ବର୍ବରତାର ସୀମା ଲଂଘିଲା ତାଲିବାନ: ସଂଖ୍ୟାଲଘୁ ହଜାରା ସମ୍ପ୍ରଦାୟକୁ ଟାର୍ଗେଟ


ପ୍ରତୀକାତ୍ମକ ଫଟୋ
ମାନବିକ ଅଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଏକ ରିପୋର୍ଟରେ ଆଫଗାନିସ୍ତାନରେ ସିଆ ହଜାରା ସମ୍ପ୍ରଦାୟଙ୍କ ଉପରେ ତାଲିବାନ ଆତଙ୍କବାଦୀମାନେ ନରସଂହାର କରୁଥିବା ଦର୍ଶାଇଛି। ଆମନେଷ୍ଟିର ସୂଚନା ଅନୁଯାୟୀ ଗଜନୀ ଅଞ୍ଚଳରେ ହଜାରା ସମ୍ପ୍ରଦାୟର ଲୋକଙ୍କୁ ଖୋଜି ଖୋଜି ହତ୍ୟା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଜୁଲାଇ ଆରମ୍ଭରୁ ଚାଲିଛି ଏଭଳି ନରସଂହାର। ରବିବାର କାବୁଲକୁ କବଜା କରିନେବା ପରେ ତାଲିବାନୀମାନେ ମୁଖା ପିନ୍ଧି ନିଜର ଦୁଇଟି ରୂପ ଦେଖାଇଛନ୍ତି। ରକ୍ତପିପାସୁ ତାଲିବାନୀମାନେ ଗୋଟିଏ ପଟେ ବୁର୍ଖା ପିନ୍ଧି ନ ଥିବା ମହିଳାଙ୍କୁ ହତ୍ୟା କରିବା ସହିତ ଅପରପକ୍ଷେ ନାରୀ ସ୍ବାଧୀନତା କଥା କହିଛି। ତେଣେ ଚୀନ କହୁଛି ଯେ ତାଲିବାନୀମାନଙ୍କର ନିର୍ଦ୍ଦିଷ୍ଟ ଏକ ସ୍ପଷ୍ଟ ବିଚାରଧାରା ଓ ଦୃଷ୍ଟିଭଙ୍ଗୀ ଅଛି। ସେମାନେ ନାରୀଙ୍କ ପାଇଁ ନ୍ୟାୟ କରିବେ। ଗଜନୀରେ ତାଲିବାନ ରକ୍ତର ହୋରି ଖେଳୁଥିବା ବେଳେ ଚୀନର ସ୍ବର ସହିତ ସ୍ବର ମିଳାଇ ପାକିସ୍ତାନ ମଧ୍ୟ ତାଲିବାନୀ ହିଂସା ଆଧାରରେ ଆଫଗାନିସ୍ତାନ ବିଜୟକୁ ସ୍ବାଧୀନତାର ଆଖ୍ୟା ଦେଇଛି। ହଜାରା ସିଆ ମୁସଲମାନଙ୍କୁ ମାନନ୍ତି। ସୁନ୍ନି ବହୁଳ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସିଆମାନେ ବର୍ଷ ବର୍ଷ ଧରି ଶୋଷଣର ଶିକାର ହୋଇଆସୁଛନ୍ତି। ଆମନେଷ୍ଟି କହିଛି ଯେ ଗଜନୀର ମାଲିସ୍ଥାନ ଅଞ୍ଚଳରେ ଏହି ସମ୍ପ୍ରଦାୟର ୯ ହଜାର ପୁରୁଷମାନଙ୍କୁ ତାଲିବାନୀମାନେ ହତ୍ୟା କରିଛନ୍ତି।

