ଗୋଲ୍ଡେନ ବୟଙ୍କ ଗୋଲ୍ଡେନ ଯାତ୍ରା


ଗୋଲ୍ଡେନ ବୟ ନୀରଜ ଚୋପ୍ରା
ପାନୀପତ: ହରିୟାଣାର ପାନୀପତରେ ଜନ୍ମିତ ନୀରଜ ଚୋପ୍ରାଙ୍କ ପାଇଁ ସାରା ଦେଶ ଉତ୍ସବ ମୁଖର। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ନୀରଜଙ୍କୁ ନେଇ ପ୍ରଶଂସାର ସୁଅ ଛୁଟିଛି। ମାତ୍ର ୨୩ ବର୍ଷ ବୟସରେ ନୀରଜ ଭାରତର ନାଁକୁ ବିଶ୍ବ ଦରବାରରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛନ୍ତି। ମାତ୍ର ୪ ବର୍ଷର ଅଭିଯାନରେ ନୀରଜ ଅନ୍ତର୍ଜାତୀୟ ପ୍ରତିଯୋଗିତା ମାନଙ୍କରେ ପ୍ରଭାବୀ ପ୍ରଦର୍ଶନ କରି ଆଗକୁ ଏପରି ସଫଳତା ନେଇ ସମ୍ଭାବନାକୁ ଉଜ୍ଜ୍ବଳ କରିଛନ୍ତି। ୧୯୯୭ ଡିସେମ୍ବର ୨୪ରେ ଜନ୍ମିତ ନୀରଜଙ୍କୁ ବର୍ତ୍ତମାନ ମାତ୍ର ୨୩ ବର୍ଷ। ତେଣୁ ଆଗକୁ ତାଙ୍କର ଲମ୍ବା କ୍ୟାରିଅର ରହିଛି। ଆଉ ଗତ ୪ ବର୍ଷର ଜୁନିଅର ଓ ସିନିଅର ସ୍ତରର ପ୍ରଦର୍ଶନକୁ ଦେଖିଲେ ସେ କେବେ ବି ସ୍ବର୍ଣ୍ଣ ପଦକରୁ ତଳକୁ ଖସି ନାହାନ୍ତି। ତେଣୁ ବାସ୍ତବରେ ସେ ଦେଶପାଇଁ ଗୋଲ୍ଡେନ ବୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଗୋଲ୍ଡେନ ବୟଙ୍କ ଗୋଲ୍ଡେନ ଯାତ୍ରା ୨୦୧୬ରେ ପୋଲାଣ୍ଡରେ ଅନୁଷ୍ଠିତ ବିଶ୍ବ ଜୁନିଅର ୱାର୍ଲ୍ଡ ଚାମ୍ପିଅନଶିପରୁ ଆରମ୍ଭ ହୋଇଥିଲା। ସେ ପ୍ରଭାବୀ ପ୍ରଦର୍ଶନ କରି ୮୬.୪୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଜୁନିଅର ୱାର୍ଲ୍ଡ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ଜିତି ପ୍ରତିଭାର ପରିଚୟ ଦେଇଥିଲେ। ଏପରିକି ସେ ଯେଉଁ ଦୂରତା ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଜୁନିଅରରେ ବିଶ୍ବ ଚାମ୍ବିଅନଶିପରେ ସ୍ବର୍ଣ୍ଣ ଜିତିଥିଲେ, ତାହା ସେହି ବର୍ଷ ଅନୁଷ୍ଠିତ ରିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ଜିତିବା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତ ଯୋଗ୍ୟତା ପର୍ଯ୍ୟାୟ ସମାପ୍ତି ହେତୁ ସେ ରିଓ ଅଲିମ୍ପିକ୍ସ ଯିବାକୁ ସକ୍ଷମ ହୋଇ ନ ଥିଲେ।

ଏହା ପରଠାରୁ ନୀରଜ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୮ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ାରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ସହଜରେ  ପଛରେ ପକାଇ ସେ ସ୍ବର୍ଣ୍ଣ ଜିତି ବିଶ୍ବର ଶ୍ରେଷ୍ଠ ଜାଭେଲିନ ଥ୍ରୋୟରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲେ। ଆଉ ଶେଷରେ ମାତ୍ର ୨୩ ବର୍ଷ ବୟସରେ ସେ ଅଭିଜ୍ଞ ଜାଭେଲିନ ଥ୍ରୋୟରଙ୍କୁ ପଛରେ ଛାଡ଼ି ଅଲିମ୍ପିକ୍ସ ପରି ବଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି। ଟୋକିଓରେ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ଜିତିଥିବା ନୀରଜଙ୍କର ବ୍ୟକ୍ତିଗତ ଜାତୀୟ ରେକର୍ଡ ୮୮.୦୭ ମିଟର ରହିଛି। ତେଣୁ ସେ ଆଗକୁ ବିଶ୍ବରେ ନିଜକୁ ଅଧିକରୁ ଅଧିକ ପ୍ରତିଷ୍ଠା କରିବା ପାଇଁ ସୁଯୋଗ ପାଇବା ଆଶା ଉଜ୍ଜ୍ବଳ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।