ଜାଣନ୍ତୁ କେବେ ଓ କେମିତି ଆରମ୍ଭ ହୋଇଥିଲା ଫ୍ରେଣ୍ଡଶିପ ଡେ’


ପ୍ରତୀକାତ୍ମକ ଫଟୋ
ବିଶ୍ବର ସବୁଠାରୁ ମୂଲ୍ୟବାନ ସମ୍ପର୍କ ମଧ୍ୟରେ ଗୋଟିଏ ହେଉଛି ବନ୍ଧୁତ୍ବ। ଏହି ସମ୍ପର୍କକୁ ସେଲିବ୍ରେଟ କରିବା ଲାଗି ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ପ୍ରଥମ ରିବବାରକୁ ଅନ୍ତର୍ଜାତୀୟ ବନ୍ଧୁତ୍ବ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖରେ ବିଶ୍ବ ବନ୍ଧୁତ୍ବ ଦିବସ ପାଳନ କରାଯିବ। ଏହି ଦିନଟି ବନ୍ଧୁମାନଙ୍କ ପାଇଁ ସମର୍ପିତ। ଏହାକୁ ପାଳନ କରିବା ଅବସରରେ ବନ୍ଧୁମାନେ ପରସ୍ପରକୁ ଉପହାର ଦେବା ସହ ସାଙ୍ଗରେ ସମୟ ବିତାଇ ଥାନ୍ତି। ସେହିପରି କେତେକ ବ୍ୟାଣ୍ଡ ବାନ୍ଧି ବି ଏହି ବନ୍ଧୁତ୍ବ ଦିବସକୁ ସ୍ମରଣୀୟ କରିଥାନ୍ତି।

ଏହି ସମ୍ପର୍କ ସ୍ବତନ୍ତ୍ର
ବନ୍ଧୁତ୍ବ ମଣିଷ ଜୀବନରେ ସବୁଠାରୁ ମୂଲ୍ୟବାନ ସମ୍ପର୍କ। ବନ୍ଧୁତ୍ବର ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସିନେମାରେ ବି ଏହି ସମ୍ପର୍କର ମହତ୍ବ ଦେଖିବାକୁ ମିଳିଥାଏ। ଏହାବ୍ୟତୀତ କବିତା, ଗୀତ, ଶାୟରୀରେ ବି ବନ୍ଧୁତ୍ବକୁ ବହୁତ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି। ଏହି ଦିନ ସାଙ୍ଗମାନେ ଉପହାର କିଣିବା ସହ ପାର୍ଟି କରି ସମୟ ବିତାଇଥାନ୍ତି। ସେହିପରି କେତେକ ଏହି ଦିନକୁ ଅଧିକ ସ୍ମରଣୀୟ କରିବା ଲାଗି ରୋଡ ଟ୍ରିପ କିମ୍ବା ଭ୍ୟାକେସନର ଯୋଜନା କରିଥାନ୍ତି। ବନ୍ଧୁମାନେ ପରସ୍ପର ସହ ଚକୋଲେଟ, ଫୁଲ, ଗ୍ରୀଟିଙ୍ଗ କାର୍ଡ, ଫ୍ରେଣ୍ଡଶିପ ବ୍ୟାଣ୍ଡ ଭଳି ଅନେକ ଉପହାର ଆଦାନ ପ୍ରଦାନ କରିଥାନ୍ତି।

ଫ୍ରେଣ୍ଡଶିପ ଡେ’ର ଇତିହାସ
ସର୍ବପ୍ରଥମେ ଅନ୍ତର୍ଜାତୀୟ ବନ୍ଧୁତ୍ବ ଦିବସ ୧୯୫୮ରେ ପାଳନ ହୋଇଥିଲା। ସାରା ବିଶ୍ବରେ ଅନେକ ଦେଶରେ ଫ୍ରେଣ୍ଡଶିପ ଡେ’ ଅଲଗା ଅଲଗା ଦିନରେ ପାଳନ କରାଯାଏ। ୨୭ ଏପ୍ରିଲ ୨୦୧୧ରେ ମିଳିତ ଜାତିସଂଘର ସାଧାରଣ ସଭା ୩୦ ଜୁଲାଇକୁ ଔପଚାରିକ ଭାବେ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡଶିପ ଡେ’ ଘୋଷଣା କରିଥିଲେ। ଯଦିଓ ଭାରତ ସହିତ ଅନେକ ଦକ୍ଷିଣ ଏସୀୟ ଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାରୁ ଫ୍ରେଣ୍ଡଶିପ ଡେ’ ଭାବେ ପାଳନ କରାଯାଉଛି। କୁହାଯାଉଛି ବର୍ଷ ୧୯୩୦ରେ ଜଣେ ବେପାରୀ ଏହି ଦିନର ଆରମ୍ଭ କରିଥିଲେ। ଜୋଏସ ହାଲ ନାମକ ଏହି ବେପାରୀ ଜଣକ ସମସ୍ତ ଲୋକଙ୍କ ପାଇଁ ଏଭଳି ଏକ ଦିନ ରଖିଥିଲେ, ଯେଉଁଥିରେ ଦୁଇ ଜଣ ବନ୍ଧୁ ପରସ୍ପରଙ୍କ ସହ କାର୍ଡର ଆଦାନ ପ୍ରଦାନ କରି ଏହି ବନ୍ଧୁତ୍ବ ଦିବସ ପାଳନ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।