ଭୁବନେଶ୍ବର ଓ ଜଳେଶ୍ବରରୁ ବ୍ରାଉନ୍‌ ସୁଗାର ଜବତ


ରାଜଧାନୀରୁ ଜବତ ହୋଇଥିବା ବ୍ରାଉନ୍‌ ସୁଗାର ଓ ଟଙ୍କା
ପୋଲିସ୍‌ ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ। ରାଜଧାନୀ ଭୁବନେଶ୍ବର ଓ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ସବୁଠୁ ବଡ଼ କଥା, ବ୍ରାଉନ୍‌ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ କରିଛି କମିଶନରେଟ୍‌ ପୋଲିସ୍‌।

ସୂଚନାଯୋଗ୍ୟ, ଭୁବନେଶ୍ୱର ଶହୀଦ ନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ। ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ଶହୀଦ ନଗର ଥାନା ପୋଲିସ୍‌ ଓ କ୍ୟୁକ୍‌ ଆକ୍ସନ ଟିମ୍‌ କେସୁରା ଅଞ୍ଚଳରେ ଚଢ଼ାଉ କରି ଏହି ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ କାର୍‌ ଓ ଦୁଇଟି ବାଇକ ଜବତ ହୋଇଥିବା ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଜବତ ବ୍ରାଉନସୁଗାରର ଜଳେଶ୍ୱର ଲିଙ୍କ୍ ରହିଛି। ଗିରଫ ହୋଇଥିବା ଯୁବକଙ୍କ ଜଳେଶ୍ୱର ଲିଙ୍କ୍ ରହିଥିବା କହିଛନ୍ତି ପୋଲିସ୍‌ କମିଶନର।

ସେହିପରି ବାଲେଶ୍ବର ଜିଲ୍ଲା ବସ୍ତା ଏବଂ ଜଳେଶ୍ବର ଥାନା ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଏଥିସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଅଟୋ ଏବଂ ନଗଦ ଟଙ୍କା ଜବତ ହୋଇଛି। ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ବ୍ରାଉନ୍‌ ସୁଗାର କାରବାର ବୃଦ୍ଧି ପାଇଚାଲିଥିବା ବେଳେ ଏସ୍‌ଟିଏଫ ତୀକ୍ଷ୍ଣ ନଜର ରଖିଆସୁଥିଲା। ତେବେ ସକାଳ ସମୟରେ ଏସ୍‌ଟିଏଫ ଜଳେଶ୍ବର ଥାନା ଚାଲନ୍ତି ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ୍‌ ସୁଗାର ସହ ଜଣେ ବେପାରୀକୁ ଗିରଫ କରିଛି। ତାକୁ ଆଧାର କରି ବସ୍ତା ଥାନା ଗୁଡ଼ିଖାଳ ରାଜପଥ ଉପରୁ ଆଉ ଦୁଇଟି ଅଟୋ ସହ ଚାଳକ ଏବଂ ନଗଦ ଟଙ୍କା ଜବତ କରିଛି ବିଭାଗ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।