ଆଇଏସଆଇ ଏଜେଣ୍ଟ୍ ଗିରଫ, ସମ୍ବେଦନଶୀଳ ତଥ୍ୟ ଓ ମାନଚିତ୍ର ଜବତ


ଗିରଫ ହୋଇଥିବା ହବିବୁର୍
ରାଜସ୍ଥାନର ପୋଖରାନରୁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତି ଜଣକ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ଲାଗୁ କରାଯାଇଛି। ଉକ୍ତ ବ୍ୟକ୍ତି ଜଣକର ନାମ ହବିବୁର ରହମାନ୍ ବୋଲି ଜଣାପଡ଼ିଥିବା ବେଳେ ସେ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ସହ ଜଡ଼ିତ ବିଭିନ୍ନ ପ୍ରକାର ଗୋପନୀୟ ତଥ୍ୟ ପାକିସ୍ତାନକୁ ଯୋଗାଇଆସୁଥିବା ନେଇ ଅଭିଯୋଗ ରହିଛି। ଏହାଛଡ଼ା ସେ ଭାରତୀୟ ସ୍ଥଳସେନାର ବିଭିନ୍ନ ସମ୍ବେଦନଶୀଳ ତଥ୍ୟ ଯୋଗାଇବା ସହ ଭାରତର ମାନଚିତ୍ର ବି ଯୋଗାଇ ଆସୁଥିବା ଅଭିଯୋଗରେ ହବିବୁରକୁ ଗିରଫ କରାଯାଇଛି। ହବିବୁର୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସମ୍ପର୍କରେ ରହିବା ସହ ପାକିସ୍ତାନରୁ ମଧ୍ୟ ଏକାଧିକ ବାର ଫେରିଥିବା ନେଇ ସୂଚନା ରହିଥିବା ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି। ହବିବୁରକୁ ଗିରଫ କରାଯିବା ପରେ ତାକୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ପଚରାଉଚରା ଚାଲିଛି। ହବିବୁରଠାରୁ ମଧ୍ୟ ସମ୍ବେଦନଶୀଳ ଦସ୍ତାବିଜ୍ ଓ ମାନଚିତ୍ର ଜବତ କରାଯାଇଛି। ଏଥିସହ ସ୍ଥଳସେନାର ଜଣେ ଯବାନ ହବିବୁରକୁ ତଥ୍ୟ ଯୋଗାଇବାରେ ସହଯୋଗ କରିଥିବା ପଚରାଉଚରା ବେଳେ ଜଣାପଡ଼ିଥିବା କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି। ଏହି ସ୍ଥଳସେନା ଯବାନ ଜଣକ ପରମଜିତ୍ କୌର୍ ଓ ସେ ଆଗ୍ରାରେ କାର୍ଯ୍ୟ କରୁଥଇବା ଜଣାପଡ଼ିଛି।

ପରମଜିତଙ୍କ ସମ୍ପର୍କରେ ହବିବୁର ସୂଚନା ଦେବା ପରେ ତୁରନ୍ତ କ୍ରାଇମ୍ ବ୍ରାଞ୍ଚ୍ ତାଙ୍କୁ ପଚରାଉଚରା ଆରମ୍ଭ କରିଛି। ଏଥିସହ ଅଧିକ ପଚରାଉଚରା ସକାଶେ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ମଧ୍ୟ ଜଣାପଡ଼ିଛି। ହବିବୁର ପାଖରେ ଯାହାସବୁ ଗୋପନୀୟ ତଥ୍ୟ ରହିଥିଲା, ତାହାକୁ ସେ କମାଲ୍ ନାମକ ଜଣେ ବ୍ୟକ୍ତିକୁ ଦେବାକୁ ଚାହୁଁଥିଲା। ପୋଲିସ୍ ହବିବୁର ବ୍ୟତୀତ ଆହୁରି କେତେକ ସନ୍ଦିଗ୍ଧଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା କ୍ରାଇମ୍ ବ୍ରାଞ୍ଚ୍ ସନ୍ଦେହ କରୁଛି। ଏକ ଗଣମାଧ୍ୟମ ଦିଲ୍ଲୀ ପୋଲିସଠାରୁ ପାଇଥିବା ସୂଚନାକୁ ଆଧାର କରି କହିଛି ଯେ ହବିବୁର ଗତ କିଛି ବର୍ଷ ହେଲା ପୋଖରାନ୍ ସ୍ଥଳସେନା କ୍ୟାମ୍ପରେ ପନିପରିବା ଯୋଗାଇ ଆସୁଥିଲା। ପନିପରିବା ଯୋଗାଇବା ସକାଶେ ହବିବୁର ସ୍ଥଳସେନା କ୍ୟାମ୍ପ୍ ସହ ଏକ ଚୁକ୍ତି କରିଥିଲା। ତେବେ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ୍ ଗତ ମଙ୍ଗଳବାର ହବିବୁରକୁ ଚିହ୍ନଟ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।