ବାହା ହେବା ପୂର୍ବରୁ ନିଜକୁ ପଚାରନ୍ତୁ ଏସବୁ ପ୍ରଶ୍ନ


ପ୍ରତୀକାତ୍ମକ ଫଟୋ
ସିଙ୍ଗଲ ଥିବା ଲୋକଙ୍କୁ ଘରଲୋକ ଓ ବନ୍ଧୁବାନ୍ଧବ କେବେ ବାହାହେଉଛ ବୋଲି ପଚାରନ୍ତି। ବିବାହଯୋଗ୍ୟ ହୋଇଯାଇଥିଲେ ବନ୍ଧୁବାନ୍ଧବ କେମିତି ଅଛ ପଚାରିବା ପୂର୍ବରୁ ବାହାଘର ବିଷୟରେ ପଚାରିଥାନ୍ତି। ତେବେ ବନ୍ଧୁବାନ୍ଧବ ଓ ପଡ଼ୋଶୀ ପଚାରିବା ପୂର୍ବରୁ ଆପଣ ନିଜକୁ ପ୍ରଶ୍ନ କରିବା ଜରୁରୀ ଯେ ଆପଣ ଏବେ ବାହା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ତ?

ଏବେ କାହିଁକି ବିବାହ କରିବା ଦରକାର
ନିଜକୁ ପ୍ରଶ୍ନ କରନ୍ତୁ ଏବେ କାହିଁକି ବିବାହ କରିବା ଉଚିତ? ଏହା କ’ଣ ବାହା ହେବାର ଉପଯୁକ୍ତ ସମୟ? ବାହାଘର ହେବା ଦ୍ବାରା ଆପଣଙ୍କ ଘର ଲୋକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ? ଘର ଲୋକେ ଆର୍ଥିକ ରୂପେ ଆପଣଙ୍କ ଉପରେ କେତେ ନିର୍ଭରଶୀଳ? ଝିଅ ହୋଇଥିଲେ ଆପଣଙ୍କୁ ନିଜ ଶ୍ବଶୁର ଘର ଲୋକଙ୍କ ଦାୟିତ୍ବ ନେବାକୁ ପଡ଼ିବ। ଏବେ ଏହି ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି କି? ଏସବୁ ପ୍ରଶ୍ନର ଉତ୍ତର ମିଳିବା ପରେ ବାହା ହେବା ପାଇଁ ଚିନ୍ତା କରନ୍ତୁ।

ପାର୍ଟନରଙ୍କ ସହ ଚ୍ୟାଲେଞ୍ଜ
ବାହାଘର ପରେ ଆପଣଙ୍କୁ କେବେ ନା କେବେ ଆଡଜଷ୍ଟ କରିବାକୁ ପଡ଼ିବ। ଉଭୟେ କର୍ମଜୀବୀ ହୋଇଥିଲେ ଏସବୁ ବିଷୟ ଉଭୟେ ଆଲୋଚନା କରନ୍ତୁ। ଘର ଖର୍ଚ୍ଚକୁ ନେଇ ପାରଦର୍ଶିତା ରଖନ୍ତୁ। ଏହାବ୍ୟତୀତ ଶ୍ବଶୁରଘର ସହ ଜଡ଼ିତ ପ୍ରସଙ୍ଗ ଖୋଲାଖୋଲି ଆଲୋଚନା କରନ୍ତୁ। ବାହାଘର ପରେ ଚ୍ୟାଲେଞ୍ଜ ବଢ଼ିଯିବ। ନିଜ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସବୁ ଚ୍ୟାଲେଞ୍ଜକୁ ମିଶି ପାର କରିବା ଉଚିତ।

ବାହାଘର ପାଇଁ ଯୋଗ୍ୟ ପାର୍ଟନର
ପ୍ରେମ ବିବାହ ହେଉ ବା ଆରେଞ୍ଜ ମ୍ୟାରେଜ ପାର୍ଟନରଙ୍କ ସହ ଜଡ଼ିତ ପ୍ରଶ୍ନ ନିଜକୁ ପଚାରିବା ଉଚିତ। ଆପଣଙ୍କ ପରିବାର ଓ ପସନ୍ଦ ଅଲଗା ହୋଇପାରେ। ସାଥୀଙ୍କ ସହ ଆପଣଙ୍କୁ ଜୀବନ ବିତାଇବାକୁ ପଡ଼ିବ। ତେଣୁ ପାର୍ଟନର ଆପଣଙ୍କ ପାଇଁ ଉପଯୁକ୍ତ କି ନୁହେଁ ଜାଣିବାକୁ ଚେଷ୍ଟା କରନ୍ତୁ। ପାର୍ଟନରଙ୍କ ବିଷୟରେ ଜାଣି ଭାବିଚିନ୍ତି ବାହାଘର ନିଷ୍ପତ୍ତି ନିଅନ୍ତୁ।

ଘର ଲୋକଙ୍କୁ କେମିତି ହ୍ୟାଣ୍ଡଲ କରିବେ
ବାହାଘର କେବଳ ଦୁଇ ଜଣଙ୍କ ମଧ୍ୟରେ ହୋଇ ନ ଥାଏ, ବରଂ ଦୁଇ ପରିବାର ଏଥିରେ ଯୋଡ଼ି ହୋଇଥାନ୍ତି। ସମସ୍ତଙ୍କ ବ୍ୟକ୍ତିତ୍ବ ଅଲଗା ଅଲଗା ହୋଇଥାଏ। ସମସ୍ତଙ୍କ ସହ ଆଡଜଷ୍ଟ କରିବା କଷ୍ଟକର ହୋଇପାରେ। ତେଣୁ ଏସବୁ ହ୍ୟାଣ୍ଡଲ କରିପାରିବେ କି ନାହିଁ ନିଜକୁ ପଚାରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।