ଅନଲାଇନରେ ୫ କୋଟିର ଗୋବର ବିକିଛନ୍ତି ମହିଳା ଦଳ


ଛତିଶଗଡ଼ର ମହିଳା ସ୍ୱୟଂସହାୟକ ଦଳର ଗ୍ରାମୀଣ ମହିଳାମାନେ ଗୋବରରୁ ଭର୍ମିକମ୍ପୋଷ୍ଟ ତିଆରି କରୁଛନ୍ତି
ସ୍ଵୟଂ ସହାୟକ ଦଳ ଜରିଆରେ ଆରମ୍ଭ ହୋଇଥିବା ସ୍ୱାବଲମ୍ବୀ ଯାତ୍ରାର ନୂଆ ରୋଚକ କାହାଣୀମାନ ଯୋଡ଼ିହେବାରେ ଲାଗିଛି। ନିକଟରେ ଛତିଶଗଡ଼ର କିଛି ମହିଳା ସ୍ୱୟଂସହାୟକ ଦଳ ସାମୁହିକ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଛନ୍ତି। ଗୋବରରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ବେଶ ଦୁଇପଇସା ରୋଜଗାର କରିବା ସହ ଅନଲାଇନ କାରବାରରେ ନୂଆ ଅଭିଜ୍ଞତା ମଧ୍ୟ ହାସଲ କରିଛନ୍ତି।

ସମୟ ସହିତ ତାଳ ଦେଇ ବ୍ୟବସାୟ ଆଗକୁ ଯାଉଛି। ଏବେ କିଛି ବର୍ଷ ମଧ୍ୟରେ ଅନଲାଇନରେ କିଣାବିକା ସହଜ ହୋଇଗଲାଣି। ଯେକୌଣସି ଜିନିଷ ବିକ୍ରି କରିବା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସୁବିଧା ମଧ୍ୟ ହେଉଛି। ଏହାର ସୁଯୋଗ ନେଉଛି ଆମ ଦେଶ। ଗାଁଗହଳିର ଉତ୍ପାଦ ବିଶ୍ୱ ବଜାରରେ ଉପଲବ୍ଧ ହେଉଛି। ନିକଟରେ ଆମ ପଡୋଶୀ ରାଜ୍ୟ ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ମହିଳାମାନଙ୍କ ଦ୍ବାରା ଗୋବରରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଅନଲାଇନରେ ଭଲ ବ୍ୟବସାୟ କରିଛି। ରାଜନନ୍ଦଗାଁ ଜିଲ୍ଲାର ୩୫୪ଟି ଏସ୍‌ଏଚ୍‌ଜିର ଅନ୍ୟୂନ ୪ ହଜାର ମହିଳା ଗୋବରରୁ ପ୍ରସ୍ତୁତ କରୁଥିବା ସାର, ଘସି, ଦୀପ, ଫୁଲଦାନି ଆଦି ସ୍ଥାନୀୟ ପ୍ରଶାସନର ସହାୟତାରେ ଅନଲାଇନରେ ବିକ୍ରି କରି ସ୍ୱାବଲମ୍ବୀ ହୋଇଛନ୍ତି।

ରାଜନନ୍ଦଗାଁ ହେଉଛି ରାଜ୍ୟର ପ୍ରଥମ ଜିଲ୍ଲା, ଯିଏକି ଅନଲାଇନରେ ୫ କୋଟିରୁ ଅଧିକ ମୂଲ୍ୟର ଗୋବରରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିଛି। କିଛି ମାସ ପୂର୍ବେ ପ୍ରଥମେ ଅନଲାଇନରେ ଏଭଳି ସାମଗ୍ରୀ ବିକ୍ରି କରିବାକୁ ଉଦ୍ୟମ ହୋଇଥିଲା। ପ୍ରଥମେ ୧ ଲକ୍ଷ ଟଙ୍କାର ବିକ୍ରି ହୋଇଥିଲା। ଏହାପରେ ଅଧିକ ବିକ୍ରି ହେବା ଲକ୍ଷ୍ୟ ରଖି ମାର୍କେଟିଂ କରାଗଲା। ଧିରେଧିରେ ଚାହିଦା ବଢ଼ିବାକୁ ଲାଗିଲା। ବାହାର ରାଜ୍ୟରେ ଏସବୁ ଉତ୍ପାଦର ଭଲ ଚାହିଦା ରହିଛି। ଗରିବ ମହିଳାମାନେ ଭଲ ଦି ପଇସା ରୋଜଗାର କରିବାକୁ ସମର୍ଥ ହୋଇଛନ୍ତି ବୋଲି ରାଜନନ୍ଦଗାଁ ଜିଲ୍ଲାପାଳ ତରନ ପ୍ରକାଶ ସିହ୍ନା କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, ୩୬୫ ଗୋଶାଳାରୁ ପ୍ରତିଦିନ ବାହାରୁଥିବା ୬୬,୪୦୦ କ୍ବିଣ୍ଟାଲ ଗୋବରକୁ ନେଇ ରାଜ୍ୟ ସରକାର ଚଳିତ ବର୍ଷ ଏକ ସ୍ବତନ୍ତ୍ର ଯୋଜନା ତିଆରି କରୁଛନ୍ତି। ପୂର୍ବରୁ ରାଜ୍ୟ ସରକାର ‘ଗୋଧନ ନ୍ୟାୟ ଯୋଜନା’ରେ ଗୋଚାଷୀ ମାନଙ୍କ ଠାରୁ କିଲୋଗ୍ରାମ ପିଛା ୨ ଟଙ୍କାରେ ଗୋବର କିଣୁଥିଲେ। ଗୋଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ୫୩,୦୦୦ କ୍ବିଣ୍ଟାଲ ଗୋବର ଖତ ୧.୫ କୋଟି ଟଙ୍କାରେ ବିକ୍ରି କରାଯାଇଛି। ପୂର୍ବରୁ କେବଳ ଗୋଶାଳାରେ ହିଁ ଖତ ବିକ୍ରି ହେଉଥିଲା। ହେଲେ ଏହା ଆମାଜନରେ ଉପଲବ୍ଧ ହେବା ପରେ ବାହାର ରାଜ୍ୟ ଅର୍ଥାତ୍‌ ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ଏହାର ଚାହିଦା ବଢ଼ିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।