ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରୂପାନୀ, କାରଣ ଅସ୍ପଷ୍ଟ


ବିଜୟ ରୂପାନୀ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶନିବାର ତାଙ୍କ ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ସେ ପଦରୁ ଇସ୍ତଫା ଦେଇଛନ୍ତି, ସେନେଇ କିଛି ବି ଜଣାପଡ଼ିନାହିଁ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରଦାରଧାମ ଭବନର ଲୋକାର୍ପଣ ଓ ସରଦାରଧାମ୍ ଫେଜ୍-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାପ୍ତ କରିବାର କେଇ ଘଣ୍ଟା ପରେ ରୂପାନୀ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଉକ୍ତ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ। ରୂପାନୀ ବିଜେପିର ଅନ୍ୟତମ ବରିଷ୍ଠ ନେତା ହୋଇଥିବା ବେଳେ ଗତ ୨୦୧୬ ଅଗଷ୍ଟରୁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଆସିଥିଲେ। ସେ ଗୁଜରାଟ ବିଧାନସଭାର ସଦସ୍ୟ ହୋଇଥିବା ବେଳେ ରାଜକୋଟ ପଶ୍ଚିମ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିଆସିଛନ୍ତି। ଗତ ଶୁକ୍ରବାର ରୂପାନୀୂ ମାଲଧାରି ସମ୍ପ୍ରଦାୟକୁ ଉଦବୋଧନ ଦେବା ଅବସରରେ ହିନ୍ଦୁ ନାବାଳିକାମାନଙ୍କୁ ଜୋର୍ ଜବରଦସ୍ତି ଧର୍ମ ପରିବର୍ତ୍ତନ ପୂର୍ବକ ବିବାହ କାର୍ଯ୍ୟରେ ସାମିଲ୍ ଥିବା ବ୍ୟକ୍ତିବିଶେଷମାନଙ୍କ ବିରୋଧରେ ତାଙ୍କ ସରକାର ବେଶ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଲଭ୍ ଜିହାଦକୁ କଦାପି ତାଙ୍କ ସରକାର ବରଦାସ୍ତ କରିବ ନାହିଁ। ଏହାଛଡ଼ା ରାଜ୍ୟରେ ଯେଉଁମାନେ ଗୋହତ୍ୟା ପରି ଅପରରାଧ ସହ ଜଡ଼ିତ ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ ବିଜେପି ସରକାର ଯଥେଷ୍ଟ କଠୋର ଆଭିମୁଖ୍ୟ ନେଇଥିବା ରୂପାନୀ କହିଥିଲେ।

ଶୁକ୍ରବାର ରାଇକା ଏଜୁକେଶନ୍ ଚାରିଟେବଲ୍ ଟ୍ରଷ୍ଟ କୋଠାର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ଅବସରରେ ରୂପାନୀ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ତେବେ ରୂପାନୀ ଇସ୍ତଫା ଦେବା ପଛରେ ଆସନ୍ତା ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏକ କାରଣ ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ଗତ ମାସରେ ରାଜ୍ୟ ବିଜେପି ଶାଖା ସଭାପତି ସିଆର୍ ପାଟିଲ୍ କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନ ଦଳ ରୂପାନୀଙ୍କ ନେତୃତ୍ବରେ ହିଁ ଲଢ଼ିବ। ସେ ରୂପାନୀ-ପଟେଲଙ୍କ ନେତୃତ୍ବାଧୀନ ସରକାର ରାଜ୍ୟରେ ଯଥେଷ୍ଟ ସଫଳତା ପାଇଥିବାରୁ ଉଭୟଙ୍କୁ ପାଟିଲ୍ ଧନ୍ୟବାଦ ମଧ୍ୟ ଦେଇଥିଲେ। ତେବେ ଚଳିତ ବର୍ଷ ରୂପାନୀ ଭଦୋଦରାଠାରେ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ ସମୟରେ ରୂପାନୀ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ। ୬୫ ବର୍ଷୀୟ ରୂପାନୀଙ୍କୁ ତୁରନ୍ତ ମଞ୍ଚ ଉପରେ ହିଁ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଓ ଏହାପରେ ହିଁ ସେ ମଞ୍ଚରୁ ଆପେ ଆପେ ତଳକୁ ଓହ୍ଲାଇ ଆସିପାରିଥିବା ଲକ୍ଷ୍ୟ କରାଯାଇଥିଲା। ରୂପାନୀ ମଧ୍ୟ ଉକ୍ତ ଘଟଣାର ପରଦିନ କୋଭିଡ୍ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରୂପାନୀ ଜଣେ ସାଧାରଣ କର୍ମୀ ପରି କାର୍ଯ୍ୟ କରିବେ ଓ ତାଙ୍କୁ ଦଳ ଯାହା ଦାୟିତ୍ବ ଦେବ, ତା’ ସେ ତୁଲାଇବେ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।