୨୪ ଘଣ୍ଟାରେ ୩୩ ହଜାର ୩୭୬ ନୂଆ ସଂକ୍ରମିତ, ମୃତ୍ୟୁସଂଖ୍ୟା ୩୦୮


କୋଭିଡ୍ ପରୀକ୍ଷା ପାଇଁ ଜଣେ ମହିଳାଙ୍କ ସ୍ବାବ୍ ଗ୍ରହଣ କରାଯାଉଛି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଶନିବାର ଦିନକ ଭିତରେ ଦେଶରେ ୩୪ ହଜାର ୯୭୩ ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଗତ ଗୁରୁବାର ଦିନକ ଭିତରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ତୁଳନାରେ ୪.୬ ପ୍ରତିଶତ କମ୍। ସେହିପରି ଦିନକ ଭିତରେ ୩୦୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଆହୁରି ଏବେ ଦେଶରେ ୩ ଲକ୍ଷ ୯୧ ହଜାର ୫୧୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯେଉଁମାନେ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖୟା ୮୭୦ କମିଥିବାରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇଛି। ଅନ୍ୟପକ୍ଷରେ ଭାରତରେ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୨ ହଜାର ୩୧୭ରେ ପହଞ୍ଚିଯାଇଛି। ଏହାଛଡ଼ା ଗତ ୨୪ ଘଣ୍ଟାରେ ୩୨ ହଜାର ୧୯୮ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଫଳସ୍ବରୂପ ଦେଶରେ ମୋଟ ୩ କୋଟି ୨୩ ଲକ୍ଷ ୭୪ ହଜାର ୪୯୭ ଜଣ ସଂକ୍ରମିତ କୋଭିଡ୍ ଭୂତାଣୁକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ଏହା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୯୭.୪୯ ପ୍ରତିଶତ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଆହୁରି ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୩୨ ଲକ୍ଷ ୮ ହଜାର ୩୩୦ ଜଣ ସଂକ୍ରମିତ ଏହି ଭୂତାଣୁ ଦ୍ବାରା ପ୍ରଭାବିତ ହୋଇସାରିଛନ୍ତି।

ଦେଶରେ ଗତ ୭୮ ଦିନ ହେଲା କ୍ରମାଗତ ଭାବେ ସାପ୍ତାହିକ ସଂକ୍ରମଣ ହାର ୩ ପ୍ରତିଶତ ତଳେ ଅର୍ଥାତ୍ ୨.୨୬ ପ୍ରତିଶତ ରହିଛି। ସେହିପରି ଦୈନିକ ସଂକ୍ରମଣ ହାର ୨.୧୦ ପ୍ରତିଶତ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୯୨ ହଜାର ୧୩୫ ଜଣଙ୍କ ନମୁନା ପରୀକ୍ଷା ହୋଇଥିବାରୁ ମୋଟ ସଂଖ୍ୟା ୫୪ କୋଟି ୧ ଲକ୍ଷ ୯୬ ହଜାର ୯୮୯ରେ ପହଞ୍ଚିଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ମଧ୍ୟରେ ପୂର୍ବପରି କେରଳ ଏକ ନମ୍ବରରେ ରହିଛି। ଏହି ରାଜ୍ୟରେ ଗତ ଦିନକ ଭିତରେ ୨୫ ହଜାର ୧୦ ଜଣ ନୂଆ ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ତାମିଲନାଡ଼ୁରେ ଦ୍ବିତୀୟ ସର୍ବାଧିକ ୧ ହଜାର ୬୩୧ ଜଣ, ଆନ୍ଧ୍ର ପ୍ରଦେଶରେ ୩ୟ ସର୍ବାଧିକ ୧ ହଜାର ୬୦୮ ଜଣ, କର୍ଣ୍ଣାଟକରେ ଚତୁର୍ଥ ସର୍ବାଧିକ ୯୬୭ ଜଣ ଓ ପଶ୍ଚିମବଙ୍ଗରେ ପଞ୍ଚମ ସର୍ବାଧଇକ ୭୫୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାର ଦିନକ ଭିତରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଉପରୋକ୍ତ ୫ଟି ରାଜ୍ୟର ଅବଦାନ ୯୦ ପ୍ରତିଶତ ରହିଥିବା ବେଳେ କେବଳ କେରଳରୁ ୭୪.୯୩ ପ୍ରତିଶତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଦିନକ ଭିତରେ କେରଳରେ ୧୭୭ ଜଣ ଓ ମହାରାଷ୍ଟ୍ରରେ ୪୪ ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ଆହୁରି ଗତ ୨୪ ଘଣ୍ଟାରେ ୬୫ ଲକ୍ଷ ୨୭ ହଜାର ୧୭୫ ଜଣଙ୍କୁ କୋଭିଡ୍ ଟିକା ଦିଆଯିବା ଫଳରେ ମୋଟ ସଂଖ୍ୟା ୭୩ କୋଟି ୫ ଲକ୍ଷ ୮୯ ହଜାର ୬୮୮ରେ ପହଞ୍ଚିଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।