ଅନ୍ୟର ଚାପ ନେଉ ନାହାନ୍ତି ତ! ସେକେଣ୍ଡ ହ୍ୟାଣ୍ଡ ଷ୍ଟ୍ରେସର ସଙ୍କେତ ଜାଣନ୍ତୁ


ପ୍ରତୀକାତ୍ମକ ଫଟୋ
ଚାପ ଏକ ପ୍ରାକୃତିକ ମାନସିକ ପ୍ରତିକ୍ରିୟା। ଏହା ବିପରୀତ ଓ ମୁସ୍କିଲ ପରିସ୍ଥିତି ସମୟରେ ଅନୁଭୂତ ହୋଇଥାଏ। ଅତ୍ୟଧିକ ଚାପ ନେବା ଫଳରେ ଏହା ମାନସିକ ସ୍ବାସ୍ଥ୍ୟ ସହିତ ଶରୀର ଉପରେ ବି ଖରାପ ପ୍ରଭାବ ପକାଇଥାଏ। ବର୍ତ୍ତମାନ ସମୟରେ ସମସ୍ତଙ୍କ ଜୀବନରେ ଚାପ ରହିଛି। କିନ୍ତୁ ଅନେକ ସମୟରେ ବ୍ୟକ୍ତି ଅନ୍ୟମାନଙ୍କ ଚାପ ବି ନେବାରେ ଲାଗିଥାନ୍ତି। ଏହାକୁ ସେକେଣ୍ଡ ହ୍ୟାଣ୍ଡ ଷ୍ଟ୍ରେସ ବୋଲି କୁହାଯାଏ। ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ନିଜର ଚାପ ସହିବା ବହୁତ ବଡ଼ କଥା। ଏପରିସ୍ଥଳେ ଅନ୍ୟ କାହାରି ଚାପ ଭୋଗିଲେ ନିଜର ହିଁ କ୍ଷତି ହୋଇପାରେ। ଏଠାରେ ଏପରି କେତେକ ସଙ୍କେତ ସମ୍ପର୍କରେ କୁହାଯାଇଛି, ଯେଉଁଥିରୁ ଆପଣ ଅନ୍ୟମାନଙ୍କ ଚାପ କିଭଳି ନେଉଛନ୍ତି ତାହା ଜାଣିପାରିବେ।

ଚାପର କାରଣ ଜାଣି ନ ପାରିବା
ଅନେକ ସମୟରେ ଦେଖାଯାଏ ଜଣେ ବ୍ୟକ୍ତି ଚାପ ଓ ଚିନ୍ତାରେ ରହିଥାନ୍ତି। କିନ୍ତୁ ଏହାର କାରଣ ଜଣା ନ ଥାଏ। ବହୁତ ଚିନ୍ତା କରିବା ପରେ ବି ଚାପର କାରଣ ଜାଣିପାରନ୍ତି ନାହିଁ। ଏହା ସେକେଣ୍ଡ ହ୍ୟାଣ୍ଡ ଷ୍ଟ୍ରେସର ଲକ୍ଷଣ ହୋଇପାରେ। ଏହାର ଅର୍ଥ ଚାପର କାରଣ ଆପଣ ନୁହନ୍ତି ବରଂ ଏହା ଅନ୍ୟ କାହାରି ସମସ୍ୟା ହୋଇଥାଇ ପାରେ।

କାମରେ ଅଯଥା ଚାପ
ଏଭଳି ସେକେଣ୍ଡ ହ୍ୟାଣ୍ଡ ଷ୍ଟ୍ରେସ ବିଶେଷକରି କର୍ମଜୀବୀ ବ୍ୟକ୍ତିମାନଙ୍କ ଠାରେ ଦେଖାଯାଇଥାଏ। ବସଙ୍କ ଚାପ ଆପଣଙ୍କ ଉପରକୁ ଆସିବାରେ ଲାଗିଥାଏ। ବସ ନିଜ ଚାପ କାରଣରୁ ଆପଣଙ୍କୁ ଗାଳି ଦେଇଥାନ୍ତି। ଏହାପରେ ଆପଣ ବିନା କାରଣରେ କାମ କରିବାରେ ଲାଗିଥାନ୍ତି। କାରଣ ଆପଣ ଭାବନ୍ତି ବସ କାମକୁ ନେଇ ଆପଣଙ୍କ ଉପରେ କାଳେ ରାଗିବେ। ଏପରି କରି ତାଙ୍କ ଚାପ ଆପଣ ନିଜ ଉପରେ ନେଇଥାନ୍ତି।

ନୈରାଶ୍ୟରୁ ଚାପ
ଅନେକ ସମୟରେ ଏପରି ହୋଇଥାଏ କୌଣସି ବ୍ୟକ୍ତିଙ୍କୁ ଭେଟିବା ପରେ ବିନା କାରଣରେ ଚାପ ସୃଷ୍ଟି ହୋଇଥାଏ। କାରଣ ଉକ୍ତ ବ୍ୟକ୍ତି ସର୍ବଦା ନୈରାଶ୍ୟଜନକ କଥା କହିଥାନ୍ତି। ତେଣୁ ଭାବି ନିଅନ୍ତୁ ତାଙ୍କର ଚାପ ଓ ନେଗେଟିଭ ଚିନ୍ତାଧାରା ଆପଣଙ୍କ ଭିତରକୁ ବି ଆସିଯାଏ। ଏହା ଆପଣଙ୍କ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏଭଳି ଲୋକଙ୍କ ଠାରୁ ଉଚିତ ଦୂରତା ରକ୍ଷା କରନ୍ତୁ।

ମୁକୁଳିବାର ଉପାୟ
ଯେଉଁ ବ୍ୟକ୍ତିଙ୍କ କାରଣରୁ ଆପଣ ଚାପରେ ରହୁଛନ୍ତି, ତେବେ ତାଙ୍କୁ ବୁଝାନ୍ତୁ। ଏହା ଆପଣଙ୍କ ସହିତ ସାମ୍ନା ଲୋକଙ୍କ ମାନସିକ ସ୍ବାସ୍ଥ୍ୟରେ ସୁଧାର ଆଣିବ। ଏପରି କରି ନ ପାରିଲେ ତାଙ୍କଠାରୁ ଦୂରେଇ ରହନ୍ତୁ। ଯଦି ଦୁଇଟିଯାକ କାମ ସମ୍ଭବ ହେଉ ନାହିଁ, ତେବେ ନିଜକୁ ବୁଝାନ୍ତୁ ଏହା ଆପଣଙ୍କର ନୁହେଁ, ବରଂ ଅନ୍ୟର ଚାପ। ଏହାକୁ ନିଜ ଉପରକୁ ଆଣିବାକୁ ଦିଅନ୍ତୁନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।