ଲେହ-ଲଦାଖ ବୁଲିବାର ସୁବର୍ଣ୍ଣ ସୁଯୋଗ ଦେଇଛି ଆଇଆରସିଟିସି


ପ୍ରତୀକାତ୍ମକ ଫଟୋ
ଯଦି ଆଗାମୀ ଦିନରେ କେଉଁଆଡ଼େ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ରହିଛି। ଇଣ୍ଡିଆନ ରେଲୱେ ଏଣ୍ଡ କ୍ୟାଟରିଂ ସର୍ଭିସେସ (ଆଇଆରସିଟିସି) ଆପଣଙ୍କୁ ଲେହ ଲଦାଖ ସମେତ ଆହୁରି ୬ଟି ସ୍ଥାନରେ ବୁଲିବା ସୁଯୋଗ ଦେଉଛି। ଏଥିପାଇଁ ଆପଣଙ୍କୁ ମାତ୍ର ୩୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ପ୍ୟାକେଜର ଆରମ୍ଭ ଅହମଦାବାଦରୁ ଆରମ୍ଭ ହେବ। ଆଇଆରସିଟିସି ଡଟ କମ ମୁତାବକ ମୁମ୍ବାଇରୁ ଲେହର ଯାତ୍ରା ଇଣ୍ଡିଗୋ ବିମାନ ଯୋଗେ ହେବ। ଏହି ଯାତ୍ରାରେ ଅହମଦାବାଦ-ଲେହ-ନୁବ୍ରା, ତୁର୍ତୁକ, ପେଙ୍ଗେଙ୍ଗ-ଲେହ ଭଳି ସ୍ଥାନ ସାମିଲ ରହିଛି। ଅହମଦାବାଦ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ ହେବ। ଏଠାରେ ହିଁ ହୋଟେଲରେ ଚେକ-ଇନ କରି ଯାତ୍ରା ଆରମ୍ଭ କରାଯିବ।

ଆଇଆରସିଟିସି ଟ୍ବିଟ କରି ଏହି ପ୍ୟାକେଜ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଟୁର ପ୍ୟାକେଜର  ଆରମ୍ଭ ୨୭ ଅଗଷ୍ଟରୁ ଅହମଦାବାଦରୁ ହେବ। ଏହାବ୍ୟତୀତ ଅଧିକ ଜାଣିବା ଲାଗି ଆଇଆରସିଟିସିର ପର୍ଯ୍ୟଟନ ୱେବସାଇଟ ଆଇଆରସିଟିସିଟୁରିଜିମ ଡଟ କମରୁ ସମ୍ପୂର୍ଣ୍ଣ ତଥ୍ୟ ଚେକ କରିପାରିବେ।

ପ୍ରଥମ ଦିନ ଅହମଦାବାଦ ବିମାନବନ୍ଦରରୁ ଯାତ୍ରା ଆରମ୍ଭ ହେବ। ଏଠାରୁ ସିଧା ଲେହ ପହଞ୍ଚି ହୋଟେଲରେ ଚେକ-ଇନ କରିବେ। ଦ୍ବିତୀୟ ଦିନ ସକାଳ ଜଳଖିଆ ପରେ ଯାତ୍ରା ଆରମ୍ଭ ହେବ। ଏହାପରେ ଲେହ-ଶ୍ରୀନଗର ଦର୍ଶନୀୟ ସ୍ଥାନ ଯାତ୍ରା କରି ଆଗକୁ ବଢ଼ିବେ। ଏଠାରେ ହଲ ଅଫ ଫେମ, କାଳୀ ମନ୍ଦିର ଓ ଗୁରୁଦ୍ବାର ପଥର ସାହିବ ବୁଲିବାର ସୁଯୋଗ ପାଇବେ। ଏହାପରେ ଶାନ୍ତିସ୍ତୁପ ଯାତ୍ରା ଓ ଲେହା ପ୍ୟାଲେସ ଦେଖିପାରିବେ। ତୃତୀୟ ଦିନରେ ସକାଳ ବ୍ରେକଫାଷ୍ଟ ପରେ ନୁବ୍ରା ଘାଟି ଆଡ଼କୁ ଅଗ୍ରସର ହେବେ। ଏହି ସଡ଼କକୁ ସବୁଠାରୁ ସୁନ୍ଦର ସଡ଼କ ବୋଲି କୁହାଯାଏ। ରାସ୍ତାରେ ଖାରଦୁଙ୍ଗଲ ପାଶ ଆଖପାଖରେ ଥିବା ପର୍ବତ ଶୃଙ୍ଖଳାର ସୁନ୍ଦର ଦୃଶ୍ଯ ଉପଭୋଗ କରିପାରିବେ। ଏଠାରେ ଶିବିରରେ ଚେକଇନ କରିବା ପରେ ମଧ୍ୟାହ୍ନ ଭୋଜନ ପରେ ଆଗକୁ ବଢ଼ିବେ।

ଚତୁର୍ଥ ଦିନ ତୁରତୁକରେ ଟର୍ଟୁକ ଘାଟି ଦେଖିବାର ସୁଯୋଗ ପାଇବେ। ରାତିରେ ନୁବ୍ରା ଉପତ୍ୟକାରେ ବିଶ୍ରାମ ନେବେ। ପଞ୍ଚମ ଦିନ ଶୀଘ୍ର ଜଳଖିଆ ଖାଇ ପେଙ୍ଗୋଙ୍ଗ ଆଡ଼କୁ ଯିବେ। ଷଷ୍ଠ ଦିନରେ ପେଙ୍ଗୋଙ୍ଗ ହ୍ରଦରେ ସୂର୍ଯୋଦୟ ଦେଖିବାର ସୁଯୋଗ ମିଳିବ ଓ ବ୍ରେକଫାଷ୍ଟ ପରେ ଲେହ ଫେରିବେ। ରାସ୍ତରେ ଥିକସେ ମଠ ଓ ଶେ ପ୍ୟାଲେସ ଯାତ୍ରା କରିପାରିବେ। ହୋଟେଲ ପହଞ୍ଚି ସନ୍ଧ୍ୟାରେ ବଜାର ବୁଲିବାକୁ ନିହାତି ଯାଆନ୍ତୁ। ସପ୍ତମ ଦିନ ବ୍ରେକଫାଷ୍ଟ ପରେ ହୋଟେଲରୁ ଚେକଆଉଟ କରି ଅହମ୍ମଦବାଦରେ ପହଞ୍ଚିବା ଲାଗି ଉଡ଼ାଣ ଭରିବେ।ତେବେ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିବା ଓ ସେଠାରୁ ଫେରିବା ଦାୟିତ୍ବ ଆପଣଙ୍କୁ ନିଜେ ନେବାକୁ ପଡ଼ିବ। ଏହା ପ୍ୟାକେଜରେ ଉପଲବ୍ଧ ନାହିଁ। ହୋଟେଲ ଟିପ୍ସ, ଟେଲିଫୋନ ଶୁଳ୍କ, କପଡ଼ା ଧୋଇବା ଓ ବ୍ୟକ୍ତିଗତ ବ୍ୟବହାର ପାଇଁ କୌଣସି ସୁବିଧା ପ୍ୟାକେଜରେ ମିଳିବନି। ଏଥିପାଇଁ ନିଜେ ବ୍ୟବସ୍ଥା କରିବାକୁ ପଡ଼ିବ। ଭିଡ଼ିଓ କ୍ୟାମେରା ଶୁଳ୍କ, ସ୍ମାରକରେ ପ୍ରବେଶ ଫି’ ମଧ୍ୟ ନିଜେ ଦେବାକୁ ପଡ଼ିବ। ଅତିରିକ୍ତ ମିଲ୍ ପାଇଁ ବି ଆପଣ ନିଜେ ଖର୍ଚ୍ଚ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।