ଆଫଗାନିସ୍ତାନକୁ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ


ପ୍ରତୀକାତ୍ମକ ଫଟୋ
ବିଶ୍ୱ ବ୍ୟାଙ୍କ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଇଛି। ଆଫଗାନର ସ୍ଥିତି ଖରାପ ଥିବାରୁ ବିଶ୍ୱବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ବିଶେଷକରି ବିଶ୍ବବ୍ୟାଙ୍କ ସହାୟତା ସାଧାରଣତଃ ଲୋକଙ୍କ ଅଭାବ ଦୂର କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ଜରିଆରେ ବ୍ୟବହାର କରାଯାଇଥାଏ। ମାତ୍ର ବର୍ତ୍ତମାନର ତାଲିବାନ ଶାସନ ବ୍ୟବସ୍ଥା ଏହାର ଦୂରୁପଯୋଗ କରି ନିଜ ସଂଗଠନକୁ ମଜଭୁତ କରିବା ପାଇଁ ଲଗାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବିଶ୍ବ ବ୍ୟାଙ୍କ ମଧ୍ୟ ୱେଟ ଆଣ୍ଡ ୱାଚ ନୀତି ଆପଣାଇ ଅନୁଦାନ ବନ୍ଦ ହେଲା ବୋଲି ଘୋଷଣା କରିଛି।

ପୂର୍ବରୁ ଆମେରିକା ଓ ଆଇଏମଏଫ ମଧ୍ୟ ଆଫଗାନିସ୍ତାନର ସମସ୍ତ ସମ୍ପତ୍ତି ବ୍ୟବହାର ଉପରେ ରୋକ ଲଗାଇଥିଲେ। ଅନ୍ୟପକ୍ଷରେ ସାରା ବିଶ୍ୱ ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଲିବାନର କାର୍ଯ୍ୟକଳାପ ଦେଖିବା ପରେ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ତା’ ଉପରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି। ବିଶ୍ବ ବ୍ୟାଙ୍କ ଟଙ୍କା ଲୋକଙ୍କ ବିରୋଧରେ ଆତଙ୍କୀ କାର୍ଯ୍ୟ ପାଇଁ ବ୍ୟବହାର ନ ହେଉ ଏହା ବିଶ୍ବବ୍ୟାଙ୍କର ପ୍ରମୁଖ ନୀତି ମଧ୍ୟରୁ ଗୋଟିଏ। କେବଳ ଆଫଗାନିସ୍ତାନ କ୍ଷେତ୍ରରେ ଅନ୍ୟ ଦେଶରେ ଅରାଜକତା ବେଳେ ବି ବିଶ୍ବ ବ୍ୟାଙ୍କ ଏପରି ପଦକ୍ଷେପ ନେବାର ନଜିର ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।