ଏଠାରେ ଫଟୋ କ୍ଲିକ କରିବା ମନା


ସିଷ୍ଟାଇନ ଚାପେଲ ଓ ଭ୍ୟାଲି ଅଫ ଦ କିଙ୍ଗସ
ଲୋକେ ଭ୍ରମଣ କରିବାକୁ ଗଲାବେଳେ ଏହି ସମୟକୁ ସ୍ମୃତିରେ ସଜାଇ ରଖିବା ଲାଗି ପ୍ରଥମେ କ୍ୟାମେରା ବାହାର କରି ଫଟୋ କ୍ଲିକ କରିଥାନ୍ତି। ଆଜିକାଲି ସ୍ମାର୍ଟଫୋନରେ ଥିବା କ୍ୟାମେରା ଏହି କାମକୁ ଆହୁରି ସୁବିଧାଜନକ କରିଦେଇଛି। ତେବେ ଏପରି କେତେକ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠି ଫଟୋ କ୍ଲିକ କରିବାକୁ ଟଙ୍କା ଦେବାକୁ ପଡ଼ିଥାଏ ତ ଆଉ କେତେକ ସ୍ଥାନରେ ଫଟୋ କ୍ଲିକ କରିବା ପୂରା ବ୍ୟାନ କରାଯାଇଛି। ଚାଲନ୍ତୁ ଜାଣିବା ବିଶ୍ବର ଏପରି କେତେକ ସ୍ଥାନ ସମ୍ପର୍କରେ।

ଗୋଲ୍ଡେନ ଗାଇ
ଗୋଲ୍ଡେନ ଗାଇ ଜାପାନରେ ଅବସ୍ଥିତ। ଏଠାରେ ପାଖାପାଖି ୩୦୦ଟି ବାର ଓ ରେସ୍ତୋରାଁ ରହିଛି। ପୁରୁଣା ଜାପାନର ଝଲକ ଦେଖିବା ଲାଗି ଏହା ସବୁଠାରୁ ଉତ୍ତମ ସ୍ଥାନ। ଟ୍ରାଡିସନାଲ ଟୋକିଓ ନାଇଟ ବିତାଇବା ପାଇଁ ଏହା ସର୍ବୋତ୍ତମ। କିନ୍ତୁ ଏଠାରେ ଆପଣ ଫଟୋ କ୍ଲିକ କରିପାରିବେ ନାହିଁ।

ଉଲୁରୁ-କାତା ତୁତା ନ୍ୟାସନାଲ ପାର୍କ
ଏହି ଜାତୀୟ ଉଦ୍ୟାନ ଅଷ୍ଟ୍ରେଲିଆରେ ଅବସ୍ଥିତ। ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଏହା ଅନ୍ୟତମ। କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଏଠାରେ ଥିବା ଆୟେରର୍ସ ରକର ଫଟୋ କ୍ଲିକ କରିବାକୁ ବାରଣ କରାଯାଇଛି।

ଜ୍ବେଲ ହାଉସ
ଇଂଲଣ୍ଡରେ ଥିବା ଜ୍ବେଲ ହାଉସର ଫଟୋ କ୍ଲିକ କରିବା ବ୍ୟାନ କରାଯାଇଛି। ଏଠାରେ ଲୋକଙ୍କ ଉପରେ ନଜର ରଖିବା ଲାଗି ୧୦୦ଟି ସିସି ଟିଭି ଓ ଅନେକଗୁଡ଼ିଏ ଗାର୍ଡ ନିୟୋଜିତ ହୋଇଛନ୍ତି।

ତାଜମହଲ
ବିଶ୍ବର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା ତାଜମହଲ ବାହାରେ ଆପଣ ମନଇଛା ଫଟୋ କ୍ଲିକ କରିପାରିବେ। କିନ୍ତୁ ଏହା ଭିତରେ ଫଟୋ କ୍ଲିକ କରିପାରିବେ ନାହିଁ। କାରଣ ଏହା ଅପମାନଜନକ ବୋଲି କୁହାଯାଏ।

ୱେଷ୍ଟମିନିଷ୍ଟର ଆବେ
ଲଣ୍ଡନର ଏହି ଚର୍ଚ୍ଚ ଭିତରେ ବି ଫଟୋ କ୍ଲିକ କରିବା ବ୍ୟାନ କରାଯାଇଛି। ଅଧିକ ଫଟୋ ଉଠାଇବା ଦ୍ବାରା ଯେଉଁ ବ୍ୟାକୁଳତା ରୂପୀ ଶକ୍ତି ବାହାରିବ, ତାହା ସ୍ମାରକର ଅଖଣ୍ଡତାକୁ କ୍ଷତିଗ୍ରସ୍ତ କରିବ ବୋଲି କୁହାଯାଉଛି।

ସିଷ୍ଟାଇନ ଚାପେଲ
ଇଟାଲୀର ଏହି ଗୀର୍ଜାଘରର ମେଣ୍ଟେନାନ୍ସ ଜାପାନର ଏକ ଟେଲିଭିଜନ ନେଟୱାର୍କ କର୍ପୋରେସନ କରିଥିଲା। ସେତେବେଳେ ସେ ସର୍ତ୍ତ ରଖିଥିଲା ଯେ ସେମାନଙ୍କ ବ୍ୟତୀତ ଅନ୍ୟ କେହି ବି ଏହାର ଫଟୋ ଓ ଭିଡ଼ିଓଗ୍ରାଫି କରିପାରିବେ ନାହିଁ। ଏହି ଅଧିକାର ତାଙ୍କ ପାଖରେ ରହିଛି, ତେଣୁ ଏଠାରେ ଫଟୋ କ୍ଲିକ କରାଯାଇପାରୁ ନାହିଁ।

ଆଲାମୋ
ଆମେରିକାର ଏହି ତୀର୍ଥସ୍ଥଳୀରେ ମଧ୍ୟ ଫଟୋ କ୍ଲିକ କରିବା ମନା। କେବଳ ସେତିକି ନୁହେଁ, ଏହା ଭିତରକୁ ଯିବା ପୂର୍ବରୁ ଆପଣଙ୍କୁ ନିଜ ଟୋପି ବାହାର କରିବାକୁ ପଡ଼ିବ ଓ ଧୀରେ କଥାବାର୍ତ୍ତା ହେବାକୁ ପଡ଼ିବ।

ଭ୍ୟାଲି ଅଫ ଦ କିଙ୍ଗସ
ଇଜିପ୍ଟର ଏହି ପ୍ରସିଦ୍ଧ ସମାଧିସ୍ଥଳ ଓ ସ୍ମାରକ ଦର୍ଶନ କରିବାକୁ ଯାଉଥିବା ପର୍ଯ୍ୟଟକଙ୍କୁ କଡ଼ା ଚେକିଂ କରାଯାଇଥାଏ। ଯଦି କ୍ୟାମେରା ସହିତ କେହି ଭିତରେ ଧରା ପଡ଼ନ୍ତି, ତେବେ ତାଙ୍କଠାରୁ ପାଖାପାଖି ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।