ଜଟିଳ ହେଉଛି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ

ଡିଜିପିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ବୋହୂ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମା’

ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ
ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଥିବା ବେଳେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ୍‌। ପଚରାଉଚରା ବେଳେ, ପୋଲିସ୍‌ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ଏପରିକି ଝଗଡ଼ା ପରେ ବିଦ୍ୟାଭାରତୀ ହାତରୁ ଚୁଡ଼ି ଭାଙ୍ଗି ଘରୁ ପଳାଇଥିଲେ। ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’। ସୌମ୍ୟଙ୍କ ମା’ ଆହୁରି କହିଛନ୍ତି, ସୌମ୍ୟଙ୍କ ସହ ବିଦ୍ୟାଭାରତୀଙ୍କର ସମ୍ପର୍କ ନ ଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା। ବାହାଘର ପୂର୍ବରୁ ବୋହୂ ଆଉ ଜଣକୁ ଭଲ ପାଉଥିଲା। ବିଦ୍ୟା ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରୁଥିଲେ। ଘରେ ସୌମ୍ୟଙ୍କ ସହ କଥା ହେଉ ନ ଥିଲେ କିନ୍ତୁ ଡିୟୁଟିରେ ଥିବେ ବେଳେ କଥା ହେଉଥିଲେ। ଭୋଜିଭାତ ବାହାନାରେ ଘରକୁ  ଡିଏଫ୍‌ଓ ଆସୁଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’।

ଅନ୍ୟପଟେ ପୋଲିସ୍‌ ଡିଜିଙ୍କୁ ଭେଟିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା। ତଦନ୍ତର ଅଗ୍ରଗତି ନେଇ ଡିଜିପିଙ୍କ ନିକଟରେ ଦାବି ଜଣାଇଲେ ସୌମ୍ୟଙ୍କ ବାପା ଘଟଣାରେ ବୋହୁ, ରୋଷେୟା ଓ ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ପାଇଁ ଦାବି କରିଛନ୍ତି ସୌମ୍ୟଙ୍କ ବାପା। ଏଥିସହ ଗାରବନ୍ଧା ଥାନା ଆଇଆଇସି ମମତା ପଣ୍ଡା ଆମ୍ବୁଲାନ୍ସକୁ କାହିଁକି ଏକ ଘଣ୍ଟା ଧରି ଅଟକାଇଥିଲେ। ସେନେଇ ମଧ୍ୟ ତଦନ୍ତ କରିବାକୁ ଡିଜିପିଙ୍କୁ ଅନୁରୋଧ କରିଛନ୍ତି ମୃତ ସୌମ୍ୟଙ୍କ ବାପା। ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣେ ବ୍ୟକ୍ତିକୁ ମେଡିକାଲ ନେବା ପରିବର୍ତ୍ତେ କ’ଣ ପାଇଁ ଅଟକାଗଲା, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ଏଥିସହ ଡିଏଫଓ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଚେଷ୍ଟା କରିବାର ଆଶଙ୍କା ରହିଛି। ତେଣୁ ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିରାମ।

ସେପଟେ ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତନାଘନା କରୁଛି ତଦନ୍ତକାରୀ ଟିମ୍‌। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତିଲାଣି। ପୋଲିସ୍‌ର ତଦନ୍ତରେ ଏଯାଏଁ ସୌମ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସଠିକ ତଥ୍ୟ ମିଳିପାରିନାହିଁ। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ସତ କ’ଣ ? କେମିତି ନିଆଁ ଲାଗି ଜଳିଗଲେ ସୌମ୍ୟରଞ୍ଜନ ? ଏହା ଆକସ୍ମିକ ଦୁର୍ଘଟଣା ନା ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର ? ଏନେଇ ତନାଘନା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ସତ ଏବେ ପଦାକୁ ଆସିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।