ଶତାଦ୍ଦୀର ମହାନାୟକ ନୀରଜ ଚୋପ୍ରା


ଟୋକିଓ ଅଲିମ୍ପିକ୍ସରେ ସ୍ପର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ବିଗତ ଶତାଦ୍ଦୀରେ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଉନ୍ନୀତ ହୋଇ ଦେଶର ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ଆଉ ଏହି ସଫଳତା ତାଲିକାରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭେଲିନ ଥ୍ରୋ’ରେ ସ୍ପର୍ଣ୍ଣ ପଦକ ହାସଲ କରି ଶତାଦ୍ଦୀର ଶୋଷ ଦୂର କରିବାରେ ସଫଳ ହୋଇଛନ୍ତି। ଯାହା ୧୨୫ ବର୍ଷର ଅଲିମ୍ପିକ ଇତିହାସରେ ସମ୍ଭବ ହୋଇ ନ ଥିଲା, ତାହାକୁ ନୀରଜ ପୁରଣ କରି ଶତାଦ୍ଦୀର ମହାନାୟକ ଭାବେ ଉଭା ହୋଇଛନ୍ତି। ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ସ୍ବର୍ଣ୍ଣ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୦୦୮ରେ ଅଭିନବ ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ଇଭେଣ୍ଟ ଶୁଟିଂରେ ସ୍ବର୍ଣ୍ଣ ଜିତିବା ପରେ ନୀରଜ ଦ୍ବିତୀୟ ବ୍ୟକ୍ତି ଭାବେ ଏପରି ସଫଳତା ପାଇଛନ୍ତି। ମାତ୍ର ସବୁଠୁ କଷ୍ଟକର ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତର ପ୍ରଦର୍ଶନକୁ କେହି ସମ୍ମାନ ଦେଉ ନ ଥିଲା ବେଳେ ତାହାକୁ ନୀରଜ ଆଜି ଦୂର କରିବା ସହ ୧୩୫ କୋଟି ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

ଟୋକିଓ ଯାତ୍ରା ପୂର୍ବରୁ ନୀରଜ ଦେଶ ପାଇଁ ପଦକ ଜିତିବା ନେଇ ଆଶା ଦେଇଥିଲେ। ଶତାଦ୍ଦୀର ଟ୍ରାକ ଆଣ୍ଡ ଫିଲ୍ଡ ନୈରାଶ୍ୟର ଅନ୍ତ ଘଟିବା ନେଇ ଅନେକ କ୍ରୀଡ଼ାବିତ ଭବିଷ୍ୟବାଣୀ କରିଥିଲେ। କାରଣ ବିଗତ ୪ ବର୍ଷରେ ନୀଜରଜଙ୍କ ପ୍ରଦର୍ଶନ ସେପରି ଉଚ୍ଚକୋଟିର ଥିଲା। ଯେଉଁଥିପାଇଁ ତାଙ୍କ ଠାରୁ ସମସ୍ତେ ପଦକ ଆଶା ରଖିଥିଲେ। ଆଉ ଶେଷରେ ନୀରଜ ଏହାକୁ ସଫଳତାର ସହ ହାସଲ କରି ଭାରତବାସୀଙ୍କ ମଉଡ଼ମଣି ହୋଇପାରିଛନ୍ତି। ଆଥଲେଟିକ୍ସକୁ ନେଇ ପଥହରା ଯୁବପିଢ଼ିଙ୍କ ପାଇଁ ସେ ନୂଆ ଆଶା ଓ ନୂଆ ଦିଗନ୍ତ ଦେଖାଇବାରେ ସଫଳ ହୋଇଛନ୍ତି। ୪ ବର୍ଷର ସଂଘର୍ଷ ଭିତରେ ସେ ତାଙ୍କର ଆତ୍ମବିଶ୍ବାସକୁ ଦୃଢ଼ କରି ଟୋକିଓରେ ବିଜୟ ତ୍ରିରଙ୍ଗା ଉଡ଼ାଇବା ସହ ଜାତୀୟ ସଙ୍ଗୀତରେ ଝୁମି  ଭାରତବାସୀଙ୍କ ଗର୍ବ ଓ ଗୌରବର ପ୍ରତୀକ ଭାବେ ଉଭା ହୋଇଛନ୍ତି। ଆମେ ଭାରତବାସୀ ଟ୍ରାକ ଆଣ୍ଡ ଫିଲ୍ଡରେ ବି ଅନ୍ୟମାନଙ୍କୁ ପଛରେ ପକାଇ ପଦକ ଜିତି ପାରିବାର ଦକ୍ଷତା ରଖିଛୁ ବୋଲି ସେ ପ୍ରମାଣିତ କରିଛନ୍ତି।

୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ନର୍ମାନ ପ୍ରିଚାର୍ଡ ଟ୍ରାକ ଆଣ୍ଡ ଫିଲ୍ଡରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ୨୦୦ ମିଟର ଡ୍ୟାଶ ଓ ୨୦୦ ମିଟର ବାଧା ଦୌଡ଼ରେ ନର୍ମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ଭାରତ ପକ୍ଷରୁ ପ୍ରିଚାର୍ଡ ପ୍ରତିନିଧିତ୍ବ କରି ସେ ପଦକ ଜିତିଥିଲେ। ଆଉ ଏହାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସେତେବେଳେ ସ୍ବୀକୃତି ଦେଇଥିଲା। ମାତ୍ର ଆଜି ତାହାର କୌଣସି ପ୍ରାସଙ୍ଗିକତା ନାହିଁ। ଏହା ଭିତରେ ୧୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ପାର କରିଥିଲା ବେଳେ ପରାଧୀନ ଭାରତ ସ୍ବାଧୀନ ହୋଇ ପ୍ରଗତି ପଥରେ ଅଗ୍ରସର ହେଉଛି। ମାତ୍ର ଅଲିମ୍ପିକ୍ସ ପରି ବୃହତ୍ତମ ପ୍ରତିଯୋଗିତାରେ ଆଖିଦୃଶିଆ ସଫଳତା ନ ମିଳିବାକୁ ନେଇ ସମାଲୋଚନାର ଶିକାର ହୋଇ ଆସୁଥିଲା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନୀରଜ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।