ଫୋର୍ବସର ସବୁଠୁ ଧନୀ ସେଲ୍ଫମେଡ ଆମେରିକୀୟ ମହିଳା ତାଲିକାରେ ୫ ଭାରତୀୟ


ଫୋର୍ବସ ତାଲିକାରେ ରହିଥିବା ୫ ଶ୍ରେଷ୍ଠ ଭାରତୀୟ ମହିଳା ଇନ୍ଦ୍ରା ନୁୟି, ରେଶମା ଶେଟ୍ଟି, ନେହା ନରଖେଡେ, ଜୟଶ୍ରୀ ଉଲ୍ଲାଲ, ନୀରଜା ସେଠୀ
ବିଶ୍ବର ପ୍ରସିଦ୍ଧ ଫୋର୍ବସ ମାଗାଜିନର ଶ୍ରେଷ୍ଠ ୧୦୦ ସେଲ୍ଫମେଡ ଆମେରିକୀୟ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ୫ ଜଣ ମହିଳାଙ୍କ ନାମ ରହିଛି, ଯେଉଁମାନେ ନିଜ ଦମରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିରେ ପେପସିକୋର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଇନ୍ଦ୍ରା ନୁୟି, ନୀରଜା ସେଠୀ, ସିଣ୍ଟେଲର ସହପ୍ରତିଷ୍ଠାତା, ନେହା ନାରଖେଡେ, କନଫ୍ଲୁଏଣ୍ଟର ସହପ୍ରତିଷ୍ଠାତା ଜୟଶ୍ରୀ ଉଲ୍ଲାଲଙ୍କ ସମେତ ୫ ଜଣ ମହିଳାଙ୍କ ନାମ ରହିଛି।

ସୂଚନାଯୋଗ୍ୟ ଯେ ଡାଏନ ହେଣ୍ଡ୍ରିକ୍ସ ୧୧ ବିଲିଅନ ଡଲାର ମୂଲ୍ୟର ମୋଟ ସମ୍ପତ୍ତି ସହିତ ଫୋର୍ବସର ସବୁଠାରୁ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ସେହିପରି ୬.୫ ବିଲିଅନ ଡଲାର ମୂଲ୍ୟର ମୋଟ ସମ୍ପତ୍ତି ସହ ଜୁଡି ଫେଲ୍କନର ଦ୍ବିତୀୟ ଓ ୬.୩ ବିଲିଅନ ଡଲାର ସହ ମେଗ ହ୍ବିଟମ୍ୟାନ ତୃତୀୟ ସ୍ଥାନରେ ରହିଛନ୍ତି। ଚାଲନ୍ତୁ ଜାଣିବା ଏହି ତାଲିକାରେ ଥିବା ୫ ଭାରତୀୟ ବଂଶୋଦ୍ଭବ ଭାରତୀୟ ମହିଳାଙ୍କ ସମ୍ପର୍କରେ।

ଇନ୍ଦ୍ରା ନୁୟି
୨୯୦ ମିଲିଅନ ଡଲାର ମୂଲ୍ୟର ମୋଟ ସମ୍ପତ୍ତି ସହ ନୁୟି ଫୋର୍ବସ ତାଲିକାର ୯୧ ତମ ସ୍ଥାନରେ ରହିଛନ୍ତି। ସେ ପେପସିକୋରେ ୧୨ ବର୍ଷରୁ ଅଧିକ ସମୟ ବିତାଇଛନ୍ତି। ଭାରତ ଜନ୍ମିତ ନୁୟି ଆମେରିକାରେ ହିଁ ନିଜ ପାଠପଢ଼ା ଶେଷ କରିଛନ୍ତି। ନୁୟି ୟେଲରେ ଏମବିଏ କରିଛନ୍ତି। ସେ ୨୦୧୯ରେ ଆମାଜନର ବୋର୍ଡରେ ସଦସ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଜୟଶ୍ରୀ ଉଲ୍ଲାଲ
ଜୟଶ୍ରୀ ଉଲ୍ଲାଲଙ୍କ ଜନ୍ମ ଲଣ୍ଡନରେ ଓ ଲାଳନପାଳନ ଭାରତର ଦିଲ୍ଲୀରେ ହୋଇଥିଲା। ଆରିଷ୍ଟା ନେଟୱର୍କସର ଅଧ୍ୟକ୍ଷ ତଥା ସିଇଓ ଜୟଶ୍ରୀ ଉଲ୍ଲାଲ ଫୋର୍ବସ ତାଲିକାର ୧୬ତମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧.୭ ବିଲିଅନ ଡଲାର। ଉଲ୍ଲାଲଙ୍କ ପାଖରେ କମ୍ପ୍ୟୁଟର ନେଟୱାର୍କିଂ ଫାର୍ମ ଆରିଷ୍ଟା ନେଟୱାର୍କସର ୫ ପ୍ରତିଶତ ଶେୟାର ରହିଛି। ଏବେ ସେ କାଲିଫର୍ଣ୍ଣିଆରେ ନିଜ ପତି ବିଜୟ ଉଲ୍ଲାଲ ଓ ଦୁଇ ଝିଅଙ୍କ ସହ ରହୁଛନ୍ତି।