ଛଟପଟ କରି ମାରିଛନ୍ତି
ଗ୍ରାମବାସୀଙ୍କ କହିବାନୁଯାୟୀ ଜୁଲାଇ ପ୍ରଥମ ସପ୍ତାହରେ ଏଠାରେ ଦେଖିବାକୁ ମିଳିଥିଲା ନରସଂହାରର ଏକ ବୀଭତ୍ସ ଦୃଶ୍ୟ। ସରକାରୀ ଶକ୍ତି ଓ ତାଲିବାନ ମଧ୍ୟରେ ଭୀଷଣ ଲଢ଼େଇ ହେବା ପରେ ଗ୍ରାମବାସୀ ଡରରେ ଜଙ୍ଗଲମୁହାଁ ହୋଇଥିଲେ। କିଛି ଘଣ୍ଟା ପରେ ଖାଦ୍ୟପେୟ ସାମଗ୍ରୀ ନେବାକୁ ଫେରି ଦେଖନ୍ତି ତ ସେମାନଙ୍କ ଘର ସବୁ ଲୁଟ କରି ନିଆଯାଇଛି। ଏ ହେଉଛି ମୁନ୍ଦରଠୁ ଗାଁର ଘଟଣା। ପାହାଡ଼ରୁ ଗାଁକୁ ଫେରୁଥିବା ପୁରୁଷମାନଙ୍କୁ ଘେରିଯାଇ ସେମାନଙ୍କ ଦେହରୁ ଚମଡ଼ାକୁ ଉତାରି ଦିଆଯାଇଥିଲା। ଆଉ କେତେକ ଲୋକଙ୍କୁ ଖଣ୍ଡ ଖଣ୍ଡ କରି କାଟି ପକାଇବା ସହିତ ମୁଣ୍ଡକୁ ଗୁଳିକରି ହତ୍ୟା କରାଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ ଯେ ଏହି ଲୋକମାନେ ସେମାନଙ୍କୁ କାହିଁକି ହତ୍ୟା କରାଯାଉଛି ବୋଲି ପଚାରିବା ପରେ ତାଲିବାନୀ କହିଥିଲେ, ଯେତେବେଳେ ଯୁଦ୍ଧ ହୁଏ ସେତେବେଳେ ଏମିତି ହତ୍ୟା କରାଯାଏ। ସେତେବେଳେ ଦେଖାଯାଏନି କାହା ହାତରେ ବନ୍ଧୁକ ଅଛି ଆଉ କାହା ହାତରେ ନାହିଁ। ଆମନେଷ୍ଟିର ମହାସଚିବ ଏଗ୍ନେସ କେଲାମାର୍ଡଙ୍କ କହିବା କଥା ଏସବୁ ତାଲିବାନୀଙ୍କ ବର୍ବରତାର ବଡ଼ ପ୍ରମାଣ। ଆଗକୁ ଆଗକୁ ତାଲିବାନ ଶାସନରେ କ’ଣ ସବୁ ଘଟିବ, ତାହା ଗଜନୀର ହଜାରା ସମ୍ପ୍ରଦାୟଙ୍କ ଗଣହତ୍ୟା ଘଟଣାରୁ ପରିଷ୍କାର ସାମ୍ନାକୁ ଆସିଛି। ତାଲିବାନୀଙ୍କ ନିୟନ୍ତ୍ରଣରେ ଥିବା ବହୁତ ଅଞ୍ଚଳରେ ମୋବାଇଲ ନେଟୱାର୍କ ନାହିଁ। ତେଣୁ ଏଭଳି ହତ୍ୟାକାଣ୍ଡ ସର୍ବସାଧାରଣଙ୍କ ନଜରକୁ ଅଣାଯାଇ ପାରୁନାହିଁ।

ତଦନ୍ତ ଦାବି କଲା ଆମନେଷ୍ଟି
ଆମନେଷ୍ଟି ପକ୍ଷରୁ ଏହି ଘଟଣାକୁ ନେଇ ଜାତିସଂଘର ଦୃଷ୍ଟି ଆକର୍ଷଣ କରାଯାଇଛି। ଲୋକଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛି ଏହି ସଂଗଠନ। ୨୦୦୧ରେ ଆମେରିକା ତାଲିବାନକୁ କ୍ଷମତାରୁ ହଟାଇ ଦେଇଥିଲା। ସେହି ସମୟରେ ତାଲିବାନର ନିଷ୍ଠୁର ଶାସନ ବିଶ୍ବ ଦେଖିଛି। ସେମାନେ ମହିଳା ଓ ସଂଖ୍ୟାଲଘୁ ମାନଙ୍କ ଅଧିକାରକୁ ଖୋଲା ଉଲ୍ଲଂଘନ କରିଥିଲେ। ଏବେ ଆଫଗାନିସ୍ତାନର କ୍ଷମତାକୁ ବନ୍ଧୁକ ମୁନରେ ଦଖଲ କରି ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତଙ୍କ ସ୍ବାର୍ଥ ଏବଂ ଲାଭ ତଥା ଅଧିକାରର ସୁରକ୍ଷା କରାଯିବ ବୋଲି ନୂଆ ରୂପେ ନିଜ ପ୍ରତିଶ୍ରୁତି  ଦେଇଛି ତାଲିବାନ। କିନ୍ତୁ କ୍ଷମତା ଦଖଲର ୫ ଦିନ ଭିତରେ ଘର ଘର ବୁଲି ତାଲିବାନୀମାନେ ଆମେରିକୀୟ ସେନା ଓ ନାଟୋ ସେନା ସହତ ହାତ ମିଳାଇଥିବା ଲୋକଙ୍କୁ ଗୁଳିକରି ହତ୍ୟା କରୁଛନ୍ତି।

