ମନ ଚୋରି କରୁଛି ସାରାଙ୍କ ଲେହେଙ୍ଗା


ଆକର୍ଷଣୀୟ ଲେହେଙ୍ଗାରେ ସାରା
ମନୀଷ ମାଲହୋତ୍ରାଙ୍କ ନୁରାନିୟତ ୨୦୨୧ ଫ୍ୟାଶନକୁ ସାରା ଅଲୀ ଖାନ ଅତି ସୁନ୍ଦର ଭାବେ ପ୍ଲାଣ୍ଟ କରିଛନ୍ତି। ମନୀଷ ଏହି କଲେକ୍ସନ ମର୍ଡନ ବ୍ରାଇଡକୁ ଧ୍ୟାନରେ ରଖି ଡିଜାଇନ କରିଥିଲେ। ଲେହେଙ୍ଗା ଗୁଡ଼ିକୁ ରୟାଲ, ପାରମ୍ପରିକ ଓ ମର୍ଡନ ସ୍ପର୍ଶ ଦିଆଯାଇଥିଲା। ଓଜନଯୁକ୍ତ ଏମ୍ବ୍ରୋଡୋରୀରେ ସଜାଯାଇଥିବା ଲେହେଙ୍ଗା ଆପଣଙ୍କୁ ରାଜକୀୟ ଲୁକ ଦେବ। ଏଥିସହିତ ଏହା ଆପଣଙ୍କୁ ଆରାମ ଓ ତାଜା ଅନୁଭବ କରାଇବ। ଯଦି ଆପଣ ବଧୂ ହେବାକୁ ଯାଉଛନ୍ତି, ତେବେ ଏହି ଲେହେଙ୍ଗା କଲେକ୍ସନ ଟ୍ରାଏ କରିପାରିବେ।

ସାରା ପିଚ ରଙ୍ଗର ଅଳ୍ପ ଓଜନର ଲେହେଙ୍ଗାରେ ରାଜକୁମାରୀଙ୍କ ଠାରୁ କମ ଦେଖାଯାଉ ନ ଥିଲେ। ଏହି ଲେହେଙ୍ଗାରେ ଜ୍ୟାମିତିକ ସିକ୍ବେନ୍ସ ଏମ୍ବ୍ରୋଡୋରି ରହିଛି। ଯାହା ଲେହେଙ୍ଗାକୁ ଏକ ନିଆରା ଲୁକ ଦେଉଛି। ସିକ୍ବେନ୍ସ କାମ ହୋଇଥିବା ଲୋକ କଟ ଚୋଲି ରାଜକୀୟରେ ଗ୍ଲାମରର ତଡ଼କା ଲଗାଉଥିଲା।

ସାରା ଏହି ଇଭେଣ୍ଟରେ ଏକ ଆଇସ ମିଣ୍ଟ ରଙ୍ଗର ଲେହେଙ୍ଗାରେ ଷ୍ଟନିଙ୍ଗ ଦେଖାଯାଉଥିଲେ। ଲେହେଙ୍ଗାରେ ହୋଇଥିବା ଗୋଲ୍ଡେନ, ଆଇଭରୀ ଓ ସିଲ୍ଭର ଏମ୍ବ୍ରୋଡୋରି ଏହାକୁ ରୟଲ ଲୁକ ଦେଉଛି। ବ୍ୟାକଲେସ ବ୍ଲାଉଜ ସାରାଙ୍କ ଲୁକକୁ ଆହୁରି ହଟ କରି ଦେଉଥିଲା। ଯଦି ଆପଣ ନିଜ ବାହାଘରରେ କିଛି ହଟକେ ଟ୍ରାଏ କରିବାକୁ ଚାହୁଥାନ୍ତି, ତେବେ ଏହି ଲେହେଙ୍ଗା ଆପଣଙ୍କ ପାଇଁ ପୂରା ପରଫେକ୍ଟ।

ଆଉ ଏକ ଡାର୍କ ଗୋଲ୍ଡେନ ବ୍ରାଉନ ରଙ୍ଗର ଲେହେଙ୍ଗାରେ ମଧ୍ୟ ସେ ବେଶ ସୁନ୍ଦର ଦେଖାଯାଉଥିଲେ। ଡିପ ଫ୍ରଣ୍ଟ ପ୍ଲିଙ୍ଗ ନେକଲାଇନଯୁକ୍ତ ବ୍ଲାଉଜ ସହିତ ସାରା ହେଭୀ ନେକଲେସ ପିନ୍ଧିଥିଲେ। ଏଥିସହିତ ସେ କ୍ରିମ ରଙ୍ଗର ଦୁପଟ୍ଟା ପକାଇଥିଲେ। ଏହା ହେଭୀ ଲୁକକୁ ବେଶ ସ୍ମୁଥ କରିଦେଉଥିଲା। ଲେହେଙ୍ଗା ସାରା ଭାରୀ ଏମ୍ବ୍ରୋଡୋରୀ କାମ ହୋଇଥିଲା। ସେହିପରି ଲାଲ ଓ ଜାମୁକୋଳି ରଙ୍ଗର ଥ୍ରି ପିସ ଲେହେଙ୍ଗାରେ ସାରା ବେଶ ସୁନ୍ଦର ଦେଖାଯାଉଥିଲେ। ଲେହେଙ୍ଗାର ଚୋଲି ଡିପ ଫ୍ରଣ୍ଟ ପ୍ଲଜିଙ୍ଗ ନେକଲାଇନ ଡିଜାଇନର ଥିଲା। ସାରା ଏଥିରେ ଦୁପଟ୍ଟା ବଦଳରେ ଭାରୀ କୋଟି ପିନ୍ଧିଥିଲେ। ଏହା ତାଙ୍କୁ ହଟକେ ଲୁକ ଦେଉଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।