ନୀରଜା ସେଠୀ
ନୀରଜା ଏକ ବିଲିଅନ ଡଲାର ସମ୍ପତ୍ତି ସହ ତାଲିକାରେ ୨୬ତମ ସ୍ଥାନରେ ରହିଛନ୍ତି। ସେ ତାଙ୍କ ପତି ଭରତ ଦେଶାଇଙ୍କ ସହ ଟ୍ରାଏ, ମିଶିଗନରେ ନିଜ ଆପାର୍ଟମେଣ୍ଟରେ ଆଉଟସୋର୍ସିଂ ଫାର୍ମ ସିଣ୍ଟେଲର ସହପ୍ରତିଷ୍ଠା କରିଥିଲେ। ସେଠୀଙ୍କୁ ନିଜ ଭାଗିଦାରି ପାଇଁ ଅନୁମାନିକ ୫୧୦ ମିଲିଅନ ଡଲାର ପ୍ରାପ୍ତ ହୋଇଥିଲା, ଯେତେବେଳେ ଫ୍ରାନ୍ସିସି ଆଇଟି ଫାର୍ମ ଏଟୋସ ଏସଇ ଅକ୍ଟୋବର ୨୦୧୮ରେ ସିଣ୍ଟେଲକୁ ୩.୪ ବିଲିଅନ ଡଲାରରେ କିଣିଥିଲା।

ନେହା ନରଖେଡେ
ନେହା ନରଖେଡେ ୯୨୫ ମିଲଅନ ଡଲାର ସମ୍ପତ୍ତି ସହିତ ଏହି ତାଲିକାର ୨୯ତମ ସ୍ଥାନରେ ରହିଛନ୍ତି। ନରଖେଡେ କ୍ଲାଉଡ କମ୍ପାନୀ କନଫ୍ଲୁଏଣ୍ଟର ସହପ୍ରତିଷ୍ଠାତା ଓ ମୁଖ୍ୟ ପ୍ରାଦ୍ୟୋଗିକ ଅଧିକାରୀ। ସେ ପୁଣେ ବିଶ୍ବ ବିଦ୍ୟାଳୟରେ ଇଞ୍ଜିନିଅରିଂରେ ସ୍ନାତକ ପାଠ୍ୟକ୍ରମ କରିଥିଲେ। ଜର୍ଜିଆ ଟେକରେ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ପଢ଼ିଥିଲେ। ନାରଖେଡେଙ୍କ ପରିବାର ପାଖରେ କମ୍ପାନୀର ୮ ପ୍ରତିଶତ ରହିଛି। ଯାହା ଜୁନ ୨୦୨୧ରେ ୯.୧ ବିଲିଅନ ଡଲାର ମୂଲ୍ୟାଙ୍କନରେ ସାର୍ବଜନୀନ ହୋଇଥିଲା।

ରେଶମା ଶେଟ୍ଟୀ
ରେଶମା ଶେଟ୍ଟୀ ଫୋର୍ବସ ତାଲିକାରେ ୩୯ତମ ସ୍ଥାନରେ ରହିଛନ୍ତି। ଟେକନୋଲୋଜି କମ୍ପାନୀ ଗିଙ୍ଗକୋ ବାୟୋକର୍ସର ସହପ୍ରତିଷ୍ଠା କରିଥିଲେ। ଏହା ନୂଆ ଜୀବଙ୍କ ସର୍ଚ୍ଚ ଓ ତିଆରି କରିବା ପ୍ରକ୍ରିୟାକୁ ତେଜ କରିବା ଲାଗି ଡାଟା ଆନାଲିଟିକ୍ସ ଓ ରୋବୋଟିକ୍ସର ଉପଯୋଗ କରିଥାଏ। ଏହାର ମୂଲ୍ୟ ୭୫୦ ମିଲିଅନ ଡଲାର। ସେ ତାଙ୍କ ପତି ବ୍ୟାରି କ୍ୟାଣ୍ଟନଙ୍କ ସହ ମିଶି ଗିଙ୍ଗକୋ ପ୍ରତିଷ୍ଠା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।