କେବଳ ତାଜମହଲ ନୁହେଁ, ଆଗ୍ରାରେ ବୁଲନ୍ତୁ ଏସବୁ ସ୍ଥାନ


ଅଙ୍ଗୁରୀ ବାଗ, ପଞ୍ଚମହଲ, ସୁରୋ ସରୋବର ଓ ପକ୍ଷୀ ଅଭୟାରଣ୍ୟ
ଭାରତରେ ଭ୍ରମଣ କରିବା ଲାଗି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଏଠାକୁ ପ୍ରତ୍ୟେକ ବର୍ଷ କେବଳ ଦେଶରୁ ନୁହେଁ, ବିଦେଶରୁ ବି ଅନେକ ପର୍ଯ୍ୟଟକ ଆସିଥାନ୍ତି। ଭ୍ରମଣ ସଉକ ଥିବା ବ୍ୟକ୍ତିମାନେ ସବୁବେଳେ କିଛି ନା କିଛି ଭ୍ରମଣ ଯୋଜନା  କରିଥାନ୍ତି। କେବଳ ଦେଶରୁ ନୁହେଁ, ବିଦେଶରୁ ବି ପର୍ଯ୍ୟଟକମାନେ ଆଗ୍ରାର ତାଜମହଲ ଆକର୍ଷଣରେ ଟାଣି ହୋଇ ଆସିଥାନ୍ତି। ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଜମହଲ ନିଜର ସୁନ୍ଦର ନିର୍ମାଣଶୈଳୀ ପାଇଁ ପରିଚିତ। କିନ୍ତୁ ଆଗ୍ରାରେ କେବଳ ତାଜମହଲ ନୁହେଁ, ଆହୁରି ବି ଅନେକ ସ୍ଥାନରେ ଭ୍ରମଣ କରି ପର୍ଯ୍ୟଟନକୁ ସ୍ମରଣୀୟ କରିପାରିବେ।

ଆଗ୍ରା ଦୁର୍ଗ
ମୋଗଲ ସମ୍ରାଟ ଆକବରଙ୍କ ଶାସନ କାଳରେ ଏହି ଦୁର୍ଗ ନିର୍ମିତ ହୋଇଥିଲା। ୧୫୬୫ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୧୫୭୩ ଖ୍ରୀଷ୍ଟାବ୍ଦରେ ଏହା ଶେଷ ହୋଇଥିଲା। ଏହି ଦୁର୍ଗ ଲାଲ ସ୍ୟାଣ୍ଡ ଷ୍ଟୋନରେ ତିଆରି କରାଯାଇଛି। ଦେଖିବାକୁ ଏହା ବହୁତ ମାତ୍ରାରେ ଦିଲ୍ଲୀସ୍ଥିତ ଲାଲ କିଲ୍ଲା ଭଳି ଦେଖାଯାଇଥାଏ। କିନ୍ତୁ ଉଭୟର ନିର୍ମାଣ ଶୈଳୀ ପୂରାପୂରି ଅଲଗା। ଏହି ଦୁର୍ଗରେ ଶିଶାରେ ତିଆରି କାନ୍ଥ ଶିଶା ମହଲ, ରାଜ ଦରବାର, ଶାହୀ ବଗିଚା ଭଳି ଅନେକ ଆକର୍ଷଣୀୟ ଜିନିଷ ରହିଛି।

ସୁର ସରୋବର ପକ୍ଷୀ ଅଭୟାରଣ୍ୟ
ଆଗ୍ରା ଆସୁଥିବା ପର୍ଯ୍ୟଟକ ସୁର ସରୋବର ପକ୍ଷୀ ଅଭୟାରଣ୍ୟ ନିହାତି ବୁଲିବାକୁ ଯାଆନ୍ତୁ। ଏଠାରେ ସ୍ଲଥ ବିୟର (ଭାଲୁ) ଦେଖିବାକୁ ପାଇବେ। ଏଠାରେ କିଥମ ହ୍ରଦର ମିଠା ପାଣି ବି ପାଇବେ। ଏଥିସହିତ ଏହି ଅଭୟାରଣ୍ୟରେ ପାର୍ଟନରଙ୍କ ସହ ବୋଟିଂର ବି ମଜା ନେଇପାରିବେ।

ପଞ୍ଚ ମହଲ
ପଞ୍ଚ ମହଲ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ। ଏହା ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା। ରାଣୀମାନଙ୍କ ପାଇଁ ଆକବର ଏହି ପଞ୍ଚ ମହଲ ତିଆରି କରିଥିଲେ। ଏଠାରୁ ସେମାନେ ଥଣ୍ଡା ପବନର ମଜା ନେଉଥିଲେ। ଏହି ପଞ୍ଚ ମହଲର ବିଶେଷତ୍ବ ହେଉଛି ଏଠାରେ ୧୭୬ଟି ଖମ୍ବ ରହିଛି। ମୋଗଲ ପରିବାରର ମହିଳାମାନେ ବାହାରର ଥଣ୍ଡା ପବନର ମଜା ନେବା ସହିତ ବାହାରର ଦୃଶ୍ୟକୁ ବି ଏଠାରୁ ଉପଭୋଗ କରିପାରୁ ଥିଲେ।

ଅଙ୍ଗୁରୀ ବାଗ

ଶାହଜହାଁ ୧୬୩୭ରେ ଏହି ଅଙ୍ଗୁରୀ ବାଗ ନିର୍ମାଣ କରିଥିଲେ। ଏହି ବଗିଚା ଖାସ ମହଲକୁ ଲାଗିରହିତିବା ବେଳେ ଏହାର କାନ୍ଥ ଲାଲ ସ୍ୟାଣ୍ଡଷ୍ଟୋନରେ ନିର୍ମିତ ହୋଇଛି। ବିଶେଷକରି ରାଣୀମାନଙ୍କ ପାଇଁ ଏହି ବଗିଚାଟି ନିର୍ମାଣ କରାଯାଇଥିଲା। ଏହି ବଗିଚାରେ ରସାଳ ଅଙ୍ଗୁର ସମେତ ଅନ୍ୟାନ୍ୟ ଫଳ ବି ଫଳିଥାଏ। ଏଗୁଡ଼ିକ ବର୍ଷସାରା ବଗିଚାର ଶୋଭା ବଢ଼ାଇଥାଏ। ଏହି ବଗିଚା ଭିତରେ ରାଜ ପରିବାରର ମହିଳାଙ୍କ ପାଇଁ ହମାମ ବା ସ୍ନାନ କରିବା ସ୍ଥାନ ତିଆରି କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।