ୟୁରୋପ ବୁଲିବାକୁ ଯୋଜନା କରୁଥିଲେ କୋଭିଡ ନିୟମ ଜାଣନ୍ତୁ


ପ୍ରତୀକାତ୍ମକ ଫଟୋ
ବିଶ୍ବର ଅନେକ ସ୍ଥାନରେ କୋଭିଡ ସଂକ୍ରମଣ କମିବା ପରେ କଟକଣା କୋହଳ କରାଯାଇଛି। ଫଳରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ବାଟ ଖୋଲିଛି। କେତେକ ଦେଶରେ ମହମାରୀ ସମ୍ପନ୍ଧୀୟ ନିମୟରେ ଢିଲା ଦିଆଯାଉଥିବାବେଳେ ଅପରପକ୍ଷେ ଡେଲଟା ଭ୍ୟାରିଆଣ୍ଟ ବଢ଼ିବା କାରଣରୁ ଅନ୍ୟ ନିୟମକୁ ପୁଣି ଶକ୍ତ କରାଯାଉଛି। ୟୁରୋପରେ ଭ୍ରମଣ କରିବାକୁ ଚାହୁଥିବା ଲୋକଙ୍କ ପାଇଁ ୟୁରୋପୀୟ ସଂଘ କେତେକ ନିୟମ ଲାଗୁ କରିଛି। ଏପରିସ୍ଥଳେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ, ଗ୍ରୀସ ଓ ଡେନମାର୍କ ଭଳି ୟୁରୋପୀୟ ଦେଶ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଏହି ନିୟମ ଜାଣନ୍ତୁ।

୧ ଜୁଲାଇରୁ ୟୁରୋପୀୟ ସଂଘର ସଦସ୍ୟ ଦେଶ ଦ୍ବାରା ସଂଯୁକ୍ତ ରୂପରେ ଚୟନ କରାଯାଇଥିବା ଅନ୍ୟ ଦେଶ ପାଇଁ ଯାତ୍ରା ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା। ୟୁରୋପରେ ପୁଣିଥରେ ପର୍ଯ୍ୟଟନ ବଢ଼ିବାରେ ଲାଗିଛି। ଡିଜିଟାଲ କୋଭିଡ ପ୍ରମାଣପତ୍ରର ସୂଚନା ସହିତ ୟୁରୋପୀୟ ସଂଘ ୱେବସାଇଟରୁ ଏହାର ସୂଚନା ପାଇପାରିବେ। ୟୁରୋପୀୟ ସଂଘ ଟ୍ରାଫିକ ଲାଇଟ ସିଷ୍ଟମ ଆରମ୍ଭ କରିଛି।

ଜର୍ମାନୀ
ଜର୍ମାନୀ ଆସୁଥିବା ବ୍ୟକ୍ତିଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଜର୍ମାନୀରେ କେତେକ ସୁରକ୍ଷା ସାବଧାନତା ସାମାନ୍ୟ ରୂପରେ ଲାଗୁ ହୋଇଥାଏ। ସ୍ବଚ୍ଛତା ନିୟମ ପାଳନ, ଅନ୍ୟ ଠାରୁ ଅତିକମରେ ୫ ଫୁଟ ଦୂରରେ ରହିବା, ସର୍ଜିକାଲ ଫେସମାସ୍କ ପିନ୍ଧିବା, ସାର୍ବଜନୀନ ପରିବହନ ଓ ପବ୍ଲିକ ଏରିଆରୁ ଦୂରେଇ ରହିବା ଆସି ନିୟମ ପାଳନ କରିବାକୁ ପଡ଼ିବ।

ଫ୍ରାନ୍ସ
କୋଭିଡ ଟିକା ନେଇସାରିଥିଲେ ଆପଣ ଫ୍ରାନ୍ସରେ ପ୍ରବେଶ କରିପାରିବେ। ତେବେ ଟିକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏଣ୍ଟ୍ରି ଫର୍ମରେ କୋଭିଡର କୌଣସି ଲକ୍ଷଣ ନ ଥିବା ପୂରଣ କରିବାକୁ ପଡ଼ିବ। ଘର ଭିତରେ କିମ୍ବା ସାର୍ବଜନୀନ ପରିବହନରେ ଯାତ୍ରା ସମୟରେ ପାଟି ଓ ନାକ ଘୋଡ଼େଇ ରଖିବା ବାଧ୍ୟତାମୂଳକ ରହିଛି।

ଇଟାଲୀ
ଗତ ୧୪ ଦିନ ଭିତରେ ବ୍ରାଜିଲ, ଭାରତ, ବାଂଲାଦେଶ, ଶ୍ରୀଲଙ୍କାରେ ରହିଥିବା ଲୋକଙ୍କ ପାଇଁ ଇଟାଲୀରେ ପ୍ରବେଶ ନିଷେଧ ରହିଛି। ଅତିକମରେ ଭ୍ୟାକ୍ସିନର ଗୋଟିଏ ଡୋଜ ନେଇଥିବା ଲୋକେ ଇନଡୋର ରେସ୍ତୋରାଁ, ବାର, ଖେଳ ଆୟୋଜନ, ସଂଗ୍ରହାଳୟ, ଥିଏଟର, ସୁଇମିଂପୁଲ, ଜିମ, ସ୍ପା, ପର୍ବପର୍ବାଣି, ମେଳା, ଓ ମନୋରଞ୍ଜନ ପାର୍କକୁ ଯିବାକୁ ଅନୁମତି ଦିଆଯାଇଛି।

ସ୍ପେନ
ସ୍ପେନରେ ଅଧିକାଂଶ କଟକଣା ହଟାଇ ଦିଆଯାଇଛି। କିନ୍ତୁ ଆଞ୍ଚଳିକ ନିୟମ ଏବେ ବି ରହିଛି। ପୂରା ଦେଶରେ ସାର୍ବଜନୀନ ସ୍ଥାନ ଓ ପରିବହନରେ ମାସ୍କ ପିନ୍ଧିବା ଜରୁରୀ। ୧.୫ ମିଟର ଯାଏ ସାମାଜିକ ଦୂରତା ରଖିବା ବି ଦରକାର।

ଗ୍ରୀସ
ଗ୍ରୀସରେ ପ୍ରବେଶ କରିବାକୁ ଚାହୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ଏକ ଡିଜିଟାଲ ଯାତ୍ରୀ ଲୋକେଟର ଫର୍ମ ପୂରଣ କରିବାକୁ ପଡ଼ିବ। ଗ୍ରୀକ ସରକାର ଅଧିକାଂଶ ମହାମାରୀ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। କିନ୍ତୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି ନିୟମ ପାଳନ ନ କରୁଥିବା ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡ଼ିପାରେ।

ଡେନମାର୍କ
ଡେନମାକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ବିମାବନ୍ଦର ଓ ସାର୍ବଜନୀନ ପରିବହନରେ ନିୟମ ପାଳନ କରିବାକୁ ହେବ। କାଫେ, ରେସ୍ତୋରାଁ, ବାର, ପବ ଆଦି ୨ଟା ଯାଏ ଖୋଲିବା ଅନୁମତି ରହିଛି। ଏଠାରେ ଏଣ୍ଟ୍ରି କରିବା ପୂର୍ବରୁ ଟିକାକରଣ ସାଟିର୍ଫିକେଟ ଜମା କରିବାକୁ ପଡ଼ିବ। ଏହାବ୍ୟତୀତ ଅଷ୍ଟ୍ରିୟା, କ୍ରୋଏସିଆ, ନେଦରଲ୍ୟାଣ୍ଡସ, ପର୍ତ୍ତୁଗାଲ, ସ୍ବିଜରଲ୍ୟାଣ୍ଡରେ ବୁଲିବା ପୂର୍ବରୁ ଆପଣଙ୍କୁ ଟିକାକରଣ ପ୍ରମାଣ ଦେବାକୁ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।