ମହିଳାମାନଙ୍କ ଉଦ୍ୟମକୁ ସଲାମ: ପାହାଡ଼ର ଛାତି ଚିରି ଦୂର କଲେ ପାଣି ସମସ୍ୟା


ମହିଳାମାନଙ୍କ ପ୍ରୟାସରେ ପାଣି ସଂରକ୍ଷଣ କରାଯାଉଛି
ବୁନ୍ଦେଲଖଣ୍ଡରେ ପାଣି ପାଇଁ ମହିଳାମାନେ କଠିନ ପରିଶ୍ରମ କରି ପାହାଡ଼ କାଟି ପାଣି ବାହାର କରି ଦେଇଛନ୍ତି। କୁହାଯାଉଛି, ୨୦୦ ମହିଳା ମିଶି ପାହାଡ଼କୁ କାଟି ନିଜ ଗାଁକୁ ପାଣି ସମସ୍ୟା ଦୂର କରିଛନ୍ତି। ଏହି ଅଭିଯାନ ପାଇଁ ମହିଳାମାନଙ୍କୁ ୧୯ ବର୍ଷୀୟା ଯୁବତୀ ବବିତା ରାଜପୁତ ପ୍ରେରିତ କରିଛନ୍ତି। ତାଙ୍କ ନେତୃତ୍ବରେ ଏହି ଅସମ୍ଭବ କାମ ସମ୍ଭବ ହୋଇଛି। ଏହି କାହାଣୀ ଛତରପୁର ଜିଲ୍ଲାର ବଡ଼ ମଲହରାସ୍ଥିତ ଅଙ୍ଗରେଠା ଗାଁର ମହିଳାମାନଙ୍କର। ଏଠାରେ ଦିନେ ପାଣି ସଙ୍କଟ ହେଉଥିଲା। ଏଠାରେ ଗୋଟିଏ ପଟେ ପାହାଡ଼ ଓ ଅନ୍ୟପଟେ ନଦୀ ଓ ଗୋଟିଏ ଛୋଟ ପୋଖରୀ ରହିଛି। ନଦୀର ପାଣି ଶୁଖିଗଲେ ପୋଖରୀ ପାଣି ଉପରେ ଲୋକେ ନିର୍ଭର କରିଥାନ୍ତି। ମେ’ ଜୁନ ବେଳକୁ ପାଣି ସଙ୍କଟ ବଢ଼ି ଯାଉଥିଲା। ଏଠାରେ ରହୁଥିବା ବବିତା ନାମକ ଜଣେ ଯୁବତୀ ମହିଳାମାନଙ୍କୁ ପାହାଡ଼ କାଟି ନଦୀର ପାଣିକୁ କାଟି ପୋଖରୀରେ ମହଜୁଦ କରି ଏହି ପାଣିକୁ ବ୍ୟବହାର କରିବାକୁ ଯୋଜନା କରିଥିଲେ। ସମସ୍ତ ମହିଳା ଏଥିପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଯୋଜନା ମୁତାବକ ଗାଁର ୨୦୦ ଜଣ ମହିଳାଙ୍କ ସାହାଯ୍ୟରେ ବବିତା ୧୦୭ ମିଟର ଲମ୍ବାର ଖାଇ ଖୋଳି ପାହାଡ଼କୁ କାଟିଥିଲେ। ଏହାଫଳରେ ଗାଁ ଲୋକଙ୍କ ପାଣି ସଙ୍କଟରୁ ମୁକ୍ତି ମିଳି ଯାଇଛି। ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ବବିତା ଓ ପରିଶ୍ରମୀ ମହିଳାମାନଙ୍କ ପ୍ରଶଂସା କେବଳ ଗାଁ ଲୋକ ନୁହନ୍ତି, ବରଂ ପୂରା ଅଞ୍ଚଳ ଲୋକେ କରୁଛନ୍ତି।