ତାଲିବାନ କିଏ, କ’ଣ ଚାହୁଁଛନ୍ତି?
୨୦୦୧ରେ ତାଲିବାନୀମାନଙ୍କୁ କ୍ଷମତାରୁ ତଡ଼ି ଦେଇଥିଲା ଆମେରିକା। ସେଦିନ ଠାରୁ ସେମାନେ ନିଜକୁ ଅଧିକ ସଶକ୍ତ କରିଛନ୍ତି। ଦୁଇ ଦଶନ୍ଧି ପରେ ଆମେରିକା ୧୧ ସେପ୍ଟେମ୍ବର ୨୦୨୧ରେ ଆମେରିକା ମୁତୟନ କରିଥିବା ନିଜର ସମସ୍ତ ସେନା ପ୍ରତ୍ୟାହାର କରିଥିଲା। ତା’ ପରଠୁ ତାଲିବାନୀମାନେ ନିଜର ଶକ୍ତି ବଢ଼ାଇବାରେ ଲାଗିଥିଲେ। କିଛି ସପ୍ତାହ ଭିତରେ କାବୁଲକୁ କବଜା କରିନେଇଥିଲେ। ନବେ ଦଶକରେ ସୋଭିଏତ ସଂଘ ଆଫଗାନିସ୍ତାନରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବା ପରେ ସୃଷ୍ଟି ହୋଇଥିଲା ତାଲିବାନ। ସେମାନେ କଠୋର ସୁନ୍ନି ସମ୍ପ୍ରଦାୟର ଓ ପ୍ରତ୍ୟେକ କାମକୁ ଧର୍ମୀୟ ଦୃଷ୍ଟିକୋଣରୁ ଦେଖୁଥିଲେ। ତାଲିବାନର ସୂତ୍ରଧରମାନେ ପାକିସ୍ତାନର ମଦ୍ରସାରୁ ସୃଷ୍ଟି ହୋଇଥିଲେ। ଓସାମା ବିନ ଲାଡେନକୁ ସୁରକ୍ଷା ଦେଇ ତାଲିବାନୀମାନେ ବିଶ୍ବ ନଜରକୁ ଆସିଥିଲେ। ପାକିସ୍ତାନ ଆରମ୍ଭରୁ ତାଲିବାନୀଙ୍କ ସପକ୍ଷରେ ରହିଆସିଛି।

ଇସଲାମୀୟ ଆଇନ ବ୍ୟବସ୍ଥା ଶରିଆ କୋରାନ ଏବଂ ବିଦ୍ବାନମାନଙ୍କ ନିଷ୍ପତ୍ତି ଅର୍ଥାତ ଫତୱାର ସମ୍ମିଶ୍ରଣରେ କରାଯାଇଛି। ଶରିଆର ଶବ୍ଦଗତ ଅର୍ଥ ହେଉଛି ଦଳର ଏକ ସ୍ପଷ୍ଟ ଏବଂ ବ୍ୟବସ୍ଥିତ ରାସ୍ତା। ଏହା ଜୀବନର ରାସ୍ତା ବୋଲି ତାଲିବାନୀ କହୁଛି। କିନ୍ତୁ ଜଣେ ମୁସଲମାନ ଯଦି ନିଜ ଧର୍ମ ଛାଡ଼େ, ତେବେ ତାକୁ ହତ୍ୟା ଦଣ୍ଡ ଦେବା ପାଇଁ ଏହି ଆଇନ କହିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।