। ଏଠାରେ ଭାରତୀୟ, ଚୀନୀ, ପାର୍ସୀ, ତୁର୍କୀ, ଗ୍ରୀକ ଆଦି ପରମ୍ପରାର ନିଆରା ସଙ୍ଗମ ଦେଖିବାକୁ ମିଳିଥାଏ।

ମୀନାର-ଏ-ଜାମ
ମୀନାର-ଏ-ଜାମ ଏକ ୬୫ ମିଟର ଉଚ୍ଚତା ବିଶିଷ୍ଟ ସ୍ତମ୍ବ। ଏହାକୁ ଦେଖି ସମସ୍ତେ ଚକିତ ହୋଇଯାଆନ୍ତି। ଏହି ସ୍ମାରକ ଘୁରିଦ ସାମ୍ରାଜ୍ୟର ଐତିହାସିକ କାଳରେ ତିଆରି ହୋଇଥିବା ଏକ ବହୁତ ସୁନ୍ଦର ଉଚ୍ଚ ମୀନାର ବୋଲି କୁହାଯାଏ। ଏହାକୁ ତିଆରି କରିବାରେ ବହୁତ ସୁନ୍ଦର କାରୁକାର୍ଯ୍ୟ କରାଯାଇଛି। ଏହା ଯାତ୍ରୀଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ଅଟେ।

ବାଗ-ଏ-ବାବର
ବାଗ-ଏ-ବାବର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅବସ୍ଥିତ ଏକ ସୁନ୍ଦର ବଗିଚା। ଏହାକୁ ମୋଗଲ ଶାସକ ବାବର ତିଆରି କରିଥିଲେ ବୋଲି କୁହାଯାଏ।

ବ୍ଲୁ ମସ୍କ
ବ୍ଲୁ ମସ୍କ ବା ନୀଳ ମସଜିଦ ଧାର୍ମିକ ସ୍ଥଳ ହେବା ସହିତ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର। ଏହି ମସଜିଦରେ ହଜରତ ଅଲୀଙ୍କ ଶରୀରକୁ କବର ଦିଆଯାଇଥିଲା। ଏହାକୁ ହଜରତ ଅଲୀ ମଜାରା ବୋଲି ବି କୁହାଯାଏ। ଏହି ମସଜିଦ ନୀଳ ରଙ୍ଗର ମାର୍ବଲରେ ତିଆରି ହୋଇଛି। ଏହା ଧଳା ପାରାଙ୍କ ବାସସ୍ଥାନ ହୋଇଥିବାରୁ ଏହି ପର୍ଯ୍ୟଟନସ୍ଥଳୀଟି ବହୁତ ସୁନ୍ଦର ଦେଖାଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।