ସ୍କ୍ରିନ ଟାଇମ କାରଣରୁ ପତି-ପତ୍ନୀଙ୍କ ସମ୍ପର୍କରେ ଆସୁଛି ଦୂରତା


ପ୍ରତୀକାତ୍ମକ ଫଟୋ
ଆଜିକାଲି ସମୟରେ ଗ୍ୟାଜେଟ ବିନା ଜୀବନ ଚିନ୍ତା କରିବା ଅସମ୍ଭବ। ମୋବାଇଲ, ଲ୍ୟାପଟପ ଓ ଟ୍ୟାବଲେଟ ଆଜିକାଲି ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି। କୋରୋନା ମହାମାରୀ ସମୟରେ ଏହାର ବ୍ୟବହାର ଅନେକ ଗୁଣା ବଢ଼ିଯାଇଛି। ଏହାବ୍ୟତୀତ ୱାର୍କ ଫ୍ରମ ହୋମ ଓ ଅନଲାଇନ କ୍ଲାସ ସବୁ କାମ ପାଇଁ ଅଧିକରୁ ଅଧିକ ଗ୍ୟାଜେଟ ବ୍ୟବହାର ହେଉଛି। ଏପରିସ୍ଥଳେ ଲୋକେ ସାମ୍ନାସାମ୍ନି କଥା ହେବା କମିଯାଇଛି। ସମସ୍ତେ ପରିବାରରେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ଏହାର ସିଧାସଳଖ ପ୍ରଭାବ ସମ୍ପର୍କ ଉପରେ ପଡ଼ୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ରାତିରେ ବିଳମ୍ବରେ ଶୋଇବା, ସକାଳୁ ବିଳମ୍ବରେ ଉଠିବା ଓ ନିଜ କାମରେ ବ୍ୟସ୍ତ ରହିବା ଯୋଗୁ ସମ୍ପର୍କ ଫିକା ପଡ଼ିବାରେ ଲାଗିଛି। କୋରୋନା ମହାମାରୀ ହେବା ପାଖାପାଖି ଦୁଇ ବର୍ଷ ହୋଇଗଲାଣି। ପରିସ୍ଥିତି କେବେ ସ୍ବାଭାବିକ ହେବ ତାହା ବି ଜଣା ନାହିଁ। ଏପରିସ୍ଥଳେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ। ଅଧିକ ସମୟ ସ୍କ୍ରିନ ସହ ବିତାଇବା ଯୋଗୁ ପତିପତ୍ନୀଙ୍କ ସମ୍ପର୍କରେ ସମସ୍ୟା ହେଉଛି। ଯଦି ସ୍କ୍ରିନ ଟାଇମ ପାଇଁ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି, ତେବେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ।

ଠିକ ସମୟରେ କରନ୍ତୁ କାମ
ଯେ କୌଣସି କାମ କରିବାର ଏକ ନିର୍ଦ୍ଧାରିତ ସମୟ ରହିଥାଏ। ସକାଳୁ ଠିକ ସମୟରେ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ସମୟ ଫିକ୍ସ ହୋଇଥାଏ। ଯଦି ଆପଣ ଟାଇମଟେବଲ ଠିକ ଭାବେ ଅନୁସରଣ କରୁଛନ୍ତି, ତେବେ ପାର୍ଟନରଙ୍କ ପାଇଁ ସମୟ ବାହାର କରିପାରିବେ। ନିଜ କାମ କିମ୍ବା ଅନଲାଇନ କ୍ଲାସର ଏକ ସମୟ ସ୍ଥିର କରନ୍ତୁ। ଏହା ଆପଣଙ୍କ ରୁଟିନକୁ ଠିକ କରିବାରେ ସାହାଯ୍ୟ କରିବ।

ପରିବାର ଲୋକଙ୍କ ସହ ଖାଆନ୍ତୁ
ଜୀବନରେ ଯେତେ ବ୍ୟସ୍ତ ରହିଲେ ବି ଦିନରେ ଥରେ ପରିବାର ଲୋକ କିମ୍ବା ପାର୍ଟନରଙ୍କ ସହିତ ଭୋଜନ କରିବାକୁ ଚେଷ୍ଟା କରନ୍ତୁ। ଏହି ମୁହୂର୍ତ୍ତ ଜୀବନର ସବୁଠାରୁ ମୂଲ୍ୟବାନ ସମୟ। ଯେଉଁଠି ପରିବାର ଲୋକ ନିଜ ସୁଖ ଦୁଃଖ ବାଣ୍ଟିଥାନ୍ତି। ଅନେକ ସ୍ମୃତି ଏକାଠି ତିଆରି ହୋଇଥାଏ। ଏଥିସହିତ ଖାଇବା ସମୟରେ ଗ୍ୟାଜେଟ ଠାରୁ ଦୂରେଇ ରହନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।