ପୋର୍ଟଲାଣ୍ଡରେ ଲଗାତାର ଗୁଳିକାଣ୍ଡ: ୨ ମୃତ, ଦୁଇ ଆହତ


ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ପୋଲିସ୍
ଆମେରିକାର ପୋର୍ଟଲାଣ୍ଡ୍ ଅନ୍ତର୍ଗତ ଓରେଗୋନଠାରେ ଶନିବାର ଏକାଧିକ ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସହରର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଗୁଳିକାଣ୍ଡ ଘଟିଛି। ଓରେଗୋନ୍‌ଠାରେ ଗତ ୬ ମାସ ହେଲା ଗୁଳିକାଣ୍ଡଓ ଅନ୍ୟାନ୍ୟ ହିଂସାକାଣ୍ଡ ଆଦି ଘଟଣା ବଢ଼ିଚାଲିଛି। ଓରେଗୋନଠାରେ ଗତ ୬ ମାସ ହେଲା ଗୁଳିକାଣ୍ଡ ଘଟଣା ବଢ଼ିଚାଲିଥିବାରୁ ଏହାକୁ ମେୟର ଟେଡ୍ ହ୍ବିଲର୍ ମହାମାରୀ ବୋଲି କହିଛନ୍ତି। ଏହି ଘଟଣା ରୋକିବା ସକାଶେ ଆଗାମୀ ଦିନରେ ପୋଟର୍ଲାଣ୍ଡ୍ ପୋଲିସ୍ ବ୍ୟୁରୋରେ ଅଧିକରୁ ଅଧିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ପୋର୍ଟଲାଣ୍ଡ୍ ପୋଲିସ୍ ବ୍ୟୁରୋ ଗତ ବର୍ଷକ ଭିତରେ ୧୨୫ ଜଣ ନୂଆ ଅଧିକାରୀଙ୍କୁ ପାଇଥିଲେ ହେଁ ଆସନ୍ତା ମାସରେ ଅନେକ ଅଧିକାରୀ ଅବସର ନେବେ। ସହରରେ ପୋଲିସ୍ ଅଧିକାରୀମାନେ ନିଷ୍ଠୁରତା ପ୍ରଦର୍ଶନ କରିବା ସହ ରଙ୍ଗଭେଦ ନେଇ ଅନ୍ୟାୟ କରୁଥିବାରୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଆସିଛନ୍ତି। ଗତ ବର୍ଷ ଅଣଶ୍ବେତାଙ୍ଗ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କୁ ମିନିପୋଲିସ୍ ପୋଲିସର ଜଣେ ଅଧିକାରୀ ତାଙ୍କ ବେକକୁ ମାଡ଼ିବସିବା ଫଳରେ ସେ ଅଣନିଃଶ୍ବାସୀ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣା ବିରୋଧରେ ଜନସାଧାରଣଙ୍କ ମଧ୍ୟରେ ଅଦ୍ୟାବଧି ରୋଷ କମି ନ ଥିବା ବେଳେ ଏହି କାରଣରୁ ପୋର୍ଟଲାଣ୍ଡ୍ ସିଟି କମିଶନ୍ ପୋଲିସ୍ ବିଭାଗକୁ ଦିଆଯାଉଥିବା ପାଣ୍ଠି ହ୍ରାସ କରିବା ଗୁଳିକାଣ୍ଡଜନିତ ହିଂସାକାଣ୍ଡ ରୋକିବା ଦାୟିତ୍ବରେ ଥିବା ୟୁନିଟକୁ ମଧ୍ୟ ଭାଙ୍ଗିଦେଇଥିଲେ।

ସେବେଠାରୁ ପୋର୍ଟଲାଣ୍ଡ୍ ପୋଲିସ୍ ବ୍ୟୁରୋ ମୁଖ୍ୟ ଚାର୍ଲ୍ସ ଚକ୍ ଲୋଭେଲ୍ ଏକ ନୂଆ ଟିମ୍ ଗଠନ କରି ଏହି ଗୁଳିକାଣ୍ଡଜନିତ ହିଂସାକାଣ୍ଡ ରୋକିବା ସକାଶେ ଉଦ୍ୟମ ଆରମ୍ଭ କରିଛି। ଉଭୟ ତଦନ୍ତ ଓ କୌଣସି ପ୍ରକାର ଗୁଳିକାଣ୍ଡ ଘଟିବା ପୂର୍ବରୁ ଯଥେଷ୍ଟ କାର୍ଯ୍ୟଶୀଳତା ପୂର୍ବକ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଶନିବାର ଏହି ସହରରେ ୫୦ତମ ଓ ୫୧ତମ ହତ୍ୟାକାଣ୍ଡ ଘଟଣା ଘଟିଥିବାରୁ ଆଉ ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ମେୟର୍ ହ୍ବିଲର୍ କହିଛନ୍ତି। ଚଳିତ ବର୍ଷ ଅଦ୍ୟାବଧି ପୋର୍ଟଲାଣ୍ଡରେ ୫୭୦ଟି ଗୁଳିକାଣ୍ଡ ଘଟିସାରିଛି, ଯାହାକି ଗତବର୍ଷ ତୁଳନାରେ ପାଖାପାଖି ଦୁଇ ଗୁଣ। ସେଥିମଧ୍ୟରୁ ଅଧିକାଂଶ ଗୁଳିକାଣ୍ଡ ଘଟଣା ବିଭିନ୍ନ ଗ୍ୟାଙ୍ଗ ସଦସ୍ୟଙ୍କ ଦ୍ବାରା ସଂଘଟିତ ହୋଇଥିବା ଲୋଭେଲ୍ କହିଛନ୍ତି। ସେ କହିଛନ୍ତି ଯେ ପୋର୍ଟଲାଣ୍ଡ୍ ଏକ ସହର ଭାବେ ବେଶ୍ ଅଗ୍ରଗତି କରିଛି। କିନ୍ତୁ ଗୁଳିକାଣ୍ଡ ଓ ଅନ୍ୟାନ୍ୟ ହିଂସାକାଣ୍ଡ ଏହି ସହରକୁ ଯଥେଷ୍ଟ ପଛକୁ ଠେଲିଦେଇଛି। ଗତ ୩୮ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୧୧ଟି ଗୁଳିକାଣ୍ଡ ଘଟଣା ଘଟିଥିବା ବେଳେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।