ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ପତ୍ନୀ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ


ସୌମ୍ୟରଞ୍ଜନ ଏବଂ ବିଦ୍ୟାଙ୍କ ବାହାଘର ସମୟର ଫାଇଲ୍‌ ଫଟୋ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସି୍‌ଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ସୋମବାର ବିଳମ୍ବିତ ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବାବେଳେ ନିଆଁରେ ପୋଡ଼ି ଆଖି ବୁଝିଥିଲେ ସୌମ୍ୟରଞ୍ଜନ। ସୌମ୍ୟରଞ୍ଜନ ମୃତ୍ୟୁ ପଛରେ ବୋହୂ ବିଦ୍ୟାର ହାତ ଥିବା ଅଭିଯୋଗ କରିଛନ୍ତି ବାପା ଅଭିରାମ ମହାପାତ୍ର। ସହିପରି ଡିଏଫ୍‌ଓଙ୍କ ସହିତ ବିଦ୍ୟାଙ୍କର ଅନୈତିକ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ ଆସିଛି। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୋଲିସ୍‌। ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ, ଡିଏଫ୍‌ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଏହି ୩ ଜଣଙ୍କ ବିରୋଧରେ ୩୦୨, ୧୨୦ ବି ଦଫାରେ ପୋଲିସ ମାମଲା ରୁଜୁ କରିଛି।

ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ଡିଏଫ୍‌ଓ ଓ ରୋଷେୟାଙ୍କୁ ଘଟଣା ପାଇଁ ଦାୟି କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ପରିବାର। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକାକୁ ନେଇ ସନ୍ଦେହ କରି ଆସୁଛନ୍ତି ତାଙ୍କ ପରିବାର ଲୋକେ। ଘଟଣା ଦିନ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ, ଡିଏଫଓ ଏବଂ ରୋଷେୟା ଘରେ ଥିଲେ। କାହାର କିଛି ହେଲାନି କେବଳ ସୌମ୍ୟଙ୍କ ଦେହରେ କିଭଳି ଭାବରେ ନିଆଁ ଲାଗିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଅଭିରାମ। ବୋହୂ ବିଦ୍ୟା ଭାରତୀ ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ନେଇ ସୌମ୍ୟରଞ୍ଜନଙ୍କ ବାପା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ବିଦ୍ୟା ଭାରତୀ ଏବଂ ଡିଏଫ୍‌ଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବାରୁ ଉଭୟ ମିଳିମିଶି ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଯୋଜନା କରିଥିଲେ। ସୋମ୍ୟଙ୍କୁ ଡ୍ୟୁଟି ଆଳରେ ବିଭିନ୍ନ ସମୟରେ ବାହାରକୁ ପଠାଯାଉଥିଲା। ତାଙ୍କ ଅନିଚ୍ଛା ସତ୍ତ୍ବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଯାହାର ଫାଇଦା ନେଇ ବିଦ୍ୟା ଭାରତୀଙ୍କ ସହ ମିଶିବାର ସୁଯୋଗ ପାଉଥିଲେ। ଡିଏଫ୍‌ଓଙ୍କ ଏଭଳି କାର୍ଯ୍ୟ କଳାପକୁ ତାଙ୍କ ରୋଷେୟା ସହଯୋଗ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଅଭିରାମଙ୍କ ଏହି ସବୁ ଅଭିଯୋଗକୁ ତାଙ୍କ ବୋହୂ ବିଦ୍ୟା ଭାରତୀ ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ମହାପାତ୍ର ଖଣ୍ଡନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।