ନାରୀ
ପାକିସ୍ତାନରେ ପ୍ରଥମ: ଆୟଶା ମଲିକ ହେବେ ପ୍ରଥମ ମହିଳା ମୁଖ୍ୟ ବିଚାରପତି

ଜଷ୍ଟିସ ଆୟଶା ମଲ୍ଲିକ
ପାକିସ୍ତାନ ଏଭଳି ଏକ ଦେଶ ଯେଉଁଠି ମହିଳାମାନଙ୍କୁ ବୁର୍ଖାରେ ରହିବାକୁ ପଡ଼ିଥାଏ। ଏହି ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ବିଚାରପତି ଆୟଶା ମଲିକ ପାକିସ୍ତାନର ପ୍ରଥମ ମହିଳା ମୁଖ୍ୟ ବିଚାରପତି ପଦରେ ନିଯୁକ୍ତ ହେବାକୁ ଯାଉଛନ୍ତି। କାରଣ ପାକିସ୍ତାନର ମୁଖ୍ୟ ବିଚାରପତି ମୁଶିର ଆଲମ ୧୭ ଅଗଷ୍ଟରେ ଅବସର ନେଇଛନ୍ତି। ଆଉ ସେ ଆୟଶାଙ୍କ ପଦୋନ୍ନତି ପାଇଁ ସୁପାରିସ କରିଥିଲେ।
ଆୟଶା ମଲିକ କିଏ
ଲାହୋର ହାଇକୋର୍ଟର ବିଚାରପତି ତଥା ବରିଷ୍ଠତା ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ଆୟଶା। ଆୟଶା ୧୯୯୭ରୁ ୨୦୦୧ ଯାଏ କରାଚୀରେ ଫଖୁରୁଦ୍ଦିନ ଇବ୍ରାହିମଙ୍କୁ ସହାୟତା କରି ନିଜ ଆଇନଜୀବୀ କ୍ୟାରିଅର ଆରମ୍ଭ କରିଥିଲେ। ସେ ଲାହୋରରେ ପାକିସ୍ତାନ କଲେଜ ଅଫ ଲ’ରେ ଆଇନ ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ସେ ହାର୍ଭାର୍ଡ ସ୍କୁଲରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ମାର୍ଚ୍ଚ ୨୦୧୨ରେ ଆୟଶା ଲାହୋର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେ ତାଙ୍କ ପ୍ରାଥମିକ ଶିକ୍ଷା ପ୍ୟାରିସ ଓ ନ୍ୟୁୟର୍କ ସ୍କୁଲରେ ପୂରା କରିଛନ୍ତି।
ବର୍ଷ ୨୦୧୯ରେ ବିଚାରପତି ଆୟଶା ଲାହୋରରେ ମହିଳା ବିଚାରପତିଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ସମିତିର ଅଧ୍ୟକ୍ଷ ହୋଇଥିଲେ। ଏହି ସମିତି ସେହିବର୍ଷ ଜିଲ୍ଲା ଅଦାଲତରେ ଓକିଲମାନଙ୍କ ଦ୍ବାରା ମହିଳା ବିଚାରପତିଙ୍କ ପ୍ରତି ହେଉଥିବା ଗୁଣ୍ଡାଗର୍ଦ୍ଦି ବିରୋଧରେ ଗଠନ ହୋଇଥିଲା। ଏହାବ୍ୟତୀତ ଆୟଶା ମହିଳାଙ୍କ ପାଇଁ ସମାନତା ଓ ନ୍ୟାୟ ମାଧ୍ୟମରେ ମହିଳା ସଶକ୍ତିକରଣ ଅଭିଯାନ, ଦ ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ୱିମେନ ଜଜ (ଆଇଏଡବ୍ଲୁଜେ)ର ବି ସଦସ୍ୟ ଅଛନ୍ତି।
ଶୁଣାଇ ସାରିଛନ୍ତି ଐତିହାସିକ ନିଷ୍ପତ୍ତି
ଚଳିତ ବର୍ଷ ଜାନୁଆରୀ ମାସରେ ଆୟଶା ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। ଯୌନ ଉତ୍ପୀଡ଼ନ ପୀଡ଼ିତାଙ୍କର ଟୁ-ଫିଙ୍ଗର ଓ ହାଇମନ ଟେଷ୍ଟକୁ ସେ ବେଆଇନ ଏବଂ ପାକିସ୍ତାନ ସମ୍ବିଧାନ ବିରୋଧୀ ବୋଲି ଘୋଷିତ କରିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