ଗାଁର ଜଣେ ଚାଷୀ ରାମରତନ ରାଜପୁତଙ୍କ କହିବାନୁସାରେ ୨୦୨୦ରେ ତାଙ୍କ ଗାଁରେ କେବଳ ଦୁଇ ଥର ବର୍ଷା ହୋଇଥିଲା। କିନ୍ତୁ ଏତେ କମ ବର୍ଷା ସତ୍ତ୍ବେ ୧୦ଟି କୂଅ ଓ ୫ଟି ନଳକୂଅ ଶୁଖିଲା ନାହିଁ। ପାଖାପାଖି ୧୨ ଏକର ଜମିକୁ ପର୍ଯ୍ୟାପ୍ତ ପାଣି ମିଳୁଛି। ବବିତାଙ୍କ କହିବାନୁସାରେ ବର୍ଷ ୨୦୧୮ ଯାଏ ତାଙ୍କ ଗାଁରେ ବହୁତ ପାଣି ସଙ୍କଟ ହେଉଥିଲା। ବର୍ଷ ବର୍ଷ ଧରି ଗାଁ ଲୋକେ ପାଣି ସମସ୍ୟା ସହିତ ଲଢ଼ୁଥିଲେ। ତେଣୁ ସେ ବର୍ଷାପାଣିକୁ ରୋକିବାକୁ ଏକ ରାସ୍ତାରୁ ପୋଖରୀ ଯାଏ ପାଣି ଆଣିବାକୁ ଯୋଜନା ଉପରେ କାମ କରିଥିଲେ। ଏହାପରେ ସେ ବନ ବିଭାଗରୁ ଅନୁମତି ନେଇ ବେଶ ପରିଶ୍ରମ କରିବାକୁ ପଡ଼ିଥିଲା। ଲୋକଙ୍କୁ ଏକାଠି କରି ଜଳ ସଂରକ୍ଷଣ ପାଇଁ ଅନ୍ୟମାନଙ୍କୁ ସଚେତନ କରାଇବାରେ ପରମାର୍ଥ ସମାଜସେବୀ ସଂସ୍ଥାର ବଡ଼ ଭୂମିକା ଅବଲମ୍ବନ କରିଥିଲେ। ସାମୂହିକ ପ୍ରୟାସ ଫଳରେ ପାହାଡ଼ କଟାଯାଇଥିଲା। ଏକ ଖାଇ ଜରିଆରେ ନଦୀକୁ ପୋଖରୀ ସହିତ ଯୋଡ଼ି ଦିଆଯାଇଥିଲା।

ଗାଁ ଲୋକଙ୍କ କହିବାନୁସାରେ ପୋଖରୀର ଖାଲି ଅଂଶରେ କେତେକ ଚାଷୀ ଚାଷ କାମ କରିବା ଆରମ୍ଭ କରିଥିଲେ। ନିଜ ଲାଭ ପାଇଁ ସୀମିତ ଜଳ ସଂଶୋଧନ ଉପଯୋଗ କରିଥିଲେ। ଯଦି ବର୍ଷା ପାଣି ପୋଖରୀରେ ଭରିଯାଏ, ତେବେ ଉକ୍ତ ଚାଷୀମାନେ ଜମି ହରାଇଦେବେ, ତେଣୁ ସେମାନେ ପାଣି ସଂରକ୍ଷଣ ପାଇଁ ହେଉଥିବା ଯେକୌଣସି ବିକାଶକୁ ବିରୋଧ କରୁଥିଲେ। ଏହା ସତ୍ତ୍ବେ ସେମାନଙ୍କ ପ୍ରୟାସ ସଫଳ ହୋଇଥିଲା। ମହିଳାଙ୍କ ଦ୍ବାରା ପାହାଡ଼ କଟାଯିବା ଘଟଣା ଅଞ୍ଚଳରେ ବେଶ ଚର୍ଚ୍ଚା ପାଲଟିଥିଲା। ତେବେ ଜଣେ ଅଧିକାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି ଯେ ପାହାଡ଼ କଟା ଯାଇଛି, ନଦୀ ପାଣିକୁ ପୋଖରୀ ଯାଏ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି। କିନ୍ତୁ ମହିଳାମାନେ ପାହାଡ଼ କାଟିବା କଥା ପୂରା ସତ ନୁହେଁ। ଜେସିବି ମେସିନ ଓ ଡିନାମାଇଟ ଜରିଆରେ ପାହାଡ଼ କଟା ଯାଇଥିଲା। ମହିଳାମାନେ କେବଳ ମାଟି ଖୋଳିବାରେ ସାହାଯ୍ୟ କରିଥିଲେ ବୋଲି ସେ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।