ଟ୍ୟାଙ୍ଗି ଇଣ୍ଡୋ-ଫ୍ୟୁଜନ ଚିଲି ଫିଶର ମଜା ନିଅନ୍ତୁ


ଚିଲି ଫିଶ
ଯଦି ଆପଣ ସି’ ଫୁଡ଼ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଚିଲି ଫିଶ ଟ୍ରାଏ କରିପାରିବେ। ଏହିକ୍ରମରେ ଟ୍ୟାଙ୍ଗି ଇଣ୍ଡୋ-ଫ୍ୟୁଜନ ଚିଲି ଫିଶ ବେଶ କ୍ରଞ୍ଚି ଓ ସ୍ବାଦିଷ୍ଟ ହୋଇପାରେ। ଏହା ଏକ ଉତ୍ତମ ଆପେଟାଇଜର ବା ସାଇଡ ଡିଶ ହୋଇପାରେ। ଏହି ସ୍ବାଦିଷ୍ଟ ଆପେଟାଇଜର ଆପଣ ଡିନରରେ ବି ସର୍ଭ କରିପାରିବେ। ଚିଲି ଫିଶ ତିଆରି ପାଇଁ ବୋନଲେସ ଫିଶ, ସୋୟା ସସ, ଟମାଟୋ ଓ ଚିଲି ସସ, ଅଦା, ରସୁଣ ସହିତ ମିଶାଇ ଫ୍ରାଏ କରାଯାଏ। ଚାଲନ୍ତୁ ଜାଣିବା ଏହାର ରେସିପି।

କ’ଣ ଦରକାର
୨୫୦ ଗ୍ରାମ ବୋନଲେସ ମାଛ, ଅଧ କପ ମଇଦା, ଅଧ କପ କର୍ଣ୍ଣ ଫ୍ଲୋର, ୧ଚାମଚ ଖାଇବା ସୋଡ଼ା, ୨ଚାମଚ ସୋୟା ସସ, ୨ ଟେବଲସ୍ପୁନ କଟା ଧନିଆ ପତ୍ର, ୧ ଚାମଚ ଗୋଲମରିଚ ଗୁଣ୍ଡ, ଲୁଣ, ତେଲ, ପିଆଜ ଷଣ୍ଢା, ସସ ତିଆରି କରିବା ପାଇଁ ୧ ଟେବଲସ୍ପୁନ କଟା ଅଦା, ୧ ଟେବଲସ୍ପୁନ ଗ୍ରେଟେଡ ରସୁଣ, ୧ ଟେବଲସ୍ପୁନ କଟା କଞ୍ଚା ଲଙ୍କା, ୫ ଟେବଲସ୍ପୁନ ଟମାଟୋ ସସ, ୧ ଟେବଲସ୍ପୁନ ଚିଲି ସସ, ୧ ଟେବଲସ୍ପୁନ କର୍ଣ୍ଣଫ୍ଲୋର।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛ ଭଲ ଭାବେ ଧୋଇ ଫିଙ୍ଗର ପିସରେ ଭାବେ କାଟନ୍ତୁ। କର୍ଣ୍ଣଫ୍ଲୋର, ମଇଦା, ଖାଇବା ସୋଡ଼ା, କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ, ଲୁଣ ଓ ପାଣି ମିଶାଇ ବ୍ୟାଟର ତିଆରି କରନ୍ତୁ। ଫିଙ୍ଗର ଫିଶକୁ ବ୍ୟାଟରରେ ବୁଡ଼ାଇ ତେଲରେ ଗୋଲ୍ଡେନ ବ୍ରାଉନ ହେବା ଯାଏ ଫ୍ରାଏ କରନ୍ତୁ। ଏହାକୁ ପ୍ଲେଟକୁ ବାହାର କରନ୍ତୁ।

ସୋୟା ସସ ତିଆରି ପାଇଁ ପ୍ୟାନରେ ତେଲ ଗରମ କରି ଏଥିରେ ରସୁଣ, ଅଦା, ଲଙ୍କା ପକାନ୍ତୁ। ପରେ ଏଥିରେ ସୋୟା ସସ, ଚିଲି ସସ, ଟମାଟୋ ସସ ପକାନ୍ତୁ। ଶେଷରେ କର୍ଣ୍ଣଫ୍ଲୋରରେ ଅଳ୍ପ ପାଣି ମିଶାଇ ପକାନ୍ତୁ। ଏହା ଫୁଟିଲେ, ଏହାକୁ ଆଞ୍ଚରୁ ହଟାନ୍ତୁ। ପରଷିବା ସମୟରେ ଏହି ସସକୁ ଫ୍ରାଏ ମାଛ ଉପରେ ଢାଳନ୍ତୁ। କଟା ପିଆଜ ଷଣ୍ଢାରେ ସଜାଇ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।