ବିଉଟି ୱିଥ ବ୍ରେନ: ଚର୍ଚ୍ଚାରେ ଆଇପିଏସ ଡା. ନବଜୋତ ସିମି


ନବଜୋତ ସିମି
ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ପ୍ରଗତି ପଥରେ ଆଗକୁ ବଢ଼ି ଚାଲିଛନ୍ତି ମହିଳା। ଏହା ସମାଜ ପାଇଁ ଏକ ଗର୍ବ ଓ ପ୍ରଶଂସାର ବିଷୟ। ରାଜନୀତି ଠାରୁ ଆରମ୍ଭ କରି ଟେକ୍ନୋଲୋଜି, ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏଠାରେ ଏଭଳି ଜଣେ ମହିଳାଙ୍କ ବିଷୟରେ ସୂଚନା ଦିଆଯାଇଛି, ଯିଏ କେବଳ ଆଇପିଏସ ଅଫିସର ନୁହନ୍ତି, ବରଂ ନିଜ ଲୁକ ପାଇଁ ବି ବେଶ ଚର୍ଚ୍ଚିତ। ଆଇପିଏସ ଅଫିସର ନବଜୋତ ସିମିଙ୍କୁ ସେଥିପାଇଁ କୁହାଯାଉଛି ବିଉଟି ୱିଥ ବ୍ରେନ।

ଆଇପିଏସ ଅଫିସର ନବଜୋତ ପଞ୍ଜାବର ବାସିନ୍ଦା। ତାଙ୍କ ଜନ୍ମ ପଞ୍ଜାବର ଗୁରଦାସପୁରରେ ୨୧ ଡିସେମ୍ବର ୧୯୮୭ରେ ହୋଇଥିଲା। ସେ ବିହାର କ୍ୟାଡରର ୨୦୧୭ ବ୍ୟାଚର ଆଇପିଏସ ଅଧିକାରୀ। ସେ ତାଙ୍କ କାର୍ଯ୍ୟଶୈଳୀ ବ୍ୟତୀତ ନିଜ ଲୁକ ପାଇଁ ବେଶ ଲୋକପ୍ରିୟ। ସୋସାଲ ମିଡିଆରେ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ନବଜୋତ ସିମିଙ୍କ ପ୍ରାଥମିକ ଶିକ୍ଷା ପଞ୍ଜାବର ପାଖୋଭାଲ ନିକଟସ୍ଥ ପଞ୍ଜାବ ମଡେଲ ପବ୍ଲିକ ସ୍କୁଲରେ ହୋଇଥିଲା। ଆଇପିଏସ ଅଧିକାରୀ ହେବା ପୂର୍ବରୁ ସେ ଡାକ୍ତର ଥିଲେ। ଜୁଲାଇ ୨୦୧୦ରେ ସିମି ଲୁଧିୟାନାର ବାବା ଜସୱନ୍ତ ସିଂ ଡେଣ୍ଟାଲ କଲେଜ, ହସ୍ପିଟାଲ ଓ ଅନୁସନ୍ଧାନ ସଂସ୍ଥାରେ ବ୍ୟାଚଲର ଅଫ ଡେଣ୍ଟାଲ ସର୍ଜରୀ (ବିଡିଏସ) ଡିଗ୍ରୀ ପ୍ରାପ୍ତ କରି ଡାକ୍ତର ହୋଇଥିଲେ।

କିନ୍ତୁ ପିଲାଦିନୁ ନବଜୋତ ଆଇପିଏସ ଅଫିସର ହେବାକୁ ଚାହୁଥିଲେ। ଡାକ୍ତର ହେବା ପରେ ବି ସେ ନିଜ ସ୍ବପ୍ନକୁ ଭୁଲି ନ ଥିଲେ। ୟୁପିଏସସି ପରୀକ୍ଷା ପାଇଁ ସିମି ଦିଲ୍ଲୀ ଆସି ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୬ରେ ପ୍ରଥମ ଥର ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। କିନ୍ତୁ ସାକ୍ଷାତକାରରେ ଅସଫଳ ହୋଇଥିଲେ। ପ୍ରଥମ ଚେଷ୍ଟାରେ ବିଫଳ ହେବା ସତ୍ତ୍ବେ ସେ ହାର ମାନି ନ ଥିଲେ। ୨୦୧୭ରେ ୭୩୫ ରାଙ୍କ ହାସଲ କରି ଆଇପିଏସ ଅଧିକାରୀ ପାଲଟିଥିଲେ। ୟୁପିଏସସି ପରୀକ୍ଷା ପାସ କରିବା ପରେ ତାଙ୍କୁ ବିହାର କ୍ୟାଡର ମିଳିଥିଲା। ଏବେ ସେ ପାଟନାରେ ଏସପି ପଦରେ ନିଯୁକ୍ତ ଅଛନ୍ତି।

ଆଇପିଏସ ଅଫିସର ନବଜୋତ ସିମି ସବୁବେଳେ ନିଜ ଲୁକ ପାଇଁ ଚର୍ଚ୍ଚାରେ। ସେ କୌଣସି ମଡେଲ ଠାରୁ କମ ସୁନ୍ଦର ଦେଖାଯାଆନ୍ତି ନାହିଁ। ସେ ସୋସାଲ ମିଡିଆରେ ବେଶ ଆକ୍ଟିଭ ଓ ଲଗାତର ନିଜ ଫଟୋ ଶେୟାର କରିଥାନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୭.୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ନବଜୋତ ୧୪ ଫେବ୍ରୁଆରୀ ୨୦୨୦ରେ ଭାଲେଣ୍ଟାଇନ ଡେ ଦିବସରେ ଆଇପିଏସ ଅଫିସର ତୁଷାର ସିଙ୍ଗଲାଙ୍କୁ ବିବାହ କରିଥିଲେ। ଅଧୁନା ହାୱଡ଼ାରେ ଅବସ୍ଥାପିତ ତୁଷାର ପଶ୍ଚିମବଙ୍ଗ କ୍ୟାଡରର ୨୦୧୫ ବ୍ୟାଚର ଆଇପିଏସ ଅଧିକାରୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।