ବିରୋଧୀ ଦଳଙ୍କୁ ମୋଦୀଙ୍କ ଠୋସ୍ ଜବାବ: ହଜମ ହେଉନି ଦଳିତଙ୍କୁ ମନ୍ତ୍ରିପଦ


ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଛନ୍ତି
ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଅଧିବେଶନ ଆରମ୍ଭରୁ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ଗୃହ କାର୍ଯ୍ୟ ପରିଚାଳନାରେ ବ୍ୟାପକ ବାଧା ସୃଷ୍ଟି କରିଛନ୍ତି। ଫଳସ୍ବରୂପ ପ୍ରଥମ ଦିନରେ ଲୋକସଭାର ଅଧିବେଶନକୁ ଏକାଧିକ ବାର ମୁଲତବୀ କରିବାକୁ ପଡ଼ିଛି। ବିରୋଧୀ ଦଳଗୁଡ଼ିକର ଏପରି ଆଭିମୁଖ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ଟିପ୍ପଣୀ ଦେଇ ସେମାନଙ୍କ ଏପରି ଆଚରଣର ଠୋସ୍ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିବା ବେଳେ ଏଥିରେ ଅନେକ ଦଳିତ ଓ ମହିଳା ସାଂସଦଙ୍କୁ ମନ୍ତ୍ରିପଦ ଦିଆଯାଇଛି। କିନ୍ତୁ ଏପରି ଏକ ବାସ୍ତବତାକୁ ବିରୋଧୀ ଦଳଗୁଡ଼ିକ ସହଜରେ ହଜମ କରିପାରୁନାହାନ୍ତି। ତେଣୁ ସେମାନେ ଗ୍‌ହ କାର୍ଯ୍ୟ ପରିଚାଳନାରେ ବ୍ୟାପକ ବାଧା ସୃଷ୍ଟି କରୁଛନ୍ତି ବୋଲି ମୋଦୀ କହିଛନ୍ତି। ମୋଦୀ କହିଛନ୍ତି ଯେ ମନ୍ତ୍ରିମଣ୍ଡଳରେ ଏକାଧିକ ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତିର ସାଂସଦମାନଙ୍କୁ ସାମିଲ୍ କରାଯାଇଥିବାରୁ ଏହାକୁ ନେଇ ସମସ୍ତେ ଗର୍ବିତ ହେବା ଉଚିତ। ନୂଆ କରି ମନ୍ତ୍ରିପଦ ପାଇଥିବା ସାଂସଦଙ୍କ ମଧ୍ୟରୁ କେହି ଗରିବ ଚାଷୀ ଶ୍ରେଣୀୟ ହୋଇଥିବା ଆଉ କେହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀ। ତେଣୁ ଆମେ ସେମାନଙ୍କୁ ସଂସଦକୁ ସ୍ବାଗତ କରିବା ଉଚିତ ବୋଲି ମନ୍ତ୍ରିମଣ୍ଡଳର ନୂଆ ସଦସ୍ୟମାନଙ୍କ ପରିଚୟ ପ୍ରଦାନ ଅବସରରେ ମୋଦୀ କହିଛନ୍ତି।

ସେହିପରି ମୋଦୀ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ପ୍ରଦାନ ସମୟରେ କହିଛନ୍ତି ଯେ ଆଦିବାସୀ, ଦଳିତ ଓ ମହିଳା ସାଂସଦମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଥିଲେ ହେଁ ଏହାକୁ ବିରୋଧୀ ଦଳଗୁଡ଼ିକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏପରି ଏକ ଚିନ୍ତାଧାରା ପଛରେ ସେମାନଙ୍କର କ’ଣ ମନୋଭାବ ରହିଛି, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ। ଦଳିତ ଓ ମହିଳା ବର୍ଗର ସାଂସଦମାନେ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିସାରିଥିବା ବେଳେ ରାଜ୍ୟସଭାରେ ସେମାନଙ୍କ ପରିଚୟ ପ୍ରଦାନକୁ ମଧ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି, ଏପରି ଏକ ମାନସିକତା ଗଣତାନ୍ତ୍ରିକ ଶାସନରେ କଦାପି ଗ୍ରହଣୀୟ ନୁହେଁ ବୋଲି ମୋଦୀ କହିଛନ୍ତି। ସେହିପରି କେତେକ ବିରୋଧୀ ଦଳ ସଦସ୍ୟ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ଦେଖିବାକୁ ପସନ୍ଦ କରୁନାହାନ୍ତି। ତେଣୁ ସେମାନେ ସେମାନଙ୍କ ପରିଚୟ ପ୍ରଦାନ ପର୍ବକୁ ମଧ୍ୟ ବିରୋଧ କରୁଛନ୍ତି। ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଥିଲେ। ଏଥଇରେ ସମୁଦାୟ ୨୭ ଜଣ ମନ୍ତ୍ରୀ ଓବିସି ସମ୍ପ୍ରଦାୟ ସହ ଜଡ଼ିତ ରହିଛନ୍ତି। କେନ୍ଦ୍ର ସରକାରରେ ପ୍ରଥମ ଥର ପାଇଁ ଏତେ ଅଧିକ ପରିମାଣର ଓବିସି ସାଂସଦମାନଙ୍କୁ ମନ୍ତ୍ରିପଦ ପ୍ରଦାନ କରାଯାଇଛି। ସେହିପରି ଏହି ମନ୍ତ୍ରିମଣ୍ଡଳରେ ୧୨ ଜଣ ଦଳିତ ସାଂସଦଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ତେଣୁ ନୂଆ ମନ୍ତ୍ରିମଣ୍ଡଳରେ ସର୍ବମୋଟ ୮ ଜଣ ଅନୁସୂଚୀତ ଜନଜାତି ବର୍ଗର ସାଂସଦ ମନ୍ତ୍ରିପଦ ସମ୍ଭାଳିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